IPL 2024: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା, ଜାଣନ୍ତୁ କିଏ ଜିତିଲା ଟସ୍
IPL 2024: ଆଇପିଏଲ୍ 2024ର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ୍ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ପାଇଁ ଟସ୍ ପଡିଯାଇଛି । ପଞ୍ଜାବ ଅଧିନାୟକ ଶିଖର ଧୱନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚ୍ ଗୁରୁତ୍ୱ ପୂର୍ଣ୍ଣ ରହିବ, ଉଭୟ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲସ୍ସ ପ୍ରଥମ ମ୍ୟାଚ୍ ଜିତିବା ପାଇଁ ନିଶ୍ଚୟ ଚେଷ୍ଚା କରିବ । ଉଭୟ ଦଳ ମଧ୍ୟ କଡ଼ା ମୁକାବିଲା ଦେଖିବା ପାଇଁ ମିଳିବ ।

IPL'ଦ୍ୱିତୀୟ ଦିନରେ ଡବଲ୍ ହେଡକ ମ୍ୟାଚ୍ ଖେଳାଯିବ । ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ ଏବଂ ଦ୍ୱିତୀୟ ମ୍ୟାଚ୍ କୋଲକତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଉଭୟ ମ୍ୟାଚ୍ ଖୁବ ରୋମାଞ୍ଚକ ରହିବ । ଏହି ମ୍ୟାଚ୍ ଦେଖିବା ପାଇଁ ଦର୍ଶକ ମଧ୍ୟ ବେଶ୍ ଉତ୍ସାହିତ ।
ଯଦି ଆପିଏଲ୍ ପୂର୍ବ ବର୍ଷ ମ୍ୟାଚ୍ ଗୁଡିକ ଉପରେ ନଜର ପକାଇବେ ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଶକ୍ତିଶାଳୀ ମ୍ୟାଚ୍ ଖେଳାଯାଇଥିବାର ଦେଖିବା ପାଇଁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବ ଏବଂ ଦିଲ୍ଲୀ ମଧ୍ୟରେ ମୋଟ 32 ଟି ମ୍ୟାଚ ଖେଳାଯାଇଛି ଏବଂ ଏହି ସମସ୍ତ ମ୍ୟାଚରେ ଦୁଇ ଦଳ ମଧ୍ୟରେ ଜବରଦସ୍ତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।
ମୋହାଲିରେ ଖେଳାଯିବା ପାଇଁ ଥିବା ଏହି ମ୍ୟାଚରେ ଦୀର୍ଘ ଦିନ ପରେ କ୍ରିକେଟ୍ ମୈଦାନରେ ଋଷଭ ପନ୍ଥଙ୍କୁ ଦେଖିବା ପାଇଁ ମିଳିବ । ଏଥର ସମସ୍ତଙ୍କ ନଜର ଋଷଭଙ୍କ ଉପରେ ରହିବ । ସେହିପରି ଡେଭିଡ୍ ୱାର୍ଣ୍ଣର, ଇଶାନ୍ତ ଶର୍ମା ମଧ୍ୟ ଦଳର ରହିଛନ୍ତି । ସେହିପରି ବୋଲର୍ କୁଲଦିପ ଯାଦବ, ଅକ୍ଷୟ ପଟେଲଙ୍କ ଛଡା ଅଖିଲ ଅହମଦଙ୍କ ଯାଦୁ ମଧ୍ୟ ଦେଖିବା ପାଇଁ ମିଳିବ ।












Click it and Unblock the Notifications