Get Updates
Get notified of breaking news, exclusive insights, and must-see stories!

Saurabh Netravalkar: କିଏ ଏହି ଆମେରିକାର ଖେଳାଳି, ଭାରତ ପାଇଁ ଖେଳିସାରିଛନ୍ତି ବିଶ୍ୱକପ୍‌, ପାକିସ୍ତାନକୁ ଧୂଳି ଚଟେଇଲେ ?

T20 World Cup 2024: ଟି-୨୦ ବିଶ୍ୱକପ ୨୦୨୪ର ଗ୍ରୁପ ଏ ମ୍ୟାଚରେ ୨୦୦୯ଟି ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ଆମେରିକା । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୭ ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲା । ଅଧିନାୟକ ବାବର ଆଜାମ ୪୪ ରନ ସ୍କୋର କରିଥିଲେ ।

ତେବେ ଏହାର ଜବାବରେ ଆମେରିକାର ଦଳ ୨୦ ଓଭରରେ ୩ଟି ଉଇକେଟ ହରାଇ ୧୫୯ ରନ ସ୍କୋର କରିଥିଲା । କ୍ୟାପଟେନ ମୋନାକ ପଟେଲ ସର୍ବାଧିକ ୫୦ ରନ ସ୍କୋର କରିଥିଲେ । ଏହିପରି ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା।

ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରୁଥିବା ଆମେରିକା ୧୮ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ପାକିସ୍ତାନ ଦଳ ୬ଟି ବଲରେ ମାତ୍ର ୧୩ ରନ ସ୍କୋର କରିପାରିଥିଲା।

Saurabh Netravalka

ମହମ୍ମଦ ଆମିର ସୁପର ଓଭରରେ ପାକିସ୍ତାନ ପାଇଁ ବୋଲିଂ କରି ବହୁତ୍‌ ଅତିରିକ୍ତ ରନ ଦେଇଥିଲେ। ଏଥିସହିତ ସୌରଭ ନେଟ୍ରୱାଲକର ଆମେରିକା ପାଇଁ ବୋଲିଂ କରିବାକୁ ଆସିଥିଲେ ଏବଂ ସେ ପାକିସ୍ତାନ ମାତ୍ର ୧୩ ରନ କରିଥିଲା।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୌରଭ ଭାରତ ପାଇଁ ଅଣ୍ଡର-୧୯ ବିଶ୍ୱକପ ମଧ୍ୟ ଖେଳିଛନ୍ତି । ତେବେ ଉନ୍ନତ ସୁଯୋଗ ପାଇଁ ସେ ଆମେରିକା ଯାଇଥିଲେ। ୩୨ ବର୍ଷୀୟ ସୌରଭ ସୁପର ଓଭରରେ ଚମତ୍କାର ବୋଲିଂ କରିଥିଲେ ଏବଂ ୧୯ ରନ ସ୍କୋର କରିବାକୁ ଦେଇ ନ ଥିଲେ । ବାମହାତୀ ମଧ୍ୟମ ଗତି ବୋଲର ସୌରଭ ୧୯୯୧ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୦୮-୯ କୋଚ ବିହାର ଟ୍ରଫିରେ ୬ ଟି ମ୍ୟାଚ୍‌ରେ ୩୦ ଉଇକେଟ ନେଇଥିଲେ। ଏହା ପରେ ସେ ୨୦୧୦ ଅଣ୍ଡର-୧୯ ବିଶ୍ୱକପ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଥିଲେ। ବିଶ୍ୱକପ ପୂର୍ବରୁ ସେ ଦକ୍ଷିଣ ଆଫ୍ରିକାର ତ୍ରିକୋଣୀୟ ସିରିଜରେ ଅଗ୍ରଣୀ ଉଇକେଟ ନେଇଥିଲେ।

ଏହା ପରେ ସୌରଭ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ୨୦୧୦ ଅଣ୍ଡର-୧୯ ବିଶ୍ୱକପରେ କେ.ଏଲ ରାହୁଲ, ଜୟଦେବ ଉନାଦକତ ଏବଂ ମୟଙ୍କ ଅଗ୍ରୱାଲଙ୍କ ସହ ଟିମ ଇଣ୍ଡିଆର ଏକ ଅଂଶ ହୋଇଥିଲେ। ତେବେ ସେହି ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ଦଳ ପ୍ଲେ ଅଫ ରାଉଣ୍ଡରୁ ବାଦ ପଡିଥିଲା। ଅଣ୍ଡର-୧୯ ବିଶ୍ୱକପ ୨୦୧୦ରେ ସୌରଭ ୬ଟି ମ୍ୟାଚରେ ୯ ଉଇକେଟ ନେଇଥିଲେ। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୨୫ ରନ ଦେଇ ୩ଟି ଉଇକେଟ ଥିଲେ।

ଏହା ପରେ ସେ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ସମେତ ଅନ୍ୟ ଭାରତୀୟ ଘରୋଇ ଟୁର୍ନାମେଣ୍ଟରେ ମଧ୍ୟ ଭାଗ ନେଇଥିଲେ । ତେବେ ସେ ଆମେରିକାରେ ସ୍ଥାନାନ୍ତର ହେଲେ ଏବଂ ସେବେଠାରୁ ଆମେରିକାର ପ୍ରତିନିଧିତ୍ୱ କରୁଛନ୍ତି । ସେ ଆମେରିକାର ଦଳର ଅଧିନାୟକ ମଧ୍ୟ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+