Womens ODI World Cup 2025: ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଅପରେସନ୍ ସିନ୍ଦୂର ପରେ ମହାମୁକବିଲା
ସେପ୍ଟେମ୍ବର ୩୦ରୁ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ ୨୦୨୫ । ବେଙ୍ଗାଲୁରୁର ଐତିହାସିକ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ମଧ୍ୟରେ ୩୧ଟି ମ୍ୟାଚ୍ ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ ।
ଅକ୍ଟୋବର ୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ICC, ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ପାକିସ୍ତାନୀ ଦଳ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚ୍ ଖେଳିବ। ୨୦୨୫ ICC ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ହାଇବ୍ରିଡ୍ ମଡେଲ୍ ଖେଳା ଯାଇଥିଲା । ଭାରତୀୟ ପୁରୁଷ ଦଳ ପାକିସ୍ତାନ ବଦଳରେ ଦୁବାଇରେ ଏହାର ସମସ୍ତ ମ୍ୟାଚ୍ ଖେଳିଥିଲା।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ ମଧ୍ୟ ନଜର ରହିବ। ଏହି ମ୍ୟାଚ୍ ୨୬ ଅକ୍ଟୋବରରେ ବେଙ୍ଗାଲୁରୁରେ ଖେଳାଯିବ। ସେହିପରି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ କଥା କହିବା ତାହାଲେ, ଅଷ୍ଟ୍ରେଲିଆ ଦଳ ୧ ଅକ୍ଟୋବରରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ତା'ପରେ ୮ ଅକ୍ଟୋବରରେ କଲମ୍ବୋରେ ପାକିସ୍ତାନ ଏବଂ ୨୨ ଅକ୍ଟୋବରରେ ଇନ୍ଦୋରରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବ । ସେହିପରି ବାଂଲାଦେଶ ଦଳ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ୍ ସହିତ ତା'ର ଅଭିଯାନ ଆରମ୍ଭ କରିବ, ଯାହା ଅକ୍ଟୋବର ୨ରେ ଅନୁଷ୍ଠିତ ହେବାକୁ ଯାଉଛି । ବାଂଲାଦେଶ ବିଶାଖାପାଟଣାରେ ମଧ୍ୟ ତିନୋଟି ମ୍ୟାଚ୍ ଖେଳିବ ।
ଭାରତ ୨୦୧୩ ପରେ ପ୍ରଥମ ଥର ପାଇଁ ମହିଳା ODI ବିଶ୍ୱକପ୍ ଆୟୋଜନ କରୁଛି। ୨୦୨୨ ସଂସ୍କରଣ ପରି, ଏଥର ମଧ୍ୟ ୮ଟି ଦଳ ରାଉଣ୍ଡ-ରବିନ୍ ଫର୍ମାଟରେ ପରସ୍ପର ବିପକ୍ଷରେ ଖେଳିବେ । ଏହା ପରେ, ପଏଣ୍ଟ ଟେବୁଲର ଶୀର୍ଷ ୪ଟି ଦଳ ସେମିଫାଇନାଲରେ ପହଞ୍ଚିବେ । ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ଆୟୋଜକ ଭାରତ ସିଧାସଳଖ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ତେବେ ପାକିସ୍ତାନ ଏବଂ ବାଂଲାଦେଶ କ୍ୱାଲିଫାୟାର ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ସୁପର-୮ରେ ପହଞ୍ଚିଛନ୍ତି ।












Click it and Unblock the Notifications