Women T20 World Cup 2024: ଅଷ୍ଟ୍ରେଲିଆକୁ ହରାଇ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା

ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା । ୟୁଏଇରେ ଚାଲିଥିବା ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ୬ଥରର ଟି-୨୦ ବିଶ୍ୱକପ ବିଜେତା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ଦେଇଛି । ଏହି ପରାଜୟ ସହ ଅଷ୍ଟ୍ରେଲିଆ ବିଶ୍ୱକପରୁ ବିଦାୟ ନେଇଛି ।

ଅଷ୍ଟ୍ରେଲିଆକୁ ବିଦା କରି ୨୦୨୩ ଟି-୨୦ ବିଶ୍ୱକପ ଫାଇନାଲର ମଧୁର ପ୍ରତିଶୋଧ ନେଇଛି ଦକ୍ଷିଣ ଆଫ୍ରିକା । ୨୦୨୩ ଫାଇନାଲରେ ଅଷ୍ଟ୍ରେଲିଆ ୧୯ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି-୨୦ ଟ୍ରଫି ହାତେଇଥିଲା ।

୨୦୧୦ରୁ ଅଷ୍ଟ୍ରେଲିଆ କ୍ରମାଗତ ଟି-୨୦ ବିଶ୍ୱକପ ଫାଇନାଲ ଖେଳି ଆସୁଥିଲା। ୨୦୧୬ରୁ ଛାଡ଼ି ଦେଲେ ଦଳ ୬ ଥର ଚାମ୍ପିୟନ ହୋଇଥିଲା। କେବଳ ୨୦୧୬ରେ ଦଳ ୱେଷ୍ଟଇଣ୍ଡିଜ ଠାରୁ ହାରି ଉପ ବିଜେତା ହୋଇଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦ ଓ ୨୦୨୩ରେ ଚାମ୍ପିୟନ ହୋଇଥିଲା ।

Women T20 World Cup 2024

ହେଲେ ଏଥର ଦଳକୁ ଦକ୍ଷିଣ ଆଫ୍ରିକା ଠାରୁ ସେମି ଫାଇନାଲରେ ହାରିବାକୁ ପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦକ୍ଷିଣ ଆଫ୍ରିକା କେବେ ବି ଅଷ୍ଟ୍ରେଲିଆକୁ ଚଳିତ ବିଶ୍ୱକପ ପୂର୍ବରୁ ଟି-୨୦ରେ ହରାଇ ନଥିଲା। ଆଜିର ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ୭ଥର ମୁହାଁମୁହିଁ ହୋଇଥିବା ବେଳେ ସବୁଥର ଅଷ୍ଟ୍ରେଲିଆ ହିଁ ବିଜୟ ହେଉଥିଲା । ହେଲେ ଆଜି ଦକ୍ଷିଣ ଆଫ୍ରିକା ଇତିହାସ ରଚିବା ସହ ଟ୍ରଫି ଟକ୍କରରେ ପହଞ୍ଚି ଯାଇଛି ।

ଆସନ୍ତାକାଲି ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ର ବିଜେତା ଦକ୍ଷିଣ ଆଫ୍ରିକା ସହ ଫାଇନାଲ ମ୍ୟାଚ୍‌ ରବିବାର ଖେଳିବ।

ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୩୪ ରନ କରିଥିଲା। ଦଳ ପକ୍ଷରୁ ବେଥ ମୁନୀ ସର୍ବାଧିକ ୪୪ ରନୀ ଇନିଂସ ଖେଳିଥିବା ବେଳେ ଶେଷ ଭାଗରେ ଏଲିସ ପେରୀ ୨୩ ବଲରେ ୩୧ ରନ କରିଥିଲେ ।

୧୩୫ ରନର ଟାର୍ଗେଟ ପାଇଥିବା ଦକ୍ଷିଣ ଆଫ୍ରିକା ପାଇଁ ତାଜମିନ ବ୍ରିଟ୍ସ ଦ୍ରୁତ ଆରମ୍ଭ କରିଥିଲେ । କିନ୍ତୁ ସେ ୧୫ ରନ କରି ଆନାବେଲ ସଦରଲ୍ୟାଣ୍ଡଙ୍କ ବଲରେ ଆଉଟ ହୋଇଯାଇଥିଲେ । ଏତିକି ବେଳେ ଅଧିନାୟକ ଲାଉରା ୱଲଭାରଡଟ ଓ ଆନେକ ବଚ ସ୍ଥିତି ସମ୍ଭାଳିଥିଲେ । ବିଶେଷ କରି ବଚଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା।

ଉଭୟ ଦ୍ୱିତୀୟ ୱିକେଟ ପାଇଁ ୯୬ ରନ ଯୋଡ଼ି ଅଷ୍ଟ୍ରେଲିଆ ପାଖରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ବିଚ ମଧ୍ୟ ୩୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳକୁ ଜିତିବା ପାଇଁ ୧୪ ରନ ଦରକାର ଥିବା ବେଳେ ଲାଉରା ଆଉଟ ହୋଇ ଯାଇଥିଲେ। ହେଲ ବଚ୍‌ ଶେଷ ଯାଏ ଅପରାଜିତ ରହି ଚୌକା ମାରି ଦଳକୁ ଐତିହାସିବ ବିଜୟ ଭେଟି ଦେଇଥିଲେ।

ବଚ ଶେଷ ଯାଏ ୪୮ ବଲରେ ୭୪ ରନ କରି ଅପରାଜିତ ରହିଥିଲେ। ତାଙ୍କ ସହ ଟ୍ରାୟନ ୧ ରନ କରି କ୍ରିଜରେ ଥିଲେ। ଦକ୍ଷିଣ ଆଫ୍ରିକା ୧୭.୪ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ହାସଲ କରିନେଇଛି। ମ୍ୟାଚ୍‌ ବିଜୟ ଇନିଂସ ପାଇଁ ବଚଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+