Get Updates
Get notified of breaking news, exclusive insights, and must-see stories!

ଏହି ମହିଳା କ୍ରିକେଟରଙ୍କୁ ବିବାହ କରିବେ ଋତୁରାଜ ଗାଏକ୍ୱାଡ, ଖୁବଶୀଘ୍ର ପଡିବ ହାତଗଣ୍ଠି

ମୁମ୍ୱାଇ: ଏହି ମହିଳା କ୍ରିକେଟରଙ୍କୁ ବିବାହ କରିବେ ଚେନ୍ନାଇ ସୁପରକିଙ୍ଗ୍ସ ଷ୍ଟାର ବ୍ୟାଟର ଋତୁରାଜ ଗାଏକ୍ୱାଡ । ଖୁବଶୀଘ୍ର ହାତକୁ ଦି-ହାତ ହେବେ ଏହି ଯୁବ ଭାରତୀୟ କ୍ରିକେଟର । ତେବେ ଋତୁରାଜ ଯାହାଙ୍କୁ ବିବାହ କରିବେ ସେ ମଧ୍ୟ ଜଣେ କ୍ରିକେଟର ।

ଆସନ୍ତା ଜୁନ୍ ୩ରେ ଋତୁରାଜ ଦୁହିଁଙ୍କ ହାତଗଣ୍ଠି ପଡିବ । ଯେଉଁଥି ପାଇଁ ଋତୁରାଜ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଇଂଲଣ୍ଡ ଗସ୍ତ ବାତିଲ କରିଛନ୍ତି । ଗାଇକୱାଡଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ଭାରତୀୟ ଦଳରେ ଚାନ୍ସ ମିଳିଥିଲା । ହେଲେ ଏବେ ତାଙ୍କ ସ୍ଥାନରେ ଗସ୍ତ କରିଛନ୍ତି ଯସଶ୍ୱୀ ଜସୱାଲ୍ ।

Ruturaj Gaikwad

ଗାଇକୱାଡ ଗଲଫ୍ରେଣ୍ଡ କିଏ ? ଗାଇକୱାଡଙ୍କ ଯାହାକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ ନା ଉତ୍କର୍ଷା ପାୱାର । ଋତୁରାଜ ଗାଏକ୍ୱାଡଙ୍କ ଭଳି ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର । ସେ ମହାରାଷ୍ଟ୍ର ମହିଳା କ୍ରିକେଟ ଟିମ ପକ୍ଷରୁ ଏକାଧିକ ମ୍ୟାଚ୍‌ ଖେଳି ସାରିଛନ୍ତି । ଉତ୍କର୍ଷା ମହାରାଷ୍ଟ୍ର ଅଣ୍ଡର ୧୯ ଟିମ ପାଇଁ ୨୦୧୨-୧୩ ଓ ୨୦୧୭-୧୮ରେ ଖେଳିଥିଲେ ।

ରିପୋର୍ଟ ଅନୁଯାୟୀ, ଉତ୍କର୍ଷା ୧୧ ବର୍ଷ ବୟସରୁ କ୍ରିକେଟ୍ ଖେଳୁଛନ୍ତି । ବର୍ତ୍ତମାନ ସେ ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ୍ ଖେଳୁଛନ୍ତି । ଉତ୍କର୍ଷା ଜଣେ ଅଲରାଉଣ୍ଡର । ନିକଟରେ ୨୪ ବର୍ଷୀୟ ଉତ୍କର୍ଷା ମହିଳା ସିନିୟର ODI ଟ୍ରଫିରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଉତ୍କଳ ପୁନେ ଇନଷ୍ଟିଚ୍ୟୁଟ୍ ଅଫ୍ ପୁଷ୍ଟିକର ଏବଂ ଫିଟନେସ୍ ସାଇନ୍ସରୁ ଅଧ୍ୟୟନ କରୁଛନ୍ତି ।

ସେ ୧୮ମାସ ତଳେ ମହାରାଷ୍ଟ୍ର ପାଇଁ ଶେଷ ମ୍ୟାଚ୍‌ ଖେଳିଥିଲେ। ଏହାପରେ ତାଙ୍କୁ କ୍ରିକେଟ ମୈଦାନରେ ଦେଖିବାକୁ ମିଳି ନାହିଁ । ୧୯୯୮ ମସିହା ଅକ୍ଟୋବର ୧୩ରେ ଜନ୍ମ ଗ୍ରହଣ କରିଥିବା ଉତ୍କର୍ଷା ପିଲା ବେଳେ ପ୍ରଥମେ ଫୁଟବଲ ଓ ବ୍ୟାଡମିଣ୍ଟନ ଖେଳୁଥିଲେ। କିନ୍ତୁ ୧୧ ବର୍ଷ ବୟସରୁ ସେ କ୍ରିକେଟ ପ୍ରତି ଆକୃଷ୍ଟ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ମହାରାଷ୍ଟ୍ରର ମହିଳା ଟିମରେ ଜଣେ ଅଲରାଉଣ୍ଡର ଭାବେ ସ୍ଥାନ ପାଇଥିଲେ । କ୍ରିକେଟ ଖେଳିବା ସମୟରେ ଋତୁରାଜ ଗାଏକ୍ୱାଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗାଏକ୍ୱାଡ ମଧ୍ୟ ମହାରାଷ୍ଟ୍ର କ୍ରିକେଟ ଟିମର ଖେଳାଳି ।

ତେବେ ଚେନ୍ନାଇ ଚଳିତ ବର୍ଷ ଆଇପିଏଲ ଟ୍ରଫି ଜିତିବା ପରେ ଗାଏକ୍ୱାଡ ଗୋଟିଏ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଫଟୋରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଗାଏକ୍ୱାଡଙ୍କ ଗର୍ଲଫ୍ରେଣ୍ଡ ରହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+