Get Updates
Get notified of breaking news, exclusive insights, and must-see stories!

ଭାରତର ସବୁଠୁ ଧନୀ କ୍ରିକେଟର ନୁହଁନ୍ତି ବିରାଟ, ସଚିନ କି ଧୋନି: ଜାଣନ୍ତୁ, କିଏ ସେହି କ୍ରିକେଟର..

India Richest Cricketer: ଭାରତର ସବୁଠୁ ଧନୀ କ୍ରିକେଟର ନୁହଁନ୍ତି ବିରାଟ, ସଚିନ କି ଧୋନି । ସଚିନ ତେନ୍ଦୁଲକରଙ୍କ ଠାରୁ ବିରାଟ କୋହଲି, ଯୁବରାଜ ସିଂ, ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ତାରକା ଖେଳାଳିମାନଙ୍କ ପାଖରେ ବିପୁଳ ଧନ ଅଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଭାରତର ସବୁଠାରୁ ଧନୀ କ୍ରିକେଟର ନୁହଁନ୍ତି ।

ଏହି ଖେଳାଳିଙ୍କ ବ୍ୟତୀତ ଭାରତରେ ଆଉ ଜଣେ ଏପରି ଖେଳାଳି ଅଛନ୍ତି ଯାହାଙ୍କ ସମ୍ପତ୍ତି ଏମାନଙ୍କ ତୁଳନାରେ ଢେର ଅଧିକ । ଏ ହେଉଛନ୍ତି ସମରଜିତ୍ ସିଂ ଗାଇକୱାଡ । ୧୯୬୭ ମସିହା ଜନ୍ମିତ ସମରଜିତ୍ ଗୁଜୁରାଟ ବରୋଦାର ପୂର୍ବତନ ରାଜା । ପିତାଙ୍କ ମୃତ୍ୟୁ ପରେ ମେ ୨୦୧୨ ମସିହାରେ ମହାରାଜା ମୁକୁଟ ପିନ୍ଧିଥିଲେ ସମରଜିତ୍ । ଏହାପରେ ସେ ପ୍ରାୟ ୨୦ ହଜାର କୋଟିରୁ ଅଧିକ ସମ୍ପତ୍ତିର ଅଧିକାରୀ ଅଟନ୍ତି ।

Richest Cricketer of India

ଏହା ବ୍ୟତୀତ, ସମରଜିତ୍ ସିଂ ଲକ୍ଷ୍ମୀ ଭିଲାସ ପ୍ୟାଲେସର ମାଲିକ ଅଟନ୍ତି । ଯାହା ବିଶ୍ୱର ସର୍ବ ବୃହତ ଘରୋଇ ବାସସ୍ଥାନ ଭାବେ ଜଣାସୁଣା । ସେ ମନ୍ଦିର ଟ୍ରଷ୍ଟକୁ ମଧ୍ୟ ନିୟନ୍ତ୍ରଣ କରନ୍ତି ଯାହା ଗୁଜୁରାଟ, ବନାରସ ସମେତ ଉତ୍ତରପ୍ରଦେଶର ପ୍ରାୟ ୧୭ଟି ମନ୍ଦିରକୁ ପରିଚାଳିତ କରିଥାଏ । ଏହା ବ୍ୟତୀତ ସମରଜିତ୍ ସିଂ ୱାନକାନେର ରାଜ ପରିବାରର ରାଜକୁମାରୀ ରାଧିକା ରାଜେଙ୍କୁ ବିବାହ କରିଥିଲେ । ସମରଜିତ୍ ସିଂ ଭାରତୀୟ ଦଳ ପାଇଁ ଖେଳିନାହାଁନ୍ତି । ସେ ରଣଜୀ ଟ୍ରଫିରେ ବରୋଦାର ପ୍ରତିନିଧିତ୍ୱ କରିଥିଲେ ଓ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବେ ସେ ୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ । ଏହା ବ୍ୟତୀତ ସେ ବରୋଦା କ୍ରିକେଟ୍ ଆସୋସିଏସନର ସଭାପତି ମଧ୍ୟ ରହିଛନ୍ତି।

ତେବେ ନିକଟରେ ବିରାଟ କୋହଲିଙ୍କ ମୋଟ ମୂଲ୍ୟ 1000 କୋଟି ଟଙ୍କା ଅତିକ୍ରମ କରିଛି । ବିରାଟ କୋହଲି ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ କ୍ରିକେଟର ବୋଲି କହିବା ଭୁଲ ହେବ ନାହିଁ । ବିରାଟ କୋହଲି ବିସିସିଆଇ ଚୁକ୍ତିନାମାର "ଏ +" ତାଲିକାରେ ଅଛନ୍ତି ଏବଂ ବାର୍ଷିକ 7 କୋଟି ପାଉଛନ୍ତି । ସେ ଟେଷ୍ଟ ପାଇଁ 15 ଲକ୍ଷ, ଦିନିକିଆ ପାଇଁ 6 ଲକ୍ଷ ଏବଂ ଟି -20 ମ୍ୟାଚ୍ ପାଇଁ 3 ଲକ୍ଷ ଟଙ୍କା ଆଦାୟ କରୁଛନ୍ତି । ଏଥି ସହିତ, ଆଇପିଏଲ୍ ଫ୍ରାଞ୍ଚାଇଜିମାନେ ଆରସିବିରୁ ବାର୍ଷିକ 15 କୋଟି ଟଙ୍କା ରୋଜଗାର କରନ୍ତି ।

ପୂର୍ବତନ ଭାରତୀୟ ଓପନର୍ ସଚିନ ତେନ୍ଦୁଲକରଙ୍କ ମୋଟ ମୂଲ୍ୟ 1,250 କୋଟି ଥିବାବେଳେ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନିଙ୍କ ମୋଟ ମୂଲ୍ୟ 1,040 କୋଟି ଟଙ୍କା । ସଚିନ ତେନ୍ଦୁଲକର ଠାରୁ ଏମଏସ ଧୋନି ପର୍ଯ୍ୟନ୍ତ ସେମାନଙ୍କର ଅନେକ ବ୍ୟବସାୟ ଅଛି ଯେଉଁଠାରୁ ସେମାନେ ରୋଜଗାର କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+