Get Updates
Get notified of breaking news, exclusive insights, and must-see stories!

ବିସିସିଆଇର ନୂଆ ସଭାପତି ହେବେ କି ମିଥୁନ ମନହାସ ? ଭରିଲେ ନାମାଙ୍କନ

ଦିଲ୍ଲୀ ରଣଜୀ ଟ୍ରଫି ଟିମ ପୂର୍ବ ଅଧିନାୟକ ମିଥୁନ ମନହାସ ହୋଇପାରନ୍ତି ବିସିସିଆଇ ଅଧ୍ୟକ୍ଷ । ଜମ୍ମୁ କଶ୍ମୀରରେ ଜନ୍ମିତ ଏହି କ୍ରିକେଟର ବିସିସିଆଇର ନୂଆ ସଭାପତି ହେବା ପାଇଁ ଦୌଡ଼ ଆଗରେ ରହିଛନ୍ତି ।

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ପଦରୁ ରୋଜର ବିନିଙ୍କର କାର୍ଯ୍ୟକାଳ ଶେଷ ହେବା ପରଠାରୁ ଏହି ପଦ ଖାଲି ପଡ଼ିଛି। ଆଉ ଏବେ ନୂତନ ସଭାପତି ପଦ ପାଇଁ ଚୟନ ପ୍ରକ୍ରିୟା ଦୌଡ଼ରେ ବର୍ତ୍ତମାନ୍ ଦିଲ୍ଲୀର ପୂର୍ବତନ ଅଧିନାୟକ ମିଥୁନ ମନହାସ ସାମିଲ ହୋଇଛନ୍ତି।

ସେ ରବିବାର ଦିନ ମୁମ୍ବାଇସ୍ଥିତ ବୋର୍ଡ ମୁଖ୍ୟାଳୟରେ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ୪୫ ବର୍ଷୀୟ ମନହାସ ଭାରତ ପାଇଁ ଅନେକ ଘରୋଇ କ୍ରିକେଟ ଖେଳିଛନ୍ତି। ସେ ୧୯୯୭-୯୮ରୁ ଆରମ୍ଭ କରି ୨୦୧୬-୧୭ ପର୍ଯ୍ୟନ୍ତ ପ୍ରାୟ ୧୫୭ ଫାର୍ଷ୍ଟ କ୍ଲାସ ମ୍ୟାଚ୍, ୧୩୦ ଲିଷ୍ଟ A ମ୍ୟାଚ୍ ଏବଂ ୯୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି ଓ ସେ ଫାର୍ଷ୍ଟ କ୍ଲାସ ମ୍ୟାଚ ଖେଳି ୯,୭୧୪ ରନ୍ ମଧ୍ୟ କରିଛନ୍ତି।

BCCI president

ତେବେ ସେ IPLରେ ଦିଲ୍ଲୀ ଡେୟାରଡେଭିଲ୍ସ, ପୁଣେ ୱାରିୟର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ।

ବିସିସିଆଇର ଏକ ଅନୌପଚାରିକ ବୈଠକରେ ମନହାସଙ୍କ ନାମ ସୁପାରିସ କରାଯାଇଥିଲା। ଏହାକୁ ନେଇ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ ପରବର୍ତ୍ତୀ କାର୍ଯ୍ୟକାଳ ପାଇଁ ଏକ ନୂତନ ସଂସ୍ଥା ଗଠନ କରାଯାଉଛି। ସେଥିରେ ମିଥୁନ ମନହାସଙ୍କୁ ସଭାପତି ଭାବରେ ଚୟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଅରୁଣ ଧୂମଲ୍ ଆଇସିସି ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ପଦବୀରେ ରହିବେ ବୋଲି ସୂଚନା ଦେଇଛନ୍ତି।

ଏଜିଏମରେ କେବଳ ସଭାପତି ପାଇଁ ନୁହେଁ ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୋର୍ଡ ପଦ ପାଇଁ ମଧ୍ୟ ନିର୍ବାଚନ ହେବ। ସଚିବ ଦେବଜିତ ସାଇକିଆ, ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ଅରୁଣ ଧୂମଲ୍ ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସସିଏ) ସଭାପତି ଏବଂ ପୂର୍ବତନ ଭାରତୀୟ କ୍ରିକେଟର ରଘୁରାମ ଭଟ୍ଟ ମଧ୍ୟ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି।ଏହାବ୍ୟତୀତ ରଘୁରାମ ବୋର୍ଡର ନୂତନ କୋଷାଧ୍ୟକ୍ଷ ହେବା ପାଇଁ ମଧ୍ୟ ନିଜ ନାମ ଦେଇଛନ୍ତି।

ତେବେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଆସନ୍ତା ରବିବାର ଅନୁଷ୍ଠିତ ହେବ। ସେଠାରେ ନୂତନ କମିଟି ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+