ମହିଳା ବିଶ୍ଵକପ: ପାକିସ୍ତାନ ହାତରେ ଭାରତର ସେମି ଆଶା

ମହିଳା ଟି-୨୦ ବିଶ୍ୱକପ ୨୦୨୪ରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପରାଜୟ ପରେ ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଉପରେ ନିର୍ଭର କରୁଥିବା ଜଣାପଡିଛି। ଅଷ୍ଟ୍ରେଲିଆ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ହାରିଯିବା ପରେ ଟିମ୍ ଇଣ୍ଡିଆ ହାତରେ ଏବେ ଆଉ କିଛି ବିକଳ୍ପ ନାହିଁ।

ଗ୍ରୁପ୍-ଏରେ ଭାରତୀୟ ଦଳ ରହିଛି। ଏହି ଗ୍ରୁପରେ ସମୁଦାୟ ୫ଟି ଦଳ ଅଛନ୍ତି। ଯେଉଁଥିରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବ୍ୟତୀତ ସମସ୍ତ ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି। ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ଦଳ ପରସ୍ପର ବିରୁଦ୍ଧରେ ୧୪ ଅକ୍ଟୋବର ଅର୍ଥାତ୍ ଆଜି (ସୋମବାର) ଖେଳିବେ। ଏହି ମ୍ୟାଚ୍ ସ୍ଥିର କରିବ ଯେ ଭାରତ, ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ କେଉଁ ଦଳ ସେମିଫାଇନାଲରେ ପ୍ରବେଶ କରିବ।

Women s t20 World Cup 2024

ପାକିସ୍ତାନ ଏପର୍ଯ୍ୟନ୍ତ ତିନୋଟି ମଧ୍ୟରୁ କେବଳ ଗୋଟିଏ ମ୍ୟାଚ୍ ଜିତିଛି। ଏଭଳି ପରିସ୍ଥିତିରେ ଯଦି ପାକିସ୍ତାନ ଶେଷ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରେ, ତେବେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଭଳି ଦୁଇଟି ବିଜୟ ସହ ୪ ପଏଣ୍ଟ ମଧ୍ୟ ପାଇବ। ଫଳରେ ଉଚ୍ଚ ନେଟ ରନ୍ ହାର ଥିବା ଦଳ ସେମିଫାଇନାଲରେ ପ୍ରବେଶ କରିବ। ଏପରି ହେଲେ ଟିମ୍ ଇଣ୍ଡିଆର ସେମିଫାଇନାଲରେ ପ୍ରବେଶ ଆଶା ରହିବ। କାରଣ ଉଚ୍ଚ ନେଟ ରନ୍ ହାର ଥିବାରୁ ଟିମ୍ ଇଣ୍ଡିଆ ସହଜରେ ସେମିଫାଇନାଲରେ ପ୍ରବେଶ କରି ପାରିବ।

ଟିମ୍ ଇଣ୍ଡିଆର ରନ୍ ରେଟ୍ ୦.୩୨୨ ରହିଛି। ସେହିପରି ଅଷ୍ଟ୍ରେଲିଆର ରନ୍ ରେଟ୍ ୨.୨୨୩ ରହିଛି। ଅପରପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍‌ର ରନ୍ ରେଟ୍ ୦.୨୮୨ ରହିଛି। ପାକିସ୍ଥାନର ରନ୍ ରେଟ୍ ମାଇନସ୍ ୦.୪୮୮ ରହିଛି।

ଗ୍ରୁପ୍ ପର୍ଯ୍ୟାୟର ତିନୋଟି ମ୍ୟାଚ୍ ମଧ୍ୟରୁ ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ଦୁଇଟି ଜିତିଛି। ଏଭଳି ପରିସ୍ଥିତିରେ ଯଦି ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଜିତେ, ତେବେ କିୱି ମହିଳା ଦଳ କାହା ଉପରେ ନିର୍ଭର ନ କରି ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବ।

ମହିଳା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଚାରିଟି ଗ୍ରୁପ୍ ମ୍ୟାଚ୍ ଖେଳିଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟୁର୍ନାମେଣ୍ଟରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଖେଳିଥିଲା ଯେଉଁଥିରେ ୫୮ ରନ୍ ହାରିଥିଲା। ତା'ପରେ ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ୬ ୱିକେଟ୍ ଏବଂ ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୮୨ ରନ୍‌ରେ ଜିତିଥିଲା। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟର ଚତୁର୍ଥ ତଥା ଶେଷ ମ୍ୟାଚ୍‌ରେ ଏହାକୁ ୯ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+