Women's Asia Cup 2024: ମହିଳା ଏସିଆ କପ୍ ଫାଇନାଲରେ ଭାରତ ବନାମ ଶ୍ରୀଲଙ୍କା

ଭାରତୀୟ ମହିଳା କ୍ରିକେଟ୍‌ ଦଳ ନବମ ଥର ଲାଗି ଏସିଆ କପ୍‌ ଫାଇନାଲ୍‌ରେ ପ୍ରବେଶ କରିଛି । ଶୁକ୍ରବାର ସେମିଫାଇନାଲ୍‌ରେ ୭ ଥର ବିଜେତା ଭାରତ ୧୦ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରିଛି । ବିଜେତା ଭାରତ ରବିବାର ଫାଇନାଲ୍‌ରେ ଶ୍ରୀଲଙ୍କାକୁ ଭେଟିବ । ସେହିପରି ଦ୍ବିତୀୟ ସେମିଫାଇନାଲ୍‌ରେ ଶ୍ରୀଲଙ୍କା ୩ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି ।

ଶୁକ୍ରବାର ଖେଳାଯାଇଥିବା ପ୍ରଥମ ‌ସେମିଫାଇନାଲ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ। ‌ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୮୦ ରନ୍ କରିବାକୁ ସକ୍ଷମ ହୋଇଥିଲା ବାଂଲାଦେଶ । ୮୧ ରନର ବିଜୟ ଲକ୍ଷ୍ୟକୁ କୌଣସି ୱିକେଟ ନ ହରାଇ ୧୧ ଓଭରରେ ହାସଲ କରି ନେଇଥିଲା ଭାରତୀୟ ମହିଳା ଦଳ । ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଯଥାକ୍ରମେ ୫୫ ଓ ୨୬ ରନ୍ କରି ଅପରାଜିତ ରହିଥିଲେ ।

Women s Asia Cup 2024 final

ମନ୍ଧାନା ୩୯ଟି ବଲରୁ ୯ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୫ ରନ୍ କରିଥିବା ବେଳେ ଶେଫାଳି ବର୍ମା ୨୮ଟି ବଲ୍ରୁ ୨ଟି ଚୌକା ସହାୟତାରେ ୨୬ ରନ୍ କରିଥିଲେ । ବାଂଲାଦେଶର କୌଣସି ବୋଲରଙ୍କୁ ସଫଳତା ମିଳି ନଥିଲା । ସେମାନଙ୍କ ମଧ୍ୟରୁ କେହି ଭାରତର ଏହି ଓପନିଂ ଯୋଡ଼ିଙ୍କୁ ଭାଙ୍ଗି ପାରି ନଥିଲେ ।

ରେଣୁକା ସିଂହ (୪-୧-୧୦-୩)ଙ୍କ ଘାତକ ଓ ରାଧା ୟାଦବ (୪-୧-୧୪-୩)ଙ୍କ ସ୍ପିନ୍‌ ଯାଦୁକୁ ସାମ୍ନା କରି ନପାରି ବାଂଲାଦେଶ ୮୦/୮ରେ ସୀମିତ ରହିଥିଲା। ନିଗର ସୁଲତାନା (୩୨) ଓ ଶୋର୍ନା ଅକ୍‌ତାର (୧୯*) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଜବାବରେ ଭାରତ ‌କୌଣସି ୱିକେଟ୍‌ ନହରାଇ ୧୧ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ସ୍ମୃତି ମନ୍ଧାନା (୫୫*, ୩୯ ବଲ୍‌, ୯ ଚୌକା, ୧ ଛକା) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଶେଫାଳି ବର୍ମା ୨୬* (୨୮ ବଲ୍‌, ୨ ଚୌକା) ରନ୍‌ କରିଥିଲେ। ଏହି ଦୁଇ ଓପନର୍‌ ପାୱାର ପ୍ଲେରେ ୪୬ ରନ୍‌ ସଂଗ୍ରହ କରିଥିଲେ। ମନ୍ଧାନା ତାଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ‌ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଭାରତର ସର୍ବାଧିକ ରନ୍‌ କରିବାରେ ହର୍ମନପ୍ରୀତ କୌରଙ୍କୁ ଟପିଥିଲେ। ମନ୍ଧାନା ୧୪୦ ମ୍ୟାଚ୍‌ ଖେଳି ୩୪୩୩ ରନ୍‌ କରିଥିଲା ବେଳେ ହର୍ମନପ୍ରୀତ ୩୪୧୫ (୧୭୨ ମ୍ୟଚ୍‌) ରନ୍‌ କରିଛନ୍ତି। ରେଣୁକା ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍‌:ବାଂଲାଦେଶ ୨୦ ଓଭରରେ ୮୦/୮ (ନିଗାର ସୁଲତାନା ୩୨, ଶୋର୍ଣ୍ଣା ଅକ୍‌ତର ୧୯*, ରେଣୁକା ସିଂହ ୩/୧୦, ରାଧା ୟାଦବ ୩/୧୪, ଦୀପ୍ତି ଶର୍ମା ୧/୧୪, ପୂଜା ବସ୍ତ୍ରକାର ୧/୨୫)। ଭାରତ ୧୧ ଓଭରରେ ୮୩/୦ (ସ୍ମୃତି ମନ୍ଧାନା ୫୫*, ଶେଫାଳି ବର୍ମା ୨୬*)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+