Women’s Asian Champions Trophy 2024: ମହିଳା ଏସୀୟ ହକି: ଚାଇନାକୁ ୧-୦ ଗୋଲ୍ରେ ହରାଇ ଭାରତ ଚାମ୍ପିଅନ୍
ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି କବଜା କରିଛି ଭାରତୀୟ ମହିଳା ହକି ଟିମ । ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ କରିଛି ।
ବିହାରରେ ଅନୁଷ୍ଠିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪ରେ ଫାଇନାଲରେ ଚାଇନାକୁ ୧-୦ ଗୋଲ୍ରେ ହରାଇ ଭାରତୀୟ ଦଳ ବିଜୟୀ ହୋଇଛି। ମ୍ୟାଚର ଏକମାତ୍ର ଗୋଲ ଦୀପିକା ଭାରତ ପାଇଁ ତୃତୀୟ କ୍ୱାର୍ଟରରେ କରିଥିଲେ। ଏହି ଗୋଲଟି ପେନାଲଟି କର୍ଣ୍ଣରରୁ ଆସିଥିଲା। ଏହାପୂର୍ବରୁ ଦୀପିକା ଏକ ପେନାଲଟି କର୍ଣ୍ଣରରେ ବିଫଳ ହୋଇଥିଲେ ମଧ୍ୟ ଆଉ ଏକ ସୁଯୋଗକୁ ହାତଛଡ଼ା ନ କରି ଗୋଲ କରିଥିଲେ। ଲଗାତାର ଦ୍ୱିତୀୟଥର ପାଇଁ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିବାର ସକ୍ଷମ ହୋଇଛି । ଯେତେବେଳେ କି କୋଚ୍ ହରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଦଳ ପାଇଁ ଏହା ପ୍ରଥମ ଟ୍ରଫି ।

୨୦୨୩ରେ ଦଳ ଜାପାନକୁ ୪-୦ ଗୋଲରେ ହରାଇ ରାଞ୍ଚିରେ ଟ୍ରଫି ତୋଳିଥିଲା। ଏଥର ବିହାରରେ ଭାରତର ଫାଇନାଲ ଶିକାର ବନିଛି ଚାଇନା। ମୁଖ୍ୟକୋଚ ଭାବେ ହରେନ୍ଦ୍ର ସିଂହ ପ୍ରଥମ ଟାଇଟଲ ଜିତିବାକୁ ମଧ୍ୟ ସକ୍ଷମ ହୋଇଛନ୍ତି ।
ଆଜିର ଫାଇନାଲରେ ଭାରତ ପକ୍ଷରୁ ଏକମାତ୍ର ଗୋଲ ଦୀପିକା ସ୍କୋର କରିଛନ୍ତି। ୩୧ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ନବନୀତ କୌର ଠିକ ଭାବେ ହିଟ କରିପାରି ନଥିଲେ। ଏହା ତାଙ୍କ ଷ୍ଟିକରେ ବାଜି ଦୀପିକାଙ୍କ ପାଖକୁ ଚାଲି ଯାଇଥିଲା। ଦୀପିକା କୌଣସି ତ୍ରୁଟି ନ କରି ଏହାକୁ ଗୋଲରେ ପରିଣତ କରିଥିଲେ ।












Click it and Unblock the Notifications