Get Updates
Get notified of breaking news, exclusive insights, and must-see stories!

ମହିଳା ଏସିଆ କପ୍ : ପାକିସ୍ତାନ ଉପରେ ଭାରି ପଡିଲା ଭାରତ, ୭ ଓ୍ବିକେଟରେ ହରାଇଲା ଭାରତୀୟ ଦଳ

ଦାମ୍ବୁଲା : ଶ୍ରୀଲଙ୍କାର ଦାମ୍ବୁଲାରେ ଖେଳାଯାଉଥିବା ମହିଳା ଏସିଆ କପ ଗ୍ରୁପ-ଏର ଏକ ମ୍ୟାଚରେ ଭାରତୀୟ ମହିଳା ଦଳ ନିଜର ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଦେଇଛି।

India vs Pakistan

ଭାରତ ଆଗରେ ୧୦୯ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୪.୧ ତମ ଓଭରରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୪୫ ରନ ଓ ଶେଫାଳି ବର୍ମା ୪୦ ରନ କରିଥିଲେ । ଡେଲାନ ହେମଲତା ୧୪ ରନ କରିଥିଲେ ।

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । ପାକିସ୍ତାନ ବ୍ୟାଟରମାନେ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ ଓ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲେ । ଦଳ ମାତ୍ର ୯ ରନରେ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା । କିନ୍ତୁ ଦଳର ସ୍କୋର ୪୧ ଥିବା ସମୟରେ ୩ଟି ଓ୍ବିକେଟ ହରାଇସାରିଥିଲା ଓ ଦଳୀୟ ସ୍କୋର ୬୧ ଥିବାବେଳେ ୬ ଜଣ ବ୍ୟାଟର ପାଭିଲିୟନ ଫେରିଯାଇଥିଲେ । ୯୪ ରନ ସ୍କୋର ବେଳେ ଦଳର ୯ଟି ଓ୍ବିକେଟର ପତନ ହୋଇସରିଥିଲା ଓ ଦଳ ୧୦୮ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ସିଦ୍ରା ଆମିନ ୨୫ ରନ କରିଥିବାବେଳେ ଫାତିମା ସନା ଓ ତୁବା ହୁସେନ ୨୨ରନ ଲେଖାଏଁ କରିଥିଲେ ।

ଭାରତ ପକ୍ଷରୁ ଦିପାଳୀ ଶର୍ମା ୩ଟି ଓ୍ବିକେଟ ନେଇଥିବାବେଳେ ରେଣୁକା ସିଂ ଓ ପୂଜା ବସ୍ତ୍ରାକର ଓ ଶ୍ରେୟଙ୍କା ପାଟିଲ୍ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+