Get Updates
Get notified of breaking news, exclusive insights, and must-see stories!

ମହିଳା ଟି-ଟ୍ୱେଣ୍ଟି; ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇ ଭାରତର ସିରିଜ କବ୍‌ଜା

ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ତୃତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ସହଜ ବିଜୟ ସହ ଭାରତ ସିରିଜ କବ୍ଜା କରିଛି । ଗ୍ରୀନ ଫିଲ୍ଡ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତୀୟ ଦଳ ୮ ୱିକେଟରେ ବିଜୟ ହାସଲ କରିଥିଲା । ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୧୨ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୧୩.୨ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ୪ଟି ୱିକେଟ ନେଇ ଦଳକୁ ବିଜୟୀ କରାଇଥିବା ରେଣୁକା ସିଂହ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ପ୍ରଥମ ୩ଟି ଯାକ ମ୍ୟାଚ ଜିତି ସାରିଛି ।

Women s T20

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ଓପନର ହାସିନୀ ପେରେରା ଆକ୍ରମଣାତ୍ମକ ସଟ୍ ଖେଳିଥିଲେ ହେଁ ଚାମରି ଆଟ୍ଟାପଟୁ ନିରାଶ କରିଥିଲେ । ଆଟ୍ଟାପଟୁ ୩ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ପରେ ପରେ ହାସିନୀ ୨୫ ଓ ହର୍ଷିତା ସମରବିକ୍ରମା ୨ ରନ କରି ପାଭିଲିୟନ ଫେରିଥିଲେ । ନୀଳାକ୍ଷିକା ସିଲଭା ମଧ୍ୟ ୪ ରନ କରି ଆଉଟ୍ ହୋଇଥିଲେ । ମଧ୍ୟ କ୍ରମ ବ୍ୟାଟର ଇମେଶା ଦୁଲାନି ଉପଯୋଗୀ ୨୭ ରନ ସଂଗ୍ରହ କରିଥିଲେ । ସେହିପରି ଅନ୍ତିମ ଭାଗରେ କବିଶା ଦିଲହାରୀ ୨୦ ଓ କୌଶିନୀ ନୃତ୍ୟାଙ୍ଗନା ଅପରାଜିତ ୧୯ ରନ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୧୧୨ରେ ପହଞ୍ଚିଥିଲା । ଭାରତ ପକ୍ଷରୁ ରେଣୁକା ସିଂହ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ସୁସ୍ଥ ହୋଇ ଫେରିଥିବା ଦୀପ୍ତି ଶର୍ମା ୧୮ ରନ ପ୍ରଦାନ କରି ୩ଟି ୱିକେଟ୍ ନେବା ସହ ବିଶ୍ୱର ଦ୍ୱିତୀୟ ମହିଳା ଖେଳାଳି ଭାବେ ଟି-ଟ୍ୱେଣ୍ଟିରେ ୧୫୦ ୱିକେଟ୍ ପୂରଣ କରିଥିଲେ ।

୨୦୧୪ରୁ ଭାରତର ଦବଦବା- ଜବାବରେ ଭାରତ ୨୭ ରନରେ ସ୍ମୃତି ମନ୍ଧନା(୧)ଙ୍କ ୱିକେଟ୍ ହରାଇଥିଲା । ହେଲେ ଅନ୍ୟ ଓପନର ଶେଫାଳି ବର୍ମା ଚିରାଚରିତ ଆକ୍ରମଣାତ୍ମକ ବ୍ୟାଟିଂ କରି ବିଜୟ ଆଶା ଉଜ୍ଜ୍ୱଳ କରିଥିଲେ । ଜେମି ରୋଡ୍ରିଗ୍ସ ମଧ୍ୟ ୯ ରନ କରି ପାଭିଲିୟନ ଫେରିଥିଲେ । ଶେଫାଳିଙ୍କୁ ଅଟକାଇବାରେ ଶ୍ରୀଲଙ୍କା ବୋଲର ବିଫଳ ହୋଇଥିଲେ । ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ ଜିତାଇଥିବା ଶେଫାଳି କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଏତିକିରେ ତାଙ୍କ ବ୍ୟାଟ୍ ଥମି ନଥିଲା । ସେ ଗୋଟିଏ ପଟେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ୬.୪ ଓଭର ବାକି ଥାଇ ଭାରତ ବିଜୟ ହାସଲ କରିଥିଲା । ଶେଫାଳି ୪୨ଟି ବଲ୍ରୁ ୧୧ଚୌକା ଓ ୩ ଛକା ବଳରେ ୭୯ ରନ କରିଥିଲେ । ସେହିପରି ହର୍ମନପ୍ରୀତ କୌର ୨୧ରନ କରି ଅପରାଜିତ ରହିଥିଲେ । ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଭଲ ରେକର୍ଡ ରହିଛି । ଭାରତ କେବଳ ୨୦୧୪ ଶ୍ରୀଲଙ୍କା ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ହାରିଥିଲା । ଏହାପରେ ଆଉ ଭାରତ ହାରି ନାହିଁ । ୨୦୧୪ରୁ ଭାରତର ଦବଦବା ଜାରି ରହିଛି । ଭାରତର ଲଗାତାର ଚତୁର୍ଥ ସିରିଜ ନିଜ ନାମ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+