Get Updates
Get notified of breaking news, exclusive insights, and must-see stories!

ମହିଳା ଆଇପିଏଲ: ଅକ୍ସନରେ ସାମିଲ ହେବେ ଓଡିଶାର ୭ କ୍ରିକେଟର

ଆସନ୍ତା ଫେବ୍ରୁଆରି ୧୩ରେ ମହିଳା ଆଇପିଏଲ୍ ଦଳଗୁଡ଼ିକ ପାଇଁ ଖେଳାଳି ନିଲାମ ହେବ । ତେବେ ନିମଲା ହେବାରକୁ ଥିବା ୪୦୯ ସର୍ଟଲିଷ୍ଟ ତାଲିକାରେ ଓଡିଶାର ୭ ଜଣ ଖେଳାଳି ଅଛନ୍ତି ।

womens ipl

କଟକ: ଆସନ୍ତା ଫେବ୍ରୁଆରି ୧୩ରେ ମହିଳା ଆଇପିଏଲ୍ ଦଳଗୁଡ଼ିକ ପାଇଁ ଖେଳାଳି ନିଲାମ ହେବ । ତେବେ ନିମଲା ହେବାରକୁ ଥିବା ୪୦୯ ସର୍ଟଲିଷ୍ଟ ତାଲିକାରେ ଓଡିଶାର ୭ ଜଣ ଖେଳାଳି ଅଛନ୍ତି । ମୁମ୍ବାଇର ଜିଓ କନଭେନସନ ସେଣ୍ଟରଠାରେ ୧୩ ତାରିଖ ଅପରାହ୍ଣ ସାଢେ ୨ଟା ବେଳେ ମୋଟ ୫ଟି ଦଳ ପାଇଁ ଏହି ନିଲାମୀ ଅନୁଷ୍ଠିତ ହେବ ।

ତେବେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ଏହି ଖେଳାଳି ମାନେ ହେଲେ- ମାଧୁରୀ ମେହେତା, ରସାନାରା ପାର୍ବିନ୍, କାଜଲ ଜେନା, ଏସ.ବି ଲୋରେନ୍ସ , ସୁଜାତା ମଲ୍ଲିକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଏବଂ ସୁଶ୍ରୀ ଦିବ୍ୟାଦର୍ଶିନୀ । ପାଞ୍ଚଟି ଦଳ ପାଇଁ ୯୦ ଟି ସ୍ଲଟ୍ ଉପଲବ୍ଧ ରହିଛି । ଯେଉଁଥିରେ ୩୦ ଜଣ ବିଦେଶୀ ଖେଳାଳି ସାମିଲ ହେବେ ।

ଅହମ୍ମଦାବାଦ, ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଲକ୍ଷ୍ନୌ ପାଞ୍ଚଟି ସହର ଫ୍ରାଞ୍ଚାଇଜ୍ ହୋଇଥିବା ବେଳେ ଖେଳାଳିମାନଙ୍କୁ 50 ଲକ୍ଷ, 40 ଲକ୍ଷ, 20 ଏବଂ 10 ଲକ୍ଷ ବର୍ଗରେ ସ୍ଥାନିତ କରାଯାଇଛି । ମାର୍ଚ୍ଚ 4 ରୁ 26 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ମହିଳା ପ୍ରିମିୟର ଲିଗ୍ ଖେଳାଯିବ।

ମହିଳା ଆଇପିଏଲ ନିଲାମ ବାବଦରେ ବିସିସିଆଇ ମୋଟ ୪୬୬୯.୯୯ କୋଟି ଟଙ୍କା ପାଇବ ବୋଲି ବୁଧବାରଦିନ ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷରେ ବିସିସିଆଇ ଏହି ରାଶି ପାଇବ । ମହିଳା ଆଇପିଏଲର ଅଫିସିଆଲ ନାଁ ହେବ ଓମେନ୍ସ ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲ । ଗତ ମାସରେ ଭାୟାକମ-୧୮ ମହିଳା ଆଇପିଇଏଲର ପ୍ରସାରଣ ଅଧିକାର ୯୫୧ କୋଟିରେ କିଣିଥିଲା । ମହିଳା ଆଇପିଏଲ ଆରମ୍ଭ ହେବା ଦ୍ବାରା ବିଶ୍ବ ମହିଳା କ୍ରିକେଟରେ ଏକ ବୈପ୍ଲବିକ ପରିବର୍ତ୍ତନ ଆରମ୍ଭ ହେବ ବୋଲି ଜୟ ଶାହା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+