ଆଉ ଏକ 6 ଛକା: ହ୍ୟାଟ୍ରିକ ନେଇଥିବା ବୋଲରଙ୍କ ଗୋଟିଏ ଓଭରରେ ପୋଲାର୍ଡ ହିଟ କଲେ 6 ଛକା

ଏମିତି ଏକ ଦୁର୍ଲଭ ମୁହୁର୍ତ୍ତ ଦେଖିବାକୁ ମିଳିଛି ୱେଷ୍ଟଇଣ୍ଡିଜ ବନାମ ଶ୍ରୀଲଙ୍କା ମଧ୍ୟରେ ଆଣ୍ଟିଗୁଆର କୁଲିଜ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପ୍ରଥମ ଟି-20 ମ୍ୟାଚରେ । ଆଉ ଏହି କାରନାମ ରଚିଛନ୍ତି କାରବିଆନ ଅଧିନାୟକ କିରଣ ପୋଲାର୍ଡ ।

Kieron Pollard hit 6 sixes: ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ 6 ଛକା । ଗୋଟିଏ ଓଭର (6 ବଲ)ରେ ପୁଣି ଦେଖିବାକୁ ମିଳିଲା 6 ଟି ପାୱାରଫୁଲ ଛକା । ଏମିତି ଏକ ଦୁର୍ଲଭ ମୁହୁର୍ତ୍ତ ଦେଖିବାକୁ ମିଳିଛି ୱେଷ୍ଟଇଣ୍ଡିଜ ବନାମ ଶ୍ରୀଲଙ୍କା ମଧ୍ୟରେ ଆଣ୍ଟିଗୁଆର କୁଲିଜ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପ୍ରଥମ ଟି-20 ମ୍ୟାଚରେ । ଆଉ ଏହି କାରନାମ ରଚିଛନ୍ତି କାରବିଆନ ଅଧିନାୟକ କିରଣ ପୋଲାର୍ଡ ।

ତେବେ ଏମିତି କରିବାରେ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅଧିନାୟକ ବନିଛନ୍ତି । ସେହିପରି ଅନ୍ତର୍ଜାତୀୟ ଟି-20 କ୍ରିକେଟରେ ଏହା ହେଉଛି 3ୟ 6 ବଲରେ 6 ଛକା । ଏହା ପୂର୍ବରୁ 2007ରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ହର୍ସଲ ଗିଭ୍ସ ଓ 2007 ଟି-20 ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଷ୍ଟୁଆର୍ଟ ବର୍ଡଙ୍କୁ ଯୁବହରାଜ ସିଂ ହିଟ କରିଥିଲେ 6 ଛକା । ସେହିପରି ଏହି 6 ଛକା କ୍ଲବରେ ପ୍ରଥମ କାରବିଆନ ବ୍ୟାଟ୍ସମ୍ୟାନ ହୋଇଛନ୍ତି କିରଣ ପୋଲାର୍ଡ ।

ଅନ୍ୟପଟେ ମ୍ୟାଚରେ ଘଟିଥିବା ରୋମାଞ୍ଚକ କଥାଟି ହେଉଛି । ବ୍ୟକ୍ତିଗତ ବୋଲିଂର ପୂର୍ବ ଓଭରରେ ହ୍ୟାଟ୍ରିକ ୱିକେଟ ଅକ୍ତିଆର କରିଥିବା ଶ୍ରୀଲଙ୍କା ସ୍ପିନର ଅକିଲା ଧନଞ୍ଜୟଙ୍କୁ 6 ଛକା ହିଟ କରିଛନ୍ତି ପୋଲାର୍ଡ ।

 Kieron Pollard

କେମିତି ଥିଲା ସେହି ରୋମାଞ୍ଚକ ମୁହୁର୍ତ୍ତ:

ଆଣ୍ଟିଗୁଆର କୁଲିଜ୍ କ୍ରିକେଟ୍ ଗ୍ରାଉଣ୍ଡରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ କିରଣ ପୋଲାର୍ଡ । ଫଳରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ 20 ଓଭରରେ ମୋଟ 131 ରନ୍ ସ୍କୋର ଥିଲା ।

ପରେ 131ରନକୁ ପିଛା କରି ପୋଲାର୍ଡ ବାହୀନ ବ୍ୟାଟିଂ ଆରମ୍ଭ କରିଥିଲା । ଶ୍ରୀଲଙ୍କା ସ୍ପିନର ଅକିଲା ଧନଞ୍ଜୟ 4ର୍ଥ ଓଭରରେ ହ୍ୟାଟ୍ରିକ୍ ୱିକେଟ ଅକ୍ତିଆର କରିଥିଲେ । ସେ କାରିବିଆନ୍ ଓପନର୍ ଇଭିନ୍ ଲୁଇସ୍ ଏବଂ ଲେଣ୍ଡଲ୍ ସିମନ୍ସ , କ୍ରିସ୍ ଗେଲଙ୍କୁ ଆଉଟ କରିଥିଲେ ।

ହ୍ୟାଟ୍ରିକ୍ ପରେ ବ୍ୟାଟିଂ ଆସିଲେ କିରଣ ପୋଲାର୍ଡ । ପରେ ଦଳୀୟ ବୋଲିଂର ଷଷ୍ଠ ଓଭର ଭାର ନେଇ ଆସିଥିବା ଧନଞ୍ଜୟଙ୍କ ଓଭରରେ 6 ଛକାର ବର୍ଷା କଲେ । ୱେଷ୍ଟଇଣ୍ଡିଜ୍ 13.1 ଓଭରରେ 4 ୱିକେଟ୍ ନେଇ ମ୍ୟାଚ୍ ଜିତିଥିଲା। ବିସ୍ଫୋରକ ବ୍ୟାଟିଂ ପାଇଁ କିରନ୍ ପୋଲାର୍ଡଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+