Get Updates
Get notified of breaking news, exclusive insights, and must-see stories!

ବର୍ଷା ଧୋଇନେବ କି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ? ଜାଣନ୍ତୁ କେମିତି ରହିଛି ପାଣିପାଗ

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜୁ ଭାରତ ୩-୦ ରେ ନିଜ ନାମରେ କରିଛି । ଏହି ସିରିଜ ପରେ ରୋହିତ ଶର୍ମାଙ୍କ ଅଧିନାୟକତ଼୍ବରେ ଆଜି ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ୱାନ୍‌ଡେ ସିରିଜ୍‌ ଖେଳିବାକୁ ଯାଉଛି । ଟି-୨୦ ବିଶ଼୍ବକପ୍‌ ଜିତିବା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ରଥମକରି ମ୍ୟାଚ୍‌ ଖେଳିବେ । ଦୁହେଁ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ବିଶ଼୍ବକପ୍‌ ପରେ ଟିମ୍‌ ଇଣ୍ଡିଆର ଏହା ପ୍ରଥମ ୱାନ୍‌ଡେ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ଏହି ସମୟରେ ବର୍ଷା ହେବାନେଇ ସମ୍ଭାବନା ରହିଥିବାରୁ ମ୍ୟାଚ୍‌ ଧୋଇଯାଇପାରେ ବୋଲି କୁହାଯାଉଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଶୁକ୍ରବାର କଲମ଼୍େବାରେ ବର୍ଷା ହେବା ନେଇ ୭୦ ପ୍ରତିଶତ ଆଶଙ୍କା ରହିଛି । ମ୍ୟାଚ୍‌ ଚାଲିଥିବା ସମୟରେ ବର୍ଷା ଖେଳ ବିଗାଡ଼ିପାରେ ବୋଲି ସମ୍ଭାବନା ରହିଛି । କୁହାଯାଉଛି ଯେ, ବର୍ଷା କାରଣରୁ ମ୍ୟାଚ୍‌ ବାତିଲ୍‌ ହୋଇପାରେ ।

India-Sri Lanka

ଶ୍ରୀଲଙ୍କା କିନ୍ତୁ ଘରୋଇ ଶୃଙ୍ଖଳାରେ ଖରାପ ସମୟ ଦେଇ ଗତି କରୁଛି। ପ୍ରଥମରୁ ଦ୍ରୁତ ବୋଲର ଦିଲସାନ ମଧୁଶଙ୍କା ହାର୍ମଷ୍ଟ୍ରିଙ୍ଗ୍‌ରେ ଆହତ ହୋଇ ବାଦ୍‌ ପଡ଼ିଥିଲା ବେଳେ ମଥିସା ପଥିରଣାଙ୍କ କାନ୍ଧରେ ଆଘାତ ଲାଗିଛି। ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରୀଲଙ୍କା ତିନୋଟି ଯାକ ମ୍ୟାଚ୍‌ ଜିତିବା ସ୍ଥିତିରେ ଥିଲା, କିନ୍ତୁ ମଧ୍ୟକ୍ରମ ବ୍ୟାଟର୍‌ମାନେ ଶୀଘ୍ର ଆଉଟ୍‌ ହୋଇଯାଉଥିବାରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତେଣୁ ଏହି ଦିଗ‌ ଉପରେ ଘରୋଇ ଦଳକୁ ଯତ୍ନବାନ୍‌ ହେବାକୁ ପଡ଼ିବ। ଏଥିସହିତ ଦ୍ରୁତ ବୋଲରଙ୍କ ପାଖରେ ଅଭିଜ୍ଞତା କମ୍‌ ରହୁଥିବାରୁ ସ୍ପିନ୍‌ ଆକ୍ରମଣ ଉପରେ ଦଳକୁ ନିର୍ଭର କରିବାକୁ ହେବ। ଭାରତ ବିପକ୍ଷରେ ଶ୍ରୀଲଙ୍କା ଗତ ୧୦ ମ୍ୟାଚ୍‌ରେ ବିଜୟର ସ୍ବାଦ ଚାଖିପାରିନି। ତେଣୁ ଘରୋଇ ପରିବେଶରେ ଏହି ଧାରା ଭାଙ୍ଗିବା ବଡ଼ ଲକ୍ଷ୍ୟ ହେବ।

ସମ୍ଭାବ୍ୟ ଭାରତୀୟ ଦଳ:ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ/କେଏଲ୍‌ ରାହୁଲ (ୱିକେଟରକ୍ଷକ), ଶିବମ ଦୁବେ/ରିୟାନ ପରାଗ, ଅକ୍ଷର ପଟେଲ୍‌, କୁଲଦୀପ ୟାଦବ, ଖଲିଲ ଅହମଦ/ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ।
ସମ୍ଭାବ୍ୟ ଶ୍ରୀଲଙ୍କା ଦଳ:ପଥୁମ ନିଶଙ୍କ, କୁଶାଲ ମେଣ୍ଡିସ୍‌, ସଦୀରା ସମରବିକ୍ରମା, କାମିନ୍ଦୁ ମେଣ୍ଡିସ୍‌, ଚାରିତ ଅସଲଙ୍କା (ଅଧିନାୟକ), ଜାନିଥ ଲିୟାନାଗେ, ଦୁନିତ ୱେଲାଲଗେ/ଚାମିକା କରୁଣାରତ୍ନେ, ୱାନିନ୍ଦୁ ହସରଙ୍ଗା, ମହେଶ ତୀକ୍ଷଣା, ମହମ୍ମଦ ସିରାଜ/ଈଶାନ ମାଲିଙ୍ଗା, ଅସିତ ଫର୍ଣ୍ଣାଣ୍ଡୋ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+