ମହିଳା ଏସିଆ କପ୍ ; ଆଜି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା

ଆଜି ମହିଳା ଏସିଆ କପ୍ ଫାଇନାଲ, ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ୭ଥର ଚାମ୍ପିଅନ୍ ହୋଇଥିବା ଭାରତୀୟ ଦଳ ଚଳିତ ଥର ମଧ୍ୟ ଟାଇଟଲ ପାଇଁ ପ୍ରମୁଖ ଦାବିଦାର ରହିଛି। ସେପଟେ ଭାରତର ବିଜୟ ଧାରାରେ ବ୍ରେକ ଲଗାଇବାକୁ ଶ୍ରୀଲଙ୍କା ଟିମ ସ୍ୱତନ୍ତ୍ର ରଣନୀତି ଆପଣାଇଛି।

Women s Asia Cup

ଶ୍ରୀଲଙ୍କା ୫ଥର ଫାଇନାଲରେ ଭାରତ ସହ ମୁକାବିଲା କରିଥିଲେ ମଧ୍ୟ ସବୁଥର ପରାଜୟର ସ୍ୱାଦ ଚାଖିଛି। ତେବେ ଘରୋଇ ଦର୍ଶକଙ୍କ ଗହଣରେ ଖେଳିବା ଏବଂ ଦଳଗତ ପ୍ରଦର୍ଶନ ଯୋଗୁଁ ଫାଇନାଲରେ କଡା ମୁକାବିଲା ଦେଖିବାକୁ ଦୁଇ ଦେଶର କ୍ରୀଡାପ୍ରେମୀ ଆଶା ରଖିଛନ୍ତି।

ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳର ପ୍ରଦର୍ଶନ ପୁରା ଟୁର୍ଣ୍ଣାମେଣ୍ଟରେ ଉନ୍ନତ ରହିଛି। ଉଭୟ ଟିମ୍ ଟୂର୍ଣ୍ଣାମେଣ୍ଟ ଆରମ୍ଭରୁ ଗୋଟିଏ ବି ମ୍ୟାଚ୍ ହାରି ନଥିବା ବେଳେ ଅଧିକାଂଶ ମ୍ୟାଚରେ ଶ୍ରୀଲଙ୍କା ଏକତରଫା ବିଜୟ ହାସଲ କରିଛି। ଶ୍ରୀଲଙ୍କାର ଅଧିନାୟିକା ଅଟାପଟୁ ଚମତ୍କାର ଫର୍ମରେ ରହିଥିବା ବେଳେ ୪ଟି ମ୍ୟାଚରେ ମୋଟ୍ ୨୪୩ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଛି।

ଭାରତ ମୁଖ୍ୟତଃ ବୋଲରମାନଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି। ଦଳର ବୋଲିଂ ବିଭାଗ ଶକ୍ତିଶାଳୀ ରହିଥିବା ବେଳେ ରେଣୁକା ସିଂ ଓ ପୂଜା ବସ୍ତାକର ଘାତକ ବୋଲିଂ ଦଳ ପାଇଁ ସହାୟକ ସାବ୍ୟସ୍ତ ହେଉଛି। ତେଣୁ ଆଜି ଫାଇନାଲରେ ଦୁଇ ଦଳଙ୍କ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+