ଭାରତ-ଶ୍ରୀଲଙ୍କାରେ ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ, ନଭେମ୍ବର ୨ରେ ‍ଫାଇନାଲ୍‌

ଆଇସିସି ମହିଳା ଦିନିକିଆ ବିଶ୍ୱକପର ୧୩ତମ ସଂସ୍କରଣର ତାରିଖ ଘୋଷଣା ହୋଇଛି। ଆସନ୍ତା ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ଯାଏ ବିଶ୍ୱକପ ଅନୁଷ୍ଠିତ ହେବ। ବିଶ୍ୱକପର ଆୟୋଜନ ଭାରତ ଓ ଶ୍ରୀଲଙ୍କା କରିବେ। ଦୀର୍ଘ ଗୋଟିଏ ଦଶନ୍ଧି ପରେ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ ଏସିଆ ମହାଦେଶରେ ହେବାକୁ ଯାଉଛି।

ଆଇସିସିର ଘୋଷଣା ଅନୁଯାୟୀ, ମହିଳା ଦିନିକିଆ ବିଶ୍ୱକପର ସମସ୍ତ ମ୍ୟାଚ୍‌ ୫ଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭାରତର ୪ଟି ଷ୍ଟାଡିୟମ ଓ ଶ୍ରୀଲଙ୍କାର ଗୋଟିଏ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ। ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ, ଗୁହାଟୀର ଏସିଏ ଷ୍ଟାଡିୟମ, ଇନ୍ଦୋରର ହୋଲକର ଷ୍ଟାଡିୟମ, ବିଶାଖାପଟନମର ଏସିଏ-ଭିଡିସିଏ ଷ୍ଟାଡିମୟ ଓ ଶ୍ରୀଲଙ୍କାର କଲମ୍ବୋରେ ଥିବା ଆର ପ୍ରେମଦାସା ଷ୍ଟାଡିୟମରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ।

Women s One-Day World Cup

ପାକିସ୍ତାନ ମହିଳା ଟିମ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ। ତେଣୁ ପାକିସ୍ତାନ ତା'ର ମ୍ୟାଚ୍‌ ଗୁଡ଼ିକ ଶ୍ରୀଲଙ୍କାରେ ଖେଳିବ। ପୁରୁଷ ଚାମ୍ପିୟନ୍ସ ଟ୍ରଫି ୨୦୨୫ ବେଳେ ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିଥିଲା। ତେଣୁ ଭାରତ ତା'ର ମ୍ୟାଚ୍‌ ଗୁଡ଼ିକ ନିରେପକ୍ଷ ଭେନ୍ୟୁ ଦୁବାଇରେ ଖେଳିଥିଲା। ଏବେ ମହିଳା ଦିନିକିଆ ବିଶ୍ୱକପ ବେଳେ ପାକିସ୍ତାନ ମହିଳା ଟିମ ଶ୍ରୀଲଙ୍କାରେ ତା'ର ସମସ୍ତ ମ୍ୟାଚ୍‌ ଖେଳିବ।

ମହିଳା ଦିନିକିଆ ବିଶ୍ୱକପ ବେଙ୍ଗାଲୁରୁରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ଭାରତ ଖେଳିବ। ହେଲେ ଭାରତ କାହା ବିରୋଧରେ ଖେଳିବ, ତା'ର ନିଷ୍ପତ୍ତି ଆଇସିସି ଏଯାଏ ନେଇ ନାହିଁ।

ଆଇସିସି କହିଛି ଯେ ବିଶ୍ୱକପର ପ୍ରଥମ ସେମି ଫାଇନାଲ ଅକ୍ଟୋବର ୨୯ରେ ଗୁହାଟୀ କିମ୍ବା କଲମ୍ବୋରେ ଖେଳାଯିବ। ଦ୍ୱିତୀୟ ସେମି ଫାଇନାଲ ଅକ୍ଟୋବର ୩୦ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ସେହିପରି ନଭେମ୍ବର ୨ରେ ବେଙ୍ଗାଲୁରୁ କିମ୍ବା କଲମ୍ବୋରେ ଫାଇନାଲ ମ୍ୟାଚ୍‌ ଆୟୋଜନ ହେବ। ପାକିସ୍ତାନ ଯଦି ସେମି କିମ୍ବା ଫାଇନାଲକୁ ଯାଉଛି, ତା'ହେଲେ ସେହି ଅନୁସାରେ ଭେନ୍ୟୁ ସ୍ଥିର କରାଯିବ।

ମହିଳା ଦିନିକିଆ ବିଶ୍ୱକପରେ ମୋଟ ୮ଟି ଟିମ ଭାଗ ନେବେ। ସେମାନେ ହେଲେ-ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ତାନ।

୨୦୨୨ରେ ନ୍ୟୁଜିଲ୍ୟାଣ୍ତ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ କରିଥିଲା। ଏହି ମେଗା ଇଭେଣ୍ଟର ଫାଇନାଲରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ହରାଇ ଚାମ୍ପିୟନ ହୋଇଥିଲା। ଅଷ୍ଟ୍ରେଲିଆ ସର୍ବାଧିକ ୭ ଥର ମହିଳା ଦିନିକିଆ ବିଶ୍ୱକପ ଜିତିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+