For Quick Alerts
Turn On Notification  
For Daily Alerts
Oneindia App Download

କ୍ରୀଡାରେ ପୁଣି କରୋନାର କୋପ, ସ୍ଥଗିତ ରହିଲା ହକି ବିଶ୍ବକପ

ନୂଆ ଭାରିଆଣ୍ଟ କରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ହେଲା ଜୁନିଅର ମହିଳା ହକି ବିଶ୍ବକପ । ମହିଳା ହକି ବିଶ୍ବକପ ୫ ଡିସେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜନ ହୋଇଥାନ୍ତା ।

|

ଜୋହାନ୍ସବର୍ଗ: ନୂଆ ଭାରିଆଣ୍ଟ କରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ହେଲା ଜୁନିଅର ମହିଳା ହକି ବିଶ୍ବକପ । ମହିଳା ହକି ବିଶ୍ବକପ ୫ ଡିସେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜନ ହୋଇଥାନ୍ତା । ତେବେ କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖିବାକୁ ମିଳିତ ନିଷ୍ପତ୍ତି ନେଇଛନ୍ତି ଅନ୍ତର୍ଜାତୀୟ ହକି ମହାସଂଘ ଓ ଦକ୍ଷିଣ ଆଫ୍ରିକା ହକି ସଂଘ ।

 junior hockey world cup

କରୋନାର ନୂଆ ଭାରିଏଣ୍ଟ ପାଇଁ ଚିନ୍ତାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ନୂଆ ଭାରିଏଣ୍ଟ ଓମିକ୍ରୋନକୁ ପାଇଁ ବିଶ୍ବକୁ ସତର୍କ କରାଇ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କରୋନାର ନୂଆ ଭାରିଏଣ୍ଟ କ୍ରୀଡା ଜଗତରେ କଳା ବାଦଲ ଖେଳିଯାଇଛି । FIH, ଦକ୍ଷିଣ ଆଫ୍ରିକା ହକି ମହାସଂଘ ଏବଂ ନର୍ଥ ଓ୍ବେଷ୍ଟ ୟୁନିଭରସିଟି ପୋଟଫେଷ୍ଟରୁମ୍ ମିଳିତ ଭାବରେ ଏହି ଟୁର୍ଣ୍ଣାମେଣ୍ଟକୁ ବର୍ତ୍ତମାନ ସ୍ଥିତିରେ ଆୟୋଜନ ନକରିବାକୁ ନିଷ୍ପତି ନେଇଛନ୍ତି ।

FIH ସିଇଓ ଥେରୀ ଓ୍ବେଲ ଏକ ବୟାନରେ କହିଛନ୍ତି କି ଏଫଏଇଏଚ ପ୍ରତିଯୋଗୀତାରେ ସମସ୍ତଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ଅଟେ । ଏହା ବ୍ୟତୀତୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଦେଶ ସହ ବହୁ ଦେଶ ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ କଟକଣା ବଢ଼ାଇ ଦିଆଯାଇଛି । ଏଥି ପାଇଁ ଏହି ପ୍ରତିଯୋଗିତାକୁ ପୂର୍ବ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବା ସମ୍ଭବ ହେବ ନାହିଁ ।

ପ୍ରଥମ ଥର ପାଇଁ ଆଫ୍ରିକାନ ମାଟିରେ ଅନ୍ତର୍ଜାତୀୟ ହକି ମହାସଂଘର କୌଣସି ଇଭେଣ୍ଟ ଆୟୋଜନ ହୋଇଥାଆନ୍ତା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ତାହା ସମ୍ଭବ ନୁହେଁ ବୋଲି କୁହାଯାଇଛି । ତେବେ ଅନ୍ତର୍ଜାତୀୟ ହକି ମହାସଂଘର ନିଷ୍ପତ୍ତିକୁ ଜୁନିଅର ମହିଳା ହକି ବିଶ୍ବକପରେ ଭାଗ ନେବାକୁ ଥିବା ଅଂଶଗ୍ରହଣକାରୀ ଦଳ ସମର୍ଥନ ଦେଇଛନ୍ତି । ଏହାକୁ ନେଇ ଧନ୍ୟବାଦ ଜଣାଇଛି ଅନ୍ତର୍ଜାତୀୟ ହକି ମହାସଂଘ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Women's Junior Hockey World Cup Postponed for Coronavirus
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X