ମାର୍ଚ୍ଚ ୭ରୁ ମହିଳା ଆଇପିଏଲ: ଭାଗ ନେବେ 5ଟି ଓ 200 ଖେଳାଳି
ଚଳିତ ବର୍ଷ ଏକ ବଡ ନିଷ୍ପତ୍ତି ନେଇ ମହିଳା କ୍ରିକେଟ୍ ଆଗକୁ ନେବାକୁ ବିସିସିଆଇ ମହିଳା ଆଇପିଏଲ୍ ଘୋଷଣା କରିଛି । ଏହା ଘୋଷଣା ହେବା ପରଠାରୁ ପ୍ରଶଂସକଙ୍କ ସହିତ ଖେଳାଳି ମାନେ ମଧ୍ୟ ଏଥିପାଇଁ ବହୁତ ଉତ୍ସାହିତ ଅଛନ୍ତି ।
ମୁମ୍ବାଇ: ଚଳିତ ବର୍ଷ ଏକ ବଡ ନିଷ୍ପତ୍ତି ନେଇ ମହିଳା କ୍ରିକେଟ୍ ଆଗକୁ ନେବାକୁ ବିସିସିଆଇ ମହିଳା ଆଇପିଏଲ୍ ଘୋଷଣା କରିଛି । ଏହା ଘୋଷଣା ହେବା ପରଠାରୁ ପ୍ରଶଂସକଙ୍କ ସହିତ ଖେଳାଳି ମାନେ ମଧ୍ୟ ଏଥିପାଇଁ ବହୁତ ଉତ୍ସାହିତ ଅଛନ୍ତି । ସୂଚନା ଅନୁସାରେ ମହିଳା ଆଇପିଏଲ ମାର୍ଚ୍ଚ ୭ରୁ ଆରମ୍ଭ ହେବ । ଏଥିରେ ୫ଟି ଦଳ ରହିବେ । ଏସବୁ ଟିମ ପାଇଁ ମୋଟ ୧୬୦ରୁ ୧୭୦ ଭାରତୀୟ ଖେଳାଳି ଓ ୩୦ରୁ ୪୦ ବିଦେଶୀ ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ କରାଯାଇଛି ।

ନିକଟରେ ବିସିସିଆଇର ଏକ ପରିଚାଳନା ପରିଷଦ ବୈଠକ ହୋଇଥିଲା । ଏହା ପରେ ମହିଳା ଆଇପିଏଲ୍ ପାଇଁ ଏକ ପୁଲ୍ ଖେଳାଳି ପ୍ରସ୍ତୁତ ହୋଇଥିଲା। ସ୍ଥାନ ବିଷୟରେ କହିବାକୁ ଗଲେ ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ କୋଲକାତାକୁ ସର୍ଟଲିଷ୍ଟ କରାଯାଇଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଏପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ ଏ ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ । ତେବେ ମହିଳା ଆଇପିଏଲ ଆରମ୍ଭ ପୂର୍ବରୁ ଫ୍ରାଞ୍ଚାଇଜି ନିଲାମ ଓ ମିଡିଆ ରାଇଟ୍ସ ନିଲାମ ଅନୁଷ୍ଠିତ ହେବ । ଫ୍ରାଞ୍ଚାଇଜି ନିଲାମ ପରେ ଖେଳାଳି ନିଲାମ ବି ହୋଇପାରେ ।
ଗତମାସରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମାଲ କହିଥିଲେ ଯେ, ମହିଳା ଆଇପିଏଲକୁ ନେଇ ସେ ଉତ୍ସାହିତ ଅଛନ୍ତି । ଏହା ଦ୍ବାରା ଦେଶରେ ମହିଳା କ୍ରିକେଟର ପ୍ରସଂଶକ ସଂଖ୍ୟା ବଢିବ ଓ ମହିଳା କ୍ରିକେଟିୟରଙ୍କ ଆୟ ମଧ୍ୟ ବଢିବ । ଫଳରେ ଅଧିକରୁ ଅଧିକ ଝିଅ କ୍ରିକେଟକୁ ନିଜର କ୍ୟାରିୟର ପାଇଁ ଆଗେଇ ଆସିବେ ।












Click it and Unblock the Notifications