କିଏ ନେବେ ରୋହିତ, ବିରାଟ ଏବଂ ଜାଡେଜାଙ୍କ ସ୍ଥାନ ? ଏହି ତାରକା ଖେଳାଳିଙ୍କ ଉପରେ ରହିଛି ନଜର...

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଟି -20 ବିଶ୍ୱକପ 2024 ଟାଇଟଲ ହାସଲ କରିଛି । ରୋହିତବାହିନୀ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱ ଚାମ୍ପିୟନ୍ ହୋଇପାରିଛି । ଏପରିକି ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଥିଲା । ଫାଇନାଲ୍ ପର୍ଯ୍ୟନ୍ତ କୌଣସି ମ୍ୟାଚରେ ଭାରତ ହାରିନଥିଲା । ଭାରତ ବିଶ୍ୱକପ୍ ଜିତିବା ପରେ ବି କ୍ରିକେଟ୍ ପ୍ରେମୀ ନିରାଶ ହୋଇଛନ୍ତି । ବିରାଟ କୋହଲି, ରୋହିତ ଶର୍ମା ଏବଂ ପରେ ରବିନ୍ଦ୍ର ଜାଡେଜା ଟି -20 କ୍ରିକେଟକୁ ଅଲବିଦା କହିବା ପରେ କ୍ରିକେଟ୍ ପ୍ରେମୀ ସାମାନ୍ୟ ନିରାଶ ହୋଇଛନ୍ତି ।

sports

କିଏ ନେବେ ତିନି ଷ୍ଚାରଙ୍କ ସ୍ଥାନ ?

ଟିମ୍ ଇଣ୍ଡିଆର ତିନି ତାରକା ଖେଳାଳିଙ୍କ ଏକକାଳୀନ ଅବସର ଘୋଷଣା ପରେ ବର୍ତ୍ତମାନ ଭାରତୀୟ ଦଳରେ ଏହି ତିନି ବଡ ଖେଳାଳିଙ୍କ ସ୍ଥାନ ଖାଲି ହୋଇଯାଇଛି । ଏଭଳି ପରିସ୍ଥିତିରେ କ୍ରିକେଟ୍ ପ୍ରେମୀଙ୍କ ମନରେ ଚାଲିଥିବା ଏକମାତ୍ର ପ୍ରଶ୍ନ ଏତେ ବଡ଼ ଶୂନ୍ୟସ୍ଥାନ କିଏ ପୂରଣ କରିବେ ? ଅନ୍ୟ ତାରକା ମାନେ ଭାରତକୁ ବିଶ୍ୱବିଜୟୀ କରିବାରେ କେତେ ଦୂର ସଫଳ ହେବେ ?

ଫାଇନାଲ୍ ମ୍ୟାଚର ଗୋଟିଏ ଦିନ ପରେ ଜାଡେଜା ଟି -20 ଫର୍ମାଟ ଛାଡିବା ନେଇ ଘୋଷଣ କରିଥିବା ବେଳେ ବିରାଟ ଓ ରୋହିତ ଫାଇନାଲ୍ ମ୍ୟାଚ୍ ସରିବା କ୍ଷଣି ଏନେଇ ଘୋଷଣା କରିଥିଲେ । ଏହା ପରେ ଭାରତ ଖୁବ୍ ଶୀଘ୍ର ଏକ ନୂତନ ପୂର୍ଣ୍ଣକାଳୀନ ଟି -20 ଅଧିନାୟକ ପାଇବ । ତେବେ ବର୍ତ୍ତମାନ ପାଇଁ ଜିମ୍ବାୱେ ସିରିଜ ଆରମ୍ଭରୁ ଶୁଭମାନ ଗିଲ ସାମୟିକ ଭାବେ ଏହି ଦାୟିତ୍ୱ ନେବେ ।

ରୋହିତ ଶର୍ମାଙ୍କ ପରେ କିଏ ହେବେ ଅଧିନାୟକ ?

ରୋହିତ ଶର୍ମାଙ୍କ ସ୍ଥାନ ନେବାକୁ ଭାରତର ଯୁବ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ଆଗରେ ରହିଛି । ସେ ଟି -20 ଦଳର ପରବର୍ତ୍ତୀ ଅଧିନାୟକ ହେବା ପାଇଁ ଯୋଗ୍ୟ ହୋଇପାରନ୍ତି । ଏପରିକି ହାର୍ଦ୍ଦିକ ଟି -20 ବିଶ୍ୱକପରେ ଉପ-ଅଧିନାୟକ ଭାବରେ ଟିମ୍ ଇଣ୍ଡିଆର କମାଣ ସମ୍ଭାଳିଥିଲେ । ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ଅଧିନାୟକ ହୋଇପାରନ୍ତି । ହାର୍ଦ୍ଦିକ ଜୁନ୍ 2022 ରେ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ନିଜର ଟି -20 ଅଧିନାୟକତ୍ୱ ଆରମ୍ଭ କରିଥିଲେ । ସେ ମଧ୍ୟ ଏକଦିବସୀୟ ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି ।

ରୋହିତ-କୋହଲିଙ୍କ ସ୍ଥାନରେ କିଏ ହେବେ ଓପନର୍ ?

ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ନିଶ୍ଚିତ ଭାବରେ ଭାରତୀୟ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ସଙ୍କେତ ଦେଇଛି । ଅଧିନାୟକ ପ୍ରସଙ୍ଗ ବ୍ୟତୀତ ରୋହିତଙ୍କ ଅବସର ଘୋଷଣା ପରେ ଭାରତକୁ ଏକ ନୂଆ ଓପନିଂ ଯୋଡି ଖୋଜିବାକୁ ପଡ଼ିବ । ଟି -20 ବିଶ୍ୱକପ୍‌ର ପ୍ରତ୍ୟେକ ମ୍ୟାଚ୍‌ରେ ରୋହିତ ଏବଂ ବିରାଟ ଓପନିଂ କରିଥିଲେ । ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ବର୍ତ୍ତମାନ ଯଶସ୍ୱୀ ଜୈସୱାଲ ଏବଂ ଋତୁରାଜ ଗାୟକୱାଡଙ୍କ ଭଳି ଦକ୍ଷ ଖେଳାଳି ପଡ଼ିଆକୁ ଓହ୍ଲାଇପାରନ୍ତି । ଏହା ବ୍ୟତୀତ ଜୈସୱାଲ ଏବଂ ଶୁଭମନ ଗିଲ ମଧ୍ୟ ଓପନର୍ ହୋଇପାରିବେ ।

ଜାଡେଜାଙ୍କ ସ୍ଥାନ ନେବେ ଏହି ଖେଳାଳି

ଟି -20 ଫର୍ମାଟ ଛାଡିବାକୁ ରବିବାର ଦିନ ଷ୍ଟାର ଇଣ୍ଡିଆନ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଷ୍ପତ୍ତି ନେଇ ବିଶ୍ୱକୁ ଚକିତ କରିଦେଇଛନ୍ତି । 35 ବର୍ଷୀୟ ଖେଳାଳି ଟି -20 ବିଶ୍ୱକପରେ ବ୍ୟାଟବଲରେ ଆଶାଠାରୁ କମ୍ ପ୍ରଦର୍ଶନ କରିଥିଲେ, ଯାହାକି ଅନେକ ପ୍ରଶଂସକଙ୍କୁ ନିରାଶ କରିଥିଲା । ବର୍ତ୍ତମାନ ଟିମ୍ ଇଣ୍ଡିଆରେ ଜାଡେଜାଙ୍କ ସ୍ଥାନ ଖାଲି ଅଛି । ଏଭଳି ପରିସ୍ଥିତିରେ ନୀତୀଶ ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କ୍ରୁନାଲ ପାଣ୍ଡ୍ୟା ଏବଂ ଆର ସାଇ କିଶୋରଙ୍କ ଭଳି ଖେଳାଳିମାନେ ଟିମ୍ ଇଣ୍ଡିଆର ଟି -20 ଦଳରେ ଜାଡେଜାଙ୍କ ସ୍ଥାନ ନେଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+