Women’s Asia Cup Gongshu 2025: ସିଙ୍ଗାପୁରକୁ ୧୨-୦ ପରାସ୍ତ କରି ସୁପର -୪ରେ ଭାରତ

ସିଙ୍ଗାପୁର ବିପକ୍ଷରେ ୧୨-୦ ଗୋଲରେ ବିଜୟ ହାସଲ କରି ଭାରତୀୟ ମହିଳା ହକି ଦଳ, ଚୀନରେ ଆୟୋଜିତ ମହିଳା ଏସିଆ କପ୍ ୨୦୨୫ (Women's Asia Cup 2025)ର ସୁପର ୪ରେ ନିଜ ସ୍ଥାନ ପକ୍କା କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପାଇଁ କେବଳ ୨ ଜଣ ଖେଳାଳି ୬ଟି ଗୋଲ ଦେଇଛନ୍ତି । ଦଳର ଷ୍ଟାର ଖେଳାଳି ନବନୀତ କୌର ଏବଂ ମୁମତାଜ ଖାନ ଦଳ ପାଇଁ ହ୍ୟାଟ୍ରିକ୍ ଗୋଲ୍ କରିଥିଲେ। ନବନୀତ ୧୪', ୨୦' ଏବଂ ୨୮' ମିନିଟରେ ଗୋଲ ସ୍କୋର କରିଥିଲେ । ସେହିପରି ମୁମତାଜ ଖାନ ୨', ୩୨' ଏବଂ ୩୮' ମିନିଟରେ ଗୋଲ ଦେଇଥିଲେ।

Women s Asia Cup Gongshu 2025

ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ନେହା ୧୧' ଏବଂ ୩୮' ମିନିଟରେ ଗୋଲ ଦେଇଥିଲେ । ସେହିପରି ୧୩' ମିନିଟରେ ଷ୍ଟାର ଷ୍ଟ୍ରାଇକର ଲାଲରେମସିଆମି ,୪୫' ମିନିଟରେ ଶର୍ମିଲା ଦେବୀ ଏବଂ ୫୨' ମିନିଟରେ ଋତୁଜା ପିସାଲ ଗୋଲ୍ କରି୍ ଭାରତର ସ୍କୋର ୧୨-୦ କରିଥିଲେ ।

ଭାରତ ପରବର୍ତ୍ତୀ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ ଆଠଟି ଦଳ ଅଂଶଗ୍ରହଣ କରିଛନ୍ତି ଏବଂ ଉଭୟ ପୁଲର ଶ୍ରେଷ୍ଠ ଦୁଇଟି ଦଳ ସୁପର ଫୋର୍ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବେ। ସୁପର ଫୋର୍ ର ଶ୍ରେଷ୍ଠ ଦୁଇଟି ଦଳ ସେପ୍ଟେମ୍ବର ୧୪ ତାରିଖରେ ଫାଇନାଲରେ ଖେଳିବେ।

ସୂଚନାଥାଉକି, ଏସିଆ କପ୍ ବିଜେତା ଦଳ ୨୦୨୬ ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ମହିଳା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏପଟେ ଗତକାଲି ଭାରତୀୟ ପୁରୁଷ ଦଳ ଏସିଆ କପ୍ ନିଜ ନାଁରେ କରି ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+