ମହିଳା ଏସିଆ କପ୍‌; ଆଜି ଭାରତ-ପାକିସ୍ତାନ ମହାମୁକାବିଲା, କାହାର ପଲ୍ଲା ଭାରି ?

ମହିଳା ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ୯ମ ସଂସ୍କରଣ ଆଜିଠାରୁ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଯାଉଛି । ଟି-୨୦ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ ୟୁଏଇ ଓ ନେପାଳ ମହିଳା କ୍ରିକେଟ୍‌ ଦଳ ମଧ୍ୟରେ ଅନୁଷ୍ଠିତ ହେବ । ସେହିଭଳି ଆଜି ରାତିରେ ଏକ ହାଇଭୋଲଟେଜ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ତାର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

ଅନ୍ୟପକ୍ଷେ ୮ ଦଳର ଅଧିନାୟକଙ୍କ ଉପସ୍ଥିତିରେ ଟ୍ରଫି ଉନ୍ମୋଚନ ହୋଇଥିଲା । ଡିଫେଣ୍ଡିଂ ଚାମ୍ପିୟନ ଭାରତ ହରମନ୍‌ପ୍ରୀତ୍‌ କୌରଙ୍କ ଅଧୀନରେ ଖେଳିବ । ଅନ୍ୟପକ୍ଷେ ଅଭିଜ୍ଞ ନିଦା ଦର୍‌ ପାକିସ୍ତାନ ଦଳର ନେତୃତ୍ୱ ନେବେ।

ବାଂଲାଦେଶରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଏହା ଏକ ପ୍ରସ୍ତୁତି ଟୁର୍ନାମେଣ୍ଟ ରହିବ। ଶ୍ରୀଲଙ୍କା ଓ ବାଂଲାଦେଶର ପିଚ୍‌ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ । ତେଣୁ ଭାରତୀୟ ସ୍ପିନରଙ୍କ ପାଇଁ ଏହା ଭଲ ଅଭ୍ୟାସ ହେବ ବୋଲି ଆଶା କରାଯାଉଛି ।

Women asia cup 2024

ଆଗାମୀ ଅକ୍ଟୋବରରେ ଆଇସିସି ଟି-୨୦ ବିଶ୍ୱକପ୍‌ ଆୟୋଜିତ ହେବାକୁ ଯାଉଥିବାରୁ ଏହି ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଏସିଆ କପ୍‌ ହରମନପ୍ରୀତ୍‌ଙ୍କ ଦଳ ଲାଗି ବେଶ୍‌ ଗୁରୁତ୍ୱବହନ କରୁଛି । ଏସିଆ କପ୍‌ ୪ଥର ଟି-୨୦ ଫର୍ମାଟ୍‌ରେ ଖେଳାଯାଇଥିବାବେଳେ ସେଥିରୁ ଭାରତ ୩ଥର ଚାମ୍ପିଅନ ହୋଇଛି । ସେହିଭଳି ୫୦ ଓଭର ଫର୍ମାଟ୍‌ରେ ୪ଥର ଅନୁଷ୍ଠିତ ହୋଇଥିବା ଏସିଆ କପ୍‌ରେ ମଧ୍ୟ ଭାରତ ୩ଥର ଟ୍ରଫି ଜିତିବାରେ ସଫଳ ହୋଇଛି ।ଏସିଆ କପ୍‌ର ରେକର୍ଡ ଉପରେ ନଜର ପକାଇଲେ ଭାରତ ଏଥିରେ ମୋଟ୍‌ ୨୦ ମ୍ୟାଚ୍‌ ଖେଳି ୧୭ଟି ଜିତିଛି। ୨୦୨୨ରେ ଅନୁଷ୍ଠିତ ଗତ ସଂସ୍କରଣ ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଭାରତ ଡିଫେଣ୍ଡିଂ ଚାମ୍ପିଅନ ରହିଛି।

ଭାରତ-୧୧; ପାକିସ୍ତାନ- ୩

ଟି-୨୦ ଫର୍ମାଟ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ ଆଖିଦୃଶିଆ ରହିଛି। ଏହି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ମଧ୍ୟରେ ଟି-୨୦ରେ ୧୪ଟି ମ୍ୟାଚ୍‌ ଖେଳାଯାଇଛି। ଯେଉଁଥିରୁ ଭାରତ ୧୧ ମ୍ୟାଚ୍‌ ଜିତି ଆଗରେ ରହିଛି। ତେଣୁ ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚରେ ପାକିସ୍ତାନକୁ ମାତ୍‌ ଦେଇ ଭାରତ ଏହାର ରେକର୍ଡକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ରହିଛି। ବ୍ୟାଟିଂରେ ଭାରତ ପାଇଁ ଦୁଇ ଓପନର୍‌ ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନାଙ୍କ ସମେତ ଅଧିନାୟିକା ହରମନପ୍ରୀତ୍‌, ଜେମିମା ରୋଡ୍ରିଗ୍ୱେଜଙ୍କ ଉପରେ ନିର୍ଭର କରିବ।

ସେହିଭଳି ଅଭିଜ୍ଞ ଦୀପ୍ତି ଶର୍ମାଙ୍କ ସହ ସଞ୍ଜିବନ ସଜନା, ଯୁଗ ଲେଗ୍‌-ସ୍ପିନର ଶ୍ରେୟଙ୍କା ପାଟିଲ ସ୍ପିନରେ ପାକିସ୍ତାନକୁ ଅଡ଼ୁଆରେ ପକାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ଗ୍ରୁପ୍‌ରେ ଭାରତ ବ୍ୟତୀତ ପାକିସ୍ତାନ, ନେପାଳ ଓ ୟୁଏଇ ରହିଛନ୍ତି । ସେହିଭଳି ଆୟୋଜକ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ ଓ ମାଲେସିଆ ଗ୍ରୁପ୍‌-ବି'ରେ ସ୍ଥାନ ପାଇଛନ୍ତି । ପ୍ରତି ଗ୍ରୁପ୍‌ର ଦୁଇ ଶ୍ରେଷ୍ଠ ଦଳ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ ।

ଭାରତ: ହରମନପ୍ରୀତ୍‌ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ୱେଜ, ରିଚା ଘୋଷ, ଉମା ଛେତ୍ରୀ (ଉଭୟ ୱିକେଟରକ୍ଷକ), ପୂଜା ବସ୍ତ୍ରାକାର, ଦୀପ୍ତି ଶର୍ମା, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂ, ଡି. ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ ଓ ସଞ୍ଜିବନ ସଜନା।

ପାକିସ୍ତାନ: ନିଦା ଦର (ଅଧିନାୟିକା), ଆଲିୟା ରିଜା, ଡିଆନା ବେଗ୍‌, ଫତିମା ସାନା, ଗୁଲ ଫିରୋଜା, ଇରାମ ଜାଭେଦ, ମୁନିବ ଅଲି, ନାଜିଆ ଆଲଭି (ୱିକେଟ୍‌ରକ୍ଷକ), ନଶ୍ରା ସାନ୍ଧୁ, ଓମାଇମା ସୋହେଲ, ସାଦିଆ ଇକବାଲ, ସିଦ୍ରା ଅମିନ, ସଇଦ ଆରୋବ ଶାହ, ତାସମିଆ ରୁବାବ ଓ ତୁବା ହାସାନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+