ଆଇପିଏଲରେ କାହିଁକି ପଡ଼ିଆ ମଝିରେ ହେଉଛି ଖେଳାଳିଙ୍କ ବ୍ୟାଟ୍‌ର ଚେକିଂ?

ବ୍ୟାଟିଂ କରିବାକୁ ଆସୁଥିବା ଖେଳାଳିଙ୍କ ବ୍ୟାଟର ଚେକିଂ ପଡ଼ିଆ ମଝିରେ ହେବାର ଦୃଶ୍ୟ ଆପଣମାନେ ଆଇପିଏଲ ୨୦୨୫ ପୂର୍ବରୁ କେବେ ହେଲେ ଦେଖିଛନ୍ତି କି? ଏହାର ଉତ୍ତର ସମ୍ଭବତଃ ନା।

୨୦୨୫ରେ ବିସିସିଆଇ ପ୍ରଥମ ଥର ପାଇଁ ମ୍ୟାଚ୍‌ ବେଳେ ଅମ୍ପାୟାରଙ୍କୁ ଖେଳାଳିଙ୍କ ବ୍ୟାଟର ସାଇଜ ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାକୁ ମଧ୍ୟ ଆଇପିଏଲ ଆରମ୍ଭରୁ ପାଳନ କରାଯାଉଛି।

ବ୍ୟାଟ ସାଇଜ୍‌ର ଯାଞ୍ଚ କରିବା ନୂଆ କଥା ନୁହେଁ। ପୂର୍ବରୁ ଖେଳାଳିମାନେ ମ୍ୟାଚ୍‌ ପୂର୍ବରୁ କିମ୍ବା ମ୍ୟାଚ୍‌ ବେଳେ ଅମ୍ପାୟାରଙ୍କ ନିକଟରେ ନିଜ ନିଜର ବ୍ୟାଟକୁ ଯାଞ୍ଚ ପାଇଁ ଦାଖଲ କରନ୍ତି। ଏହା ସବୁବେଳେ ଡ୍ରେସିଂ ରୁମ ଭିତରେ କରାଯାଏ। ସର୍ବସାଧାରଣଙ୍କ ଦୃଷ୍ଟି ଆଢ଼ୁଆଳରେ ଅମ୍ପାୟାର ଖେଳାଳିଙ୍କ ବ୍ୟାଟ ଯାଞ୍ଚ କରୁଥିଲେ।

IPL

ତେବେ ଏହି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏବେ ଅମ୍ପାୟାରମାନଙ୍କୁ ପଡ଼ିଆ ମଝିରେ ବ୍ୟାଟର ଆକାର ଯାଞ୍ଚ ପାଇଁ କୁହାଯାଇଛି। ବ୍ୟାଟିଂ ପାଇଁ ଆସୁଥିବା ଖେଳାଳିଙ୍କ ବ୍ୟାଟକୁ ଅନ ଫିଲ୍ଡ ଅମ୍ପାୟାର ନିଜ ପାଖରେ ରଖିଥିବା ମାପ ଯନ୍ତ୍ର ଦ୍ୱାରା ଯାଞ୍ଚ କରୁଛନ୍ତି। ବ୍ୟାଟର ଗାର୍ଡ ନେବା ପୂର୍ବରୁ ପ୍ରଥମେ ଅମ୍ପାୟାରଙ୍କ ଦ୍ୱାରା ନିଜ ବ୍ୟାଟକୁ ପାସ୍‌ କରାଇବେ। ଏହାପରେ ସେ ବ୍ୟାଟିଂ ପାଇଁ ଅନୁମତି ପାଇବେ।

ଏପ୍ରିଲ ମାସର ପ୍ରଥମ ଦୁଇ ସପ୍ତାହରେ ହାର୍ଦ୍ଦିକ ପାଣ୍ଡ୍ୟା, ଫିଲ ସଲ୍ଟ ଓ ଶିମରନ ହେଟମେୟରଙ୍କ ଭଳି ଖେଳାଳିଙ୍କ ବ୍ୟାଟ୍‌କୁ ଅମ୍ପାୟାର ମ୍ୟାଚ୍‌ ମଧ୍ୟରେ ଯାଞ୍ଚ କରିଥିଲେ। କେବଳ ଏହି ୩ ଖେଳାଳି ନୁହନ୍ତି, ସମସ୍ତଙ୍କ ବ୍ୟାଟ୍‌କୁ ଅମ୍ପାୟାର ନିଜ ପାଖରେ ରଖିଥିବା ସାଇଜ ମାପିବା ଯନ୍ତ୍ର ଦ୍ୱାରା ଯାଞ୍ଚ କରିଛନ୍ତି। ବିସିସିଆଇ କଡ଼ାକଡ଼ି ଭାବେ କହିଛି ଯେ ଆଇପିଏଲ ଅଫିସିଆଲ ରୁଲ ବୁକରେ ଥିବା ସୀମା ଠାରୁ ଖେଳାଳିଙ୍କ ବ୍ୟାଟ ଅଧିକ ସାଇଜର ହୋଇପାରିବ ନାହିଁ।

ନିୟମ କହୁଛି ଯେ ବ୍ୟାଟର ଚଉଡ଼ା ସର୍ବାଧିକ ୪.୨୫ ଇଞ୍ଚ ମଧ୍ୟରେ ରହିବ। ଏହାର ଗଭୀରତା ୨.୬୪ ଇଞ୍ଚ ବା ୬.୭ ସେମି, ମୋଟେଇ ୧.୫୬ ଇଞ୍ଚ ବା ୪ ସେମି ମଧ୍ୟରେ ରହିବ। ଏହା ଅମ୍ପାୟରଙ୍କ ପାଖରେ ଥିବା ସ୍କେଲରେ ଫିଟ ହେଉଥିବା ଦରକାର। ଯେଉଁମାନଙ୍କ ବ୍ୟାଟ ଅମ୍ପାୟାରଙ୍କ ପାଖରେ ଥିବା ମାପ ଯନ୍ତ୍ରରେ ପାସ୍‌ ହେବନି, ସେଥିରେ ବ୍ୟାଟର ବ୍ୟାଟିଂ କରିପାରିବେ ନାହିଁ।

କାହିଁକି ଯାଞ୍ଚ ପ୍ରକ୍ରିୟାରେ କରାଗଲା ପରିବର୍ତ୍ତନ?

ଜଣେ ପୂର୍ବତନ ଅମ୍ପାୟାର କହିଛନ୍ତି, "ଆମେ ସବୁବେଳେ ଗୋଟିଏ ମ୍ୟାଚ୍‌ର ଇନିଂସ ଆରମ୍ଭ ହେବା ପୂର୍ବରୁ ଖେଳାଳିଙ୍କ ବ୍ୟାଟ୍‌ ଡ୍ରେସିଂ ରୁମରେ ଚେକ କରିଥାଉ। ଖେଳାଳିମାନେ ଡ୍ରେସିଂ ରୁମରେ ବ୍ୟାଟ ହସ୍ତାନ୍ତର କରନ୍ତି ଓ ସେଠାରେ ଯାଞ୍ଚ ଶେଷ ହୁଏ। ଏବେ ପ୍ରଶ୍ନ ଉଠୁଛି ଯେ କ'ଣ ଜଣେ ଖେଳାଳି ଡ୍ରେସିଂ ରୁମରେ ଯାଞ୍ଚ ପାଇ ଦେଉଛନ୍ତି ଓ ବ୍ୟାଟିଂ ବେଳେ ଆଉ ଗୋଟିଏ ବ୍ୟାଟ୍‌ ବ୍ୟବହାର କରୁଛନ୍ତି? ଯଦି ଏମିତି ହେଉଛି, ତା'ହେଲେ ନୂଆ ନିୟମ ଯର୍ଥାର୍ଥ। ଖେଳାଳିମାନେ ସାଧାରଣତଃ ଏକାଧିକ ବ୍ୟାଟ ନିଜ ସହ ରଖନ୍ତି। ବ୍ୟାଟ ଗୁଡ଼ିକର ଓଜନ ଭିନ୍ନଭିନ୍ନ ହୋଇଥାଏ। କିନ୍ତୁ ଏହାର ଚଉଡ଼ା, ଗଭୀରତା ଓ ମୋଟେଇ ସବୁବେଳେ ଆଇସିସି ଦ୍ୱାରା ଧାର୍ଯ୍ୟ ସାଇଜ ମଧ୍ୟରେ ରହିବା ଦରକାର।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+