ବାଂଲାଦେଶରୁ ୟୁଏଇକୁ ସ୍ଥାନାନ୍ତର ହେଲା ମହିଳା ଟି୨୦ ବିଶ୍ୱକପ
ମହିଳା ଟି୨୦ କ୍ରିକେଟ ବିଶ୍ୱକପକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍(ଆଇସିସି)। ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ହିଂସାକାଣ୍ଡ ଚରମ ସୀମାରେ ପହଞ୍ଚିଥିବା ବେଳେ ବିଶ୍ୱକପକୁ ୟୁଏଇକୁ ସ୍ଥାନାନ୍ତର କରି ଦିଆଯାଇଛି । ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଏକ ଚମତ୍କାର ଇଭେଣ୍ଟ ଆୟୋଜନ କରିଥାନ୍ତା ଏହା ନିଃସନ୍ଦେହ। ମାତ୍ର ନୂତନ ସରକାରଙ୍କ ପକ୍ଷରୁ ଅନେକ ଦେଶ ଉପରେ ଯାତ୍ରା କରିବା ପାଇଁ ସର୍ତ୍ତ ଲାଗୁ କରାଯାଇଛି।
ଅକ୍ଟୋବର ୩ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍ ବର୍ତ୍ତମାନ ଦୁବାଇ ଓ ସାରଜାରେ ଖେଳୋଯିବ। ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଓଫ୍ ଆଲାର୍ଡିସ୍ ବିଶ୍ୱକପ ସ୍ଥାନାନ୍ତର ସମ୍ପର୍କରେ ଘୋଷଣା କରିଛନ୍ତି। ଟୁର୍ନାମେଣ୍ଟକୁ ସୂଚାରୁ ଭାବରେ ପରିଚାଳନା କରିବାରେ ବାଧା ସୃଷ୍ଟି କରିଥିଲା। ଫଳସ୍ବରୂପ ଅନ୍ୟ ସମସ୍ତ ବିକଳ୍ପ ଉପରେ ବିଚାର କରାଯାଇ ଟୁର୍ନାମେଣ୍ଟ ୟୁଏଇକୁ ସ୍ଥାନାନ୍ତର କରାଗଲା।

ବାଂଲାଦେଶ ଆଧିକାରିକ ଭାବରେ ଆୟୋଜକ ରହିଲେ ମଧ୍ୟ ଏମିରେଟ୍ସ କ୍ରିକେଟ ବୋର୍ଡ ଏହାକୁ ଆୟୋଜନ କରିବ। ଆଗାମୀ ଦିନରେ ବାଂଲାଦେଶରେ ସ୍ଥିତି ସୁଧୁରିବା ପରେ ଅନ୍ୟ ଏକ ବଡ ଟୁର୍ନାମେଣ୍ଟ ଆୟୋଜନ କରାଯିବ ବୋଲି ଆଇସିସି ପ୍ରକାଶ କରିଛି।
ହିଂସା ଓ ସରକାରରେ ଅସ୍ଥିରତା କାରଣରୁ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡି ପଳାୟନ କରିଥିବା ବେଳେ ଦେଶର ଆଇନ ଶୃଙ୍ଖଳା ଉପରେ ଏହାର ଗଭୀର ପ୍ରଭାବ ପଡିଛି। ବାଂଲାଦେଶ କ୍ରିକେଟ ବୋର୍ଡ ମୁଖ୍ୟ ନଜମୁଲ ହସନଙ୍କୁ ପଦ ଛାଡିବା ପାଇଁ କୁହାଯାଇଥିବା ବେଳେ ଚେୟରମ୍ୟାନ୍(ଅପରେସନ୍ସ) ଜଲାଲ ୟୁନୁସ ସୋମବାର ପଦରୁ ଇସ୍ତଫା ପ୍ରଦାନ କରିଥିଲେ।












Click it and Unblock the Notifications