WPL 2025: ମହିଳା ପ୍ରିମିୟର ଲିଗ୍ ଅକ୍ସନ: ସିମ୍ରନ ସବୁଠୁ ମହଙ୍ଗା ଖେଳାଳି

ମହିଳା ପ୍ରିମିୟର ଲିଗ୍ (WPL) ୨୦୨୫ ସଂସ୍କରଣ ପାଇଁ ଶେଷ ହୋଇଛି ନିଲାମ। ଏଥିରେ ୫ଟି ଦଳ ମୋଟ ୧୯ଜଣ ଖେଳାଳିଙ୍କୁ କିଣିଛନ୍ତି। ଏହି ୧୯ଜଣ ଖେଳାଳିଙ୍କ ପାଇଁ ମୋଟ ୯.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ୧.୯ କୋଟିରେ ଗୁଜରାଟ ଜାଏଣ୍ଟ୍ସ କିଣିଥିବା ସିମ୍ରନ ଶେଖ ନିଲାମରେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି।

ନିଲାମରେ ସର୍ବାଧିକ ୧୯ ଖେଳାଳିଙ୍କୁ ହିଁ ବିକ୍ରି କରାଯିବାର ଥିଲା। ସେଥିମଧ୍ୟରୁ ୫ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ରହିଥିଲା। ଡବ୍ଲୁପିଏଲ୍ ନିଲାମରେ ୯୧ ଭାରତୀୟ ଏବଂ ୨୯ ବିଦେଶୀ ଖେଳାଳିଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ଭାରତୀୟ ଖେଳାଳିଙ୍କ ମଧ୍ୟରେ ୮ଜଣ ଅନକ୍ୟାପଡ୍ ଖେଳାଳି ମଧ୍ୟ ନିଲାମରେ ସାମିଲ ହୋଇଥିଲେ। ଏହି ନିଲାମ ପାଇଁ ଫ୍ରାଞ୍ଚାଇଜ ଗୁଡ଼ିକ ପାଖରେ ମୋଟ ବଜେଟ୍ ୧୫ କୋଟି ଟଙ୍କା ଥିଲା। ଏଥିରେ ଗୁଜରାଟ ଜାଏଣ୍ଟସ୍ ପାଖରେ ସର୍ବାଧିକ ୪.୪୦ କୋଟି ଟଙ୍କା ରହିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ସର୍ବନିମ୍ନ ୨.୫୦ କୋଟି ଟଙ୍କା ଥିଲା।

Women s Premier League Auction

ମହିଳା ଅଣ୍ଡର-୧୯ ଏସିଆ କପରେ କମଳିନୀ ଏକ ଚମତ୍କାର ଇନିଂସ ଖେଳିଥିଲେ ୧୬ ବର୍ଷୀୟା କମଳିନୀଙ୍କ । ସେ ପାକିସ୍ତାନ ବିପକ୍ଷରେ କେବଳ ୨୯ ବଲରେ ୪୪ ରନର ବିସ୍ଫୋରକ ପାଳି ଖେଳିଥିଲେ। କମଳିନୀଙ୍କ ଏହି ଧୂଆଁଧାର ପାଳି ବଳରେ ଭାରତ କେବଳ ୪୭ ବଲରେ ହିଁ ମ୍ୟାଚ୍ ଜିତି ଯାଇଥିଲା। ଯାହା ଅକ୍ସନରେ ତାଙ୍କ ଚାହିଦା ବଢ଼ାଇ ଦେଇଥିଲା। ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ୧.୬ କୋଟି ଟଙ୍କାରେ କମଳିନୀଙ୍କୁ ନିଜ ଦଳରେ ସାମିଲ କରିଛି।

ଏହି ନିଲାମରେ କୋଟିପତି ହେବାରେ ପ୍ରେମା ରାୱତ ଚତୁର୍ଥ ତଥା ଶେଷ ଖେଳାଳି। ତାଙ୍କୁ ବେଙ୍ଗାଲୁରୁ ଫ୍ରାଞ୍ଚାଇଜ୍ ୧.୨ କୋଟିରେ ନିଜ ଦଳରେ ସାମିଲ କରିଛି। ୨୩ ବର୍ଷୀୟା ବୋଲିଂ ଅଲରାଉଣ୍ଡର ପ୍ରେମା ଜଣେ ଆକ୍ରାମକ ଲେଗ୍ ସ୍ପିନର ଓ ବ୍ୟାଟିଂରେ ବି ଦକ୍ଷ।

ସିମ୍ରନ ଶେଖ ସବୁଠୁ ମହଙ୍ଗା

ନିଲାମରେ ୪ ଜଣ ଖେଳାଳି କୋଟିଏରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି। ତେବେ ୨୨ ବର୍ଷୀୟ ମିଡିଲ ଅର୍ଡର ବ୍ୟାଟର ସିମ୍ରନ୍ ଶେଖ ଡବ୍ଲୁପିଏଲ୍ ୨୦୨୫ ନିଲାମର ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହଇଛନ୍ତି। ଗୁଜରାଟ ଜାଏଣ୍ଟ୍ସ ତାଙ୍କୁ ୧.୯ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି। ସିମ୍ରନ୍ ମଧ୍ୟ ଜଣେ ପ୍ରଭାବୀ ଲେଗ୍ ସ୍ପିନର ଭାବେ ପରିଚିତ।

ସେହିଭଳି ସିମ୍ରନଙ୍କ ପରେ ଦ୍ୱିତୀୟ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ୱେଷ୍ଟଇଣ୍ଡିଜର ଡିଂଡ୍ରା ଡୋଟିନ୍। ତାଙ୍କୁ ମଧ୍ୟ ଗୁଜରାଟ ଜାଏଣ୍ଟ୍ସ କିଣିଛି। ଦ୍ରୁତ ବୋଲିଂ ଅଲରାଉଣ୍ଡର ଡିଂଡ୍ରାଙ୍କୁ ୧.୭ କୋଟି ଟଙ୍କାରେ କିଣିଛି ଗୁଜରାଟ। ଏହି ତାଲିକାର ତୃତୀୟରେ ରହିଛନ୍ତି ୧୬ ବର୍ଷୀୟା ୱିକେଟ୍ କିପର ଜି କମଳିନୀ। ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୬ କୋଟି ଟଙ୍କାରେ କିଣିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+