Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳିବେ ତ ରୋହିତ ଶର୍ମା ? ଅଭ୍ୟାସ ବେଳେ ଆଙ୍ଗୁଠିରେ ବାଜିଲା ବଲ

ନୂଆଦିଲ୍ଲୀ: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ଫାଇନାଲ ମ୍ୟାଚ୍‌ । ଏହି ମ୍ୟାଚ୍ ପୁର୍ବରୁ ଭାରତୀୟ ଶିବିରରୁ ଆସିଛି ଖରାପ ଖବର । ନେଟ୍ସରେ ଅଭ୍ୟାସ ସମୟରେ ରୋହିତ ଶର୍ମାଙ୍କୁ ବାମ ହାତ ବୁଢା ଆଙ୍ଗୁଳିରେ ଆଘାତ ଲାଗିଛି । ଗୋଟିଏ ଦିନ ପରେ ମ୍ୟାଚ୍ ଥିବା ବେଳେ ଏହି ଖବର ଭାରତୀୟ ଟିମ୍ ପାଇଁ ଚିନ୍ତାର କାରଣ ହୋଇପାରେ ।

ଏହାପରେ ରୋହିତ ଶର୍ମା ତୁରନ୍ତ ଅଭ୍ୟାସ ଛାଡ଼ି ସତର୍କତା ମୂଳକ ଭାବେ ହୋଟେଲ ଫେରି ଯାଇଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ରୋହିତଙ୍କ ଆହତକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

Rohit Sharma

ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲରେ WTC ଫାଇନାଲ ମ୍ୟାଚ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପସନାଲ ଅଭାସ ସେସନରେ ରୋହିତ ବ୍ୟାଟିଂ କରିବାକୁ ଆସିଥିଲେ।

ଅଧିନାୟକ ଭାବେ ରୋହିତଙ୍କ ଖେଳ ଜୀବନର ଏହା ସବୁଠୁ ବଡ଼ ମ୍ୟାଚ୍ । ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ପରେ ରୋହିତଙ୍କୁ ଏହି ଦାୟିତ୍ୱ ମିଳିଥିଲା । ଏହାପରେ ରୋହିତ ଟେଷ୍ଟ୍‌ରେ ଭାରତ ପାଇଁ ୬ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି । ଏ ସମସ୍ତ ମ୍ୟାଚ୍ ଭାରତରେ ଖେଳା ଯାଇଥିଲା । ତେବେ ଗତବର୍ଷ ଇଲଂଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ସେ ଭାରତର ନେତୃତ୍ୱ ନେଇଥାନ୍ତେ । କିନ୍ତୁ କରୋନାରେ ସଂକ୍ରମଣ ହେବା କାରଣରୁ ସେ ଏହି ମ୍ୟାଚ୍ ମଧ୍ୟ ଖେଳି ପାରିନଥିଲେ । ଏହାପରେ ଆଙ୍ଗୁଳିରେ ଆଘତ ପାଇଁ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ ମଧ୍ୟ ସେ ଖେଳି ପାରି ନଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+