Get Updates
Get notified of breaking news, exclusive insights, and must-see stories!

ଟୋକିଓ ପାରା ଅଲିମ୍ପିକ୍ସ: 19 ପଦକ ସହ ଅଭିଯାନ ଶେଷ କଲା ଭାରତ

ପାଞ୍ଚଟି ସ୍ୱର୍ଣ୍ଣ ସହ 19 ଟି ପଦକ ହାତେଇ ସାମଗ୍ରିକ ତାଲିକାରେ 24 ତମ ସ୍ଥାନ ହାସଲ କରି ଟୋକିଓ ପାରା ଅଲିମ୍ପିକ୍ସ ଶେଷ କରିଛି ଭାରତ କଣ୍ଟିଜେଣ୍ଟ । ଯାହାକି ଭାରତୀୟ ପାରା ଅଲମ୍ପିକ୍ସ ଇତିହାସରେ ଏପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ।

ଟୋକିଓ: ଅବିଶ୍ୱସନୀୟ, ଅବିସ୍ମରଣୀୟ ପ୍ରେରଣାଦାୟକ । ଟୋକିଓ ଗେମ୍ସରେ ଏକ ଯୁଗାନ୍ତକାରୀ ଅଭିଯାନ ସହ ଭାରତର ପାରାଲିମ୍ପିଆନମାନେ ଏପରି କିଛି କରି ଦେଖାଇଛନ୍ତି । ପାଞ୍ଚଟି ସ୍ୱର୍ଣ୍ଣ ସହ 19 ଟି ପଦକ ହାତେଇ ସାମଗ୍ରିକ ତାଲିକାରେ 24 ତମ ସ୍ଥାନ ହାସଲ କରି ଟୋକିଓ ପାରା ଅଲିମ୍ପିକ୍ସ ଶେଷ କରିଛି ଭାରତ କଣ୍ଟିଜେଣ୍ଟ । ଯାହାକି ଭାରତୀୟ ପାରା ଅଲମ୍ପିକ୍ସ ଇତିହାସରେ ଏପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ।

 tokyo paralympics 2020

ଏହା ପୂର୍ବରୁ 2016 ରିଓ ପାରାଲିମ୍ପିକ୍ସରେ ଭାରତ 4 ପଦକ ଜିତିଥିଲା। କିନ୍ତୁ ଟୋକିଓରେ ଭାରତ ଏହାର ପାଞ୍ଚ ଗୁଣା ପଦକ ହାସଲ କରିଛି। ଯେଉଁଥିରେ ରହିଛି 5 ସ୍ୱର୍ଣ୍ଣ, 8 ରୌପ୍ୟ ଓ 6 ବ୍ରୋଞ୍ଜ ।

୨୦୧୮ ଗ୍ରୀଷ୍ମକାଳୀନ ୟୁଥ୍ ଅଲିମ୍ପିକ୍ସରେ ଭାରତ ୧୩ ପଦକ ଜିତିଥିଲା। ତେଣୁ ପାରା ଆଥଲେଟମାନେ ସବୁ ରେକର୍ଡକୁ ପଛରେ ପକାଇ ନୂଆ ଇତିହାସ ରଚିଛନ୍ତି। ୧୯୬୮ରୁ ୨୦୧୬ ପର୍ଯ୍ୟନ୍ତ ଆୟୋଜିତ ପାରାଲିମ୍ପିକ୍ସରେ ଭାରତ ମୋଟ ୧୨ ପଦକ ଜିତିଥିଲା। କିନ୍ତୁ ଏଥର ଭାରତ ସବୁ ରେକର୍ଡକୁ ପଛରେ ପକାଇ ଦେଇଛି।

ଚଳିତ ଥର ଭାରତ ମଧ୍ୟ 54 ଜଣିଆ ସର୍ବବୃହତ ଦଳ ପଠାଇଥିଲା। ଟେବୁଲ୍ ଟେନିସରେ ଭାରତ ପାଇଁ ଖାତା ଖୋଲିଥିବା ଭାବୀନା ପଟେଲ। ସେ ରୌପ୍ୟ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ। ସେହିପରି ଶେଷଦନରେ ଅର୍ଥାତ ଆଜି (ରବିବାର) ବ୍ୟାଡମିଣ୍ଟନରେ ଭାରତ ଦୁଇଟି ପଦକ ଜିତି ଟୋକିଓ ଯାତ୍ରା ଶେଷ କରିଛି ଭାରତ । ଆଜି କ୍ରିଷ୍ଣା ନାଗର ପୁରୁଷ ସିଙ୍ଗଲ୍ସ ଏସଏଚ୍-୬ ବର୍ଗରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏସଏଲ୍-୪ ବର୍ଗରେ ଆଇଏଏସ୍ ଅଫିସର୍ ସୁହାସ ୟଥିରାଜ ରୌପ୍ୟ ପଦକ ଜିତିଛନ୍ତି।

ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ବିଜେତା


ସ୍ୱର୍ଣ୍ଣ ପଦକ

 tokyo paralympics 2020
  • ଅବନୀ ଲଖେରା: (ମହିଳା ୧୦ ମିଟର୍ ଏୟାର୍ ରାଇଫଲ୍ ଷ୍ଟାଣ୍ଡିଙ୍ଗ୍ ଏସଏଚ୍-୧)
  • ପ୍ରମୋଦ ଭଗତ: (ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ ବ୍ୟାଡମିଣ୍ଟନ)
  • କ୍ରିଷ୍ଣା ନାଗର୍: (ପୁରୁଷ ସିଙ୍ଗଲ୍ସ ଏସଏଚ୍-୬ ବ୍ୟାଡମିଣ୍ଟନ)
  • ସୁମିତ୍ ଅନ୍ତିଲ: (ପୁରୁଷ ଜାଭେଲିନ୍ ଥ୍ରୋ' ଏଫ୍-୬୪)
  • ମନିଷ ନରୱାଲ୍: (ମିକ୍ସଡ୍ ୫୦ ମିଟର୍ ପିସ୍ତଲ ଏସଏଚ୍-୧)

ରୌପ୍ୟ ପଦକ

 tokyo paralympics 2020
  • ଭାବିନାବେନ୍ ପଟେଲ୍: ମହିଳା ସିଙ୍ଗଲ୍ସ କ୍ଲାସ୍-୪ ଟେବୁଲ୍ ଟେନିସ୍
  • ସିଂହରାଜ: ମିକ୍ସଡ୍ ୫୦ ମିଟର୍ ପିସ୍ତଲ୍ ଏସଏଚ୍-୧
  • ଯୋଗେଶ କଥୁନିୟା: ପୁରୁଷ ଡିସକସ୍ ଏଫ୍-୫୬
  • ନିଶଦ କୁମାର: ପୁରୁଷ ହାଇ ଜମ୍ପ ଟି-୪୭
  • ମରିୟପ୍ପନ ଥଙ୍ଗାଭେଲୁ: ପୁରୁଷ ହାଇ ଜମ୍ପ ଟି-୬୩
  • ପ୍ରବୀଣ କୁମାର: ପୁରୁଷ ହାଇ ଜମ୍ପ ଟି-୬୪
  • ଦେବେନ୍ଦ୍ର ଝାଝାରିଆ: ପୁରୁଷ ଜାଭେଲିନ୍ ଏଫ୍-୪୬
  • ସୁହାସ ୟଥିରାଜ: ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ଏସଏଲ୍-୪

ବ୍ରୋଞ୍ଜ ପଦକ

 tokyo paralympics 2020
  • ଅବବୀ ଲଖେରା: ମହିଳା ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ ଏସଏଚ୍-୧
  • ହରବିନ୍ଦର ସିଂହ: ପୁରୁଷ ବ୍ୟକ୍ତିଗତ ରିକର୍ଭ ଆର୍ଚେରୀ
  • ଶରଦ କୁମାର: ପୁରୁଷ ହାଇ ଜମ୍ପ ଟି-୬୩
  • ସୁନ୍ଦର ସିଂହ ଗୁର୍ଜର: ପୁରୁଷ ଜାଭେଲିନ୍ ଥ୍ରୋ' ଏଫ୍-୪୬
  • ମନୋଜ ସରକାର: ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ଏସଏଲ୍-୩
  • ସିଂହରାଜ: ପୁରୁଷ ୧୦ ମିଟର୍ ଏୟାର୍ ପିସ୍ତଲ ଏସଏଚ୍-୧

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+