Get Updates
Get notified of breaking news, exclusive insights, and must-see stories!

ଅମିତ ରୋହିଦାସଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ

ଟୋକିଓ ଅଲିମ୍ପିକ୍ସରେ ନିଜର 100ତମ କ୍ୟାପ ଅର୍ଜନ କରିଥିବା ଓଡ଼ିଶାର ହକି ହିରୋ ତଥା ଭାରତୀୟ ହକି ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିକ କରାଯାଇଛି ।

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ନିଜର 100ତମ କ୍ୟାପ ଅର୍ଜନ କରିଥିବା ଓଡ଼ିଶାର ହକି ହିରୋ ତଥା ଭାରତୀୟ ହକି ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିକ କରାଯାଇଛି । ଏହି ଅବସରରେ ରାଜ୍ୟ କ୍ରୀଡାମନ୍ତ୍ରୀ
ତୁଷାରକାନ୍ତି ବେହେରା ଅମିତଙ୍କୁ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।

Biju Patnaik Sports Award

ସେହିପରି ଓଡିଶାର ଭେଟେରାନ୍ ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରି, ଯିଏକି ଅନେକ ଜାତୀୟ ତଥା ଆନ୍ତର୍ଜାତୀୟସ୍ତରର ଖେଳାଳି ଉତ୍ପାଦନ କରିଛନ୍ତି ଏବଂ ଯୁବ ହକି ଆଥଲେଟ୍ସମାନଙ୍କୁ ପ୍ରଶିକ୍ଷଣ ଜାରି ରଖିଛନ୍ତି, କ୍ରୀଡ଼ା ଏବଂ ଖେଳର ପ୍ରୋତ୍ସାହନରେ ଜୀବନବ୍ୟାପୀ ସଫଳତା ପାଇଁ ତାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କୁ 3 ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯାଇଛି । ସେହିପରି କୋଚିଂରେ ପାରା ଖେଳାଳିଙ୍କ ପାଇଁ ବ୍ୟାଡମିଣ୍ଟନ୍ କୋଚ୍, ଶିବା ପ୍ରସାଦ ଦାସଙ୍କୁ 1 ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ସେହିପରି ପୋଲିସ ଏଏସଆଇ ତ୍ରିଲୋଚନ ପରିଡାଙ୍କୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପାଇଛି। ତାଙ୍କୁ ପୁରଷ୍କାର ରାଶି ବାବଦକୁ 1 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଥିବା କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।

"ଓଡିଶାରେ କ୍ରୀଡା ପାଇଁ ହକିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ମୁଁ ଖୁସି ଯେ ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀଙ୍କୁ ଆଜୀବନ ସଫଳତା ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ହକିରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଅମିତ ରୋହିଦାସଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଦୁହିଁଙ୍କୁ ଅଭିନନ୍ଦନ । ରାଜ୍ୟରେ ହକି ବିକାଶରେ ସହଯୋଗ କରିଥିବା ଓଡିଶାର ଖେଳାଳି ଏବଂ ପ୍ରଶିକ୍ଷକଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି। " ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+