କିଏ ହେବେ ଭାରତୀୟ କ୍ରିକେଟର ଆଗାମୀ ଅଧିନାୟକ ? ଭବିଷ୍ୟବାଣୀ କଲେ…

ଭାରତର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ଅଧିନାୟକ କିଏ ହେବ ସେ ତା ନାମ କହିଛନ୍ତି। ବର୍ଡର ଗାଭାସ୍କର ଟ୍ରଫିରେ ଜସପ୍ରିତ ବୁମ୍‌ରା ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ଦ୍ରୁତ ବୋଲର ହିଁ ରୋହିତଙ୍କ ପରେ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ହେବେ।

ବୁମ୍‌ରା ଅଷ୍ଟ୍ରେଲିଆ ଗସ୍ତରେ ୫ ମ୍ୟାଚ୍‌ରେ ୩୨ ଉଇକେଟ ନେଇଥିଲେ। ଏହା ଅଷ୍ଟ୍ରେଲିଆରେ କୌଣସି ବିଦେଶୀ ଦ୍ରୁତ ବୋଲର୍‌ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ବୁମ୍‌ରାଙ୍କ ଅଧିନାୟକତ୍ୱରେ ଟିମ୍‌ ପର୍ଥରେ ଖେଳାଯାଇଥିବା ଏହି ସିରିଜର ପ୍ରାରମ୍ଭିକ ମ୍ୟାଚ୍‌ରେ ବିଜେତା ହୋଇଥିଲା।

next captain of Indian cricket

ଗାଭାସ୍କର ଚ୍ୟାନେଲ୍‌ ୭ରେ କହିଛନ୍ତି, ବୁମ୍‌ରା ଟିମ୍‌ର ଆଗାମୀ ଅଧିନାୟକ ହେବେ। ସେ ବହୁତ ଦାୟିତ୍ୱର ସହ ଦଳର ନେତୃତ୍ୱ ନିଅନ୍ତି, ତାଙ୍କର ଛବି ବହୁତ ଭଲ। ତାଙ୍କ ପାଖରେ ଜଣେ ଅଧିନାୟକ ହେବାର ଗୁଣ ଅଛି। ସେ ଏଭଳି ଜଣେ ବ୍ୟକ୍ତି ନୁହନ୍ତି ଯିଏ ଆପଣଙ୍କ ଉପରେ ଅନାବଶ୍ୟକ ଚାପ ପକାଇବେ। ବେଳେବେଳେ ଆପଣଙ୍କ ପାଖରେ ଏଭଳି ଅଧିନାୟକ ଥାନ୍ତି ଯିଏ ବହୁତ ଚାପ ପକାଇଥାନ୍ତି। ବୁମ୍‌ରାଙ୍କୁ ଦେଖି ଲାଗୁଛି ଯେ ସେ ଯାହା ଯିଏ ଚାହୁଁଛି ତାହା କରୁ ବୋଲି ଚାହିଁଥାନ୍ତି। ସେ ଯେଉଁ କାମ ପାଇଁ ଜାତୀୟ ଦଳରେ ଅଛନ୍ତି, ସେହି କାମ କରନ୍ତୁ। ହେଲେ ଏଥିଲାଗି କାହା ଉପରେ ଚାପ ପକାନ୍ତି ନାହିଁ। ମୋତେ ଲାଗୁଛି ଯେ ସେ ବେଶ ଜବରଦସ୍ତ ଥିଲେ। ନିଜ ଭୂମିକାକୁ ବହୁତ ଭଲ ଭାବେ ତୁଲାଇଥାନ୍ତି। ସେ ଅଧିନାୟକ ହେଲେ ମୋତେ ଆଶ୍ଚର୍ଯ୍ୟ ଲାଗିବ ନାହିଁ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+