Women's One-Day World Cup: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ସେମି ଫାଇନାଲରେ ଅଷ୍ଟ୍ରେଲିଆ

ମହିଳା ଦିନିକିଆ ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି । ଗୁରୁବାର ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୧୬ତମ ଲିଗ୍‌ ମୁକାବିଲାରେ ଦଳ ୧୦ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲା । ୨ଟି ଲିଗ୍‌ ମ୍ୟାଚ ବାକି ଥାଇ ଦଳ ପଏଣ୍ଟ ତାଲିକାର ପ୍ରଥମ ୪ ମଧ୍ୟରେ ସ୍ଥାନ ନିଶ୍ଚିତ କରିଥିଲା ।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୯ ୱିକେଟ୍‌ ବିନିମୟରେ ୧୯୮ ରନ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୨୪.୫ ଓଭରରେ କୌଣସି ୱିକେଟ୍‌ ନହରାଇ ୨୦୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ୧୮ ରନ ପ୍ରଦାନ କରି ୨ଟି ୱିକେଟ୍‌ ନେଇଥିବା ଆଲାନା କିଙ୍ଗ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ୫ଟି ମ୍ୟାଚ୍‌ରୁ ୪ବିଜୟ ସହ ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ ମୋଟ୍‌ ୯ ପଏଣ୍ଟ ହାସଲ କରିଛି । ଶେଷ ୨ଟି ଲିଗ୍‌ ମ୍ୟାଚ୍‌ରେ ଦଳ ଯଥାକ୍ରମେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ଭେଟିବ।

Women s One-Day World Cup Australia beats Bangladesh by 10 wickets to reach semi-finals

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ବାଂଲାଦେଶ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍‌ ହରାଇ ୧୯୮ ରନ ସଂଗ୍ରହ କରିଥିଲା । ଶୋଭନା ମୋସ୍ତାରି ଦ୍ୱିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେ ୯ଚୌକା ବଳରେ ୬୬ ରନ କରି ଅପରାଜିତ ରହିଥିଲେ । ସେହିପରି ଓପନର ରୁବ୍ୟା ହାଇଦର ୪୪ (୮ଚୌକା) ରନ୍‌ର ଏକ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଅତିରିକ୍ତ ଭାବେ ଅଷ୍ଟ୍ରେଲିଆ ୨୮ ରନ ପ୍ରଦାନ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ମିନ ଅଖତର ୧୯ ଓ ନିଗାର ସୁଲତାନା ୧୨ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆସଲି ଗାର୍ଡନର, ଆନାବେଲ ସୁଦରଲାଣ୍ଡ, ଆଲାନା କିଙ୍ଗ ଓ ଜର୍ଜିୟା ୱାରେହାମ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

ଜବାବରେ ଅଷ୍ଟ୍ରେଲିଆର ଦୁଇ ଓପନର ଆଲିସା ହିଲି ଓ ଫୋଏବ ଲିଚଫିଲ୍ଡ ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ବାଂଲାଦେଶ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ । ପୂର୍ବ ମ୍ୟାଚ୍‌ଗୁଡ଼ିକରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବା ସହ ଦ୍ୱିତୀୟ ଭାଗରେ ସ୍ପିନରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ବିପର୍ଯ୍ୟୟ ଘଟାଉଥିଲା । ମାତ୍ର ଅଷ୍ଟ୍ରେଲିଆର ଦୁଇ ଓପନରଙ୍କ ଆଗରେ ଏହି ରଣନୀତି ଫେଲ ମାରିଥିଲା । ଭାରତ ବିପକ୍ଷରେ ଶତକ ଅର୍ଜନ କରି ଫର୍ମକୁ ଫେରିଥିବା ହିଲି ବାଂଲା ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ଲିଚଫିଲ୍ଡ ମଧ୍ୟ ଚୌକା ବର୍ଷା କରିଥିଲେ । ବାଂଲାଦେଶ ୬ଜଣ ବୋଲରଙ୍କୁ ନିୟୋଜିତ କରିଥିଲା । ହେଲେ କିଛି ଫଳ ମିଳି ନଥିଲା । ହିଲି ୭୩ଟି ବଲ୍‌ରେ ଶତକ ଅର୍ଜନ କରିଥିଲେ । ଲିଚଫିଲ୍ଡ ମଧ୍ୟ ତାଙ୍କ ସହ ତାଳ ଦେଇ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ୨୫.୧ ଓଭର ଖେଳ ବାକି ଥାଇ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା । ହିଲି ୨୦ଚୌକା ବଳରେ ୧୧୩ ଓ ଲିଚଫିଲ୍ଡି ୧୨ଚୌକା ଓ ୧ଛକା ବଳରେ ୮୪ ରନ ସଂଗ୍ରହ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+