Women's Kabaddi World Cup: ଭାରତ ଜିତିଲା ମହିଳା କବାଡ଼ି ବିଶ୍ବକପ୍
ଭାରତୀୟ ମହିଳା କବାଡ଼ି ଦଳ ଲଗାତାର ଦ୍ବିତୀୟ କବାଡ଼ି ବିଶ୍ବକପ୍ ଜିତି ସମଗ୍ର ଦେଶକୁ ଗର୍ବିତ କରିଛି। ସୋମବାର ଫାଇନାଲ୍ରେ ଭାରତୀୟ ଦଳ ଚାଇନିଜ୍ ତାଇପେଇକୁ ୩୫-୨୮ରେ ହରାଇଥିଲା। ପୂରା ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଆଧିପତ୍ୟ ବିସ୍ତାର କରିଥିଲେ। ଯାହା ଏହି ପାରମ୍ପରିକ କ୍ରୀଡ଼ାରେ ଭାରତର ଲଗାତାର ପ୍ରଭାବୀ ପ୍ରଦର୍ଶନକୁ ଦର୍ଶାଇଥିଲା।
ଭାରତ ଗ୍ରୁପ୍ ପର୍ଯ୍ୟାୟ ସମସ୍ତ ତିନିଟି ମ୍ୟାଚ୍ ଜିତି ସେମିଫାଇନାଲ୍ରେ ପ୍ରବେଶ କରିଥିଲା। ସେଠାରେ ଇରାନକୁ ୩୩-୨୧ରେ ହରାଇ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଏହି ସଫଳତା ଲାଗି ଭାରତୀୟ ଦଳକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ପ୍ରତିଯୋଗିତାରେ ୧୧ଟି ଦେଶ ଅଂଶଗ୍ରହଣ କରିଥିଲେ।













Click it and Unblock the Notifications