Get Updates
Get notified of breaking news, exclusive insights, and must-see stories!

ହାର୍ଦ୍ଦିକ ନୁହଁନ୍ତି ବରଂ ଏହି ଖେଳାଳୀ ହୋଇପାରନ୍ତି ଟି -20 ଅଧିନାୟକ !

India Team T20I New Captain: ରୋହିତ ଶର୍ମା ଟି -20 ବିଶ୍ୱକପ ଟାଇଟଲ ଜିତିବା ପରେ ଟି -20 ଇଣ୍ଟରନ୍ୟାସନାଲରୁ ଅବସର ନେଇଛନ୍ତି । ରୋହିତ ସମସ୍ତ ତିନୋଟି ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ। ବର୍ତ୍ତମାନ ରୋହିତଙ୍କ ଶର୍ମାଙ୍କ ଅବସର ପରେ ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଟି -20 ଇଣ୍ଟରନ୍ୟାସନାଲ ପାଇଁ ନୂଆ ଅଧିନାୟକ ଖୋଜିବା ଆରମ୍ଭ କରିଛି। ଯେଉଁଥି ପାଇଁ କିଛି ଖେଳାଳିଙ୍କ ନାଁ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ।

ଅଧିନାୟକତ୍ୱ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମକୁ ଚର୍ଚ୍ଚା ଜୋର ଧରିଥିଲା ହେଲେ ବର୍ତ୍ତମାନ ଏଥିରେ କିଛି ପରିବର୍ତ୍ତନ ଦେଖାଦେଇଛି । କୁହାଯାଇଛି ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଭାରତୀୟ ଦଳର ଆଉ ଜଣେ ଖେଳାଳୀ ବର୍ତ୍ତମାନ ନେଇ ପାରନ୍ତି ରୋହିତଙ୍କ ସ୍ଥାନ । 2024 ଟି -20 ବିଶ୍ୱକପ ଜିତିବାରେ ଟିମ୍ ଇଣ୍ଡିଆରେ ହାର୍ଦ୍ଦିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ହେଲେ ହାର୍ଦ୍ଦିକଙ୍କୁ ଅଧିନାୟକ ଭାବରେ ବର୍ତ୍ତମାନ ଚହୟ କରାଯାଇ ନ ପାରେ ।

India Team T20I New Captain

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାରିଅରରେ ଆଘାତ ସର୍ବଦା ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । ଗୁରୁତର ଆଘାତ ହେତୁ ହାର୍ଦ୍ଦିକ ଦୀର୍ଘ ଦିନ ଧରି କ୍ରିକେଟ୍ ଠାରୁ ଦୂରରେ ରହିଆସିଛନ୍ତି। ଫିଟନେସ୍ କାରଣରୁ ପାଣ୍ଡ୍ୟା ଟେଷ୍ଟ କ୍ରିକେଟ୍ ଖେଳିବା ବନ୍ଦ କରିଦେଇଥିଲେ। ବର୍ତ୍ତମାନ ସେ କେବଳ ODI ଏବଂ T20 କ୍ରିକେଟ୍ ମ୍ୟାଚ୍ ଖେଳୁଛନ୍ତି ।


ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହେବା ନେଇ ଆଲୋଚନା ହେଉଛି । 2023 ଦିନିକିଆ ବିଶ୍ୱକପ ପରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି -20 ସିରିଜରେ ସୁର୍ଯ୍ୟ ଟିମ୍ ଇଣ୍ଡିଆର କମାଣ୍ଡ ନେଇଥିଲେ। ସୂର୍ଯ୍ୟକୁମାର ଉତ୍କୃଷ୍ଟ ଅଧିନାୟକତ୍ୱ ମଧ୍ୟ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅଧିନାୟକ ପଦକୁ ନେଇ କୌଣସି ସରକାରୀ ସୂଚନା ପ୍ରକାଶ ପାଇନାହିଁ। ଏଭଳି ପରିସ୍ଥିତିରେ କିଏ ଭାରତର ଟି -20 ଅଧିନାୟକ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+