Get Updates
Get notified of breaking news, exclusive insights, and must-see stories!

ମହିଳା ଟି୨୦ ବିଶ୍ୱକପ: ଭାରତର ବଡ଼ ବିଜୟ

ହିଳା ଟି-୨୦ ବିଶ୍ୱକପରେ ବଡ଼ ବିଜୟ ହାସଲ କରିଛି ଭାରତୀୟ ଟିମ। ଗ୍ରୁପ ପର୍ଯ୍ୟାୟର ନିଜର ତୃତୀୟ ମ୍ୟାଚ୍‌ରେ ଆଜି ଭାରତୀୟ ଟିମ ଏସିଆର ଚାମ୍ପିୟନ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଦେଇଛି। ଭାରତ ୧୭୩ ରନର ଟାର୍ଗେଟ ଦେଇଥିବା ବେଳେ ଶ୍ରୀଲଙ୍କା କେବଳ ୯୦ ରନ ହିଁ କରିବାକୁ ସକ୍ଷମ ହୋଇଛି। ଠିକ ବିଶ୍ୱକପ ପୂର୍ବରୁ ଶ୍ରୀଲଙ୍କା ଏସିଆ କପ ଫାଇନାଲରେ ଭାରତୀୟ ମହିଳା ଟିମକୁ ହରାଇ ଥିଲା। ଆଜି ବିଶ୍ୱକପରେ ଭାରତୀୟ ଟିମ ଏହି ପରାଜୟର ମଧୁର ପ୍ରତିଶୋଧ ନେଇଛି।

୮୨ ରନର ବୃହତ୍ତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଧିନାୟକ ହରମନପ୍ରୀତ କୌର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ମାତ୍ର ୨୭ ବଲରେ ଅପରାଜିତ ୫୨ ରନର ଇନିଂସ ଖେଳିବା ସହ ଭାରତର ସ୍କୋରୁ ୧୭୨/୩ରେ ପହଞ୍ଚାଇଥିଲେ। ଅବଶ୍ୟ ଆହତ କାରଣରୁ ସେ ଫିଲ୍ଡିଂ ବେଳେ ପଡ଼ିଆକୁ ଆସି ନଥିଲେ। ତାଙ୍କ ଅନୁପସ୍ଥିତିରେ ଉପ ଅଧିନାୟକ ସ୍ମୃତି ମନ୍ଧାନା ଦଳର ନେତୃତ୍ୱ ନେଇଥିଲେ।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହରମନ୍‌ପ୍ରୀତ୍‌ ଫିଟ୍‌ ହୋଇ ଖେଳିଥିବା ବେଳେ ଭାରତ ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇଥିଲା। ଦଳ ପକ୍ଷରୁ ମନ୍ଧାନା(୫୦) ଓ ଶେଫାଳି ବର୍ମା(୪୩) ପ୍ରଥମ ଉଇକେଟରେ ୯୮ ରନ୍‌ ଯୋଡି ବଡ ସ୍କୋରର ମୂଳଦୁଆ ପକାଇଥିଲେ। ମନ୍ଧାନା ପ୍ରଥମରୁ ଧୀମା ବ୍ୟାଟିଂ କରିଥିବା ବେଳେ ଶେଫାଳି ଆଟାକ୍‌ କରିଥିଲେ। ପରେ ସେଟ୍‌ ହେବା ପରେ ମନ୍ଧାନା ଆକ୍ରମଣାତ୍ମକ ବ୍ୟାଟିଂ କରି ଚଳିତ ବିଶ୍ୱକପର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୮ ବଲ୍‌ ଖେଳି ୪ ଚୌକା ଓ ୧ ଛକା ମାରି ୫୦ ରନ୍‌ କରିଥିଲେ। ୧୩ ତମ ଓଭରରେ ଉଭୟ ଖେଳାଳି ଲଗାତାର ବଲ୍‌ରେ ଆଉଟ ହୋଇଥିଲେ। ମନ୍ଧାନା ରନ୍‌ ଆଉଟ ହୋଇଥିବା ବେଳେ ପରବର୍ତ୍ତୀ ବଲ୍‌ରେ ଶେଫାଳି ପ୍ୟାଭିଲିୟନ ଫେରିଥିଲେ। ଶେଫାଳି ୪୦ ବଲ୍‌ ଖେଳି ୪ ଚୌକା ସହ ୪୩ ରନ୍‌ କରିଥିଲେ।

Women s T20 World Cup 2024 Po

ପରବର୍ତ୍ତୀ ଉଇକେଟରେ ଜେମିମା ରୋଡ୍ରିଗୁଏଜ(୧୬) ଓ ହରମନ୍‌ପ୍ରୀତ୍‌ କୌର(୫୨*) ୩୦ ରନ୍‌ ଯୋଡିଥିଲେ। ଜେମିମା ୧୦ ବଲ୍‌ରୁ ୧୬ ରନ୍‌ କରି ଆମା କଞ୍ଚନାଙ୍କ ଶିକାର ହୋଇଥିଲେ। ପରବର୍ତ୍ତୀ ବ୍ୟାଟର ରିଚା ଘୋଷଙ୍କ ସହ ୨୨ ବଲ୍‌ରୁ ୪୨ ରନ୍‌ ଯୋଡିଥିଲେ ହରମନପ୍ରୀତ୍‌। ଏହା ମଧ୍ୟରେ ରିଚାଙ୍କ ଅବଦାନ ମାତ୍ର ୬ ରନ ରହିଥିଲା। ହରମନ୍‌ପ୍ରୀତ ଶେଷ ଯାଏ ଅପରାଜିତ ରହିଥିବା ବେଳେ ୨୭ ବଲ୍‌ ଖେଳି ୮ ଚୌକା ଓ ୧ ଛକା ସହ ୫୨ ରନ୍‌ ସ୍କୋର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଆମା କଞ୍ଚନା ଓ ଚମାରି ଅଟ୍ଟାପଟ୍ଟୁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+