For Quick Alerts
Turn On Notification  
For Daily Alerts
Oneindia App Download

ଜାଣନ୍ତୁ, ଦୀପକ ଚହରଙ୍କ ଗାର୍ଲଫ୍ରେଣ୍ଡ ଜୟା ଭରଦ୍ବାଜଙ୍କ ବିଷୟରେ...

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହା ପରେ ପ୍ରଶଂସକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଚାଲିଛି ଯେ, ଏହି ରହସ୍ୟମୟ ଯୁବତୀ ଜଣଙ୍କ କିଏ ? ଯାହାଙ୍କ ସହ ଦୀପକ ଚହର ଏଇ ଲୁଚାଛପା ଆଫେୟାର ଚାଲଥିଲା ।

|

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 14 ତମ ସିଜନର 53 ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ଦଳ ମଧ୍ୟରେ ଖେଳାଯାଇଥିଲା । ଯେଉଁଠାରେ ସିଏସକେ ଦଳ ପଏଣ୍ଟ ଟେବୁଲରେ 20 ପଏଣ୍ଟ ଜିତିବାର ସୁଯୋଗ ପାଇ ନଥିଲେ । ଯଦିଓ ଏହା ହୋଇ ପାରିଲା ନାହିଁ । କିନ୍ତୁ ମ୍ୟାଚ୍ ପରେ ଚେନ୍ନାଇର ଅଲରାଉଣ୍ଡର ଦୀପକ ଚହର ଏହି ମ୍ୟାଚକୁ ସ୍ମରଣୀୟ କରିପାରିଛନ୍ତି।

Deepak Chahar Girlfriend

ମ୍ୟାଚ୍ ପରେ ଦୀପକ ଚହର ଷ୍ଟାଣ୍ଡରେ ପହଞ୍ଚିଥିଲେ । ଯେଉଁଠାରେ ସେ ତାଙ୍କ ପ୍ରେମିକାଙ୍କୁ ପ୍ରୋପୋଜ କରି ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଦୀପକ ଚହର ତାଙ୍କ ପ୍ରେମିକାଙ୍କୁ ଚଳଚ୍ଚିତ୍ର ଶୈଳୀରେ ଆଣ୍ଠୁ ମାଡି ବସି ବିବାହ ପାଇଁ ପ୍ରୋପୋଜ କରିଥିଲେ । ତେବେ ସେ ହଁ କହିବା ପରେ ଦୁହେଁ ପରସ୍ପରକୁ ରିଙ୍ଗ ପିନ୍ଧାଇଥିଲେ ।

Deepak Chahar Girlfriend

ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହା ପରେ ପ୍ରଶଂସକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଚାଲିଛି ଯେ, ଏହି ରହସ୍ୟମୟ ଯୁବତୀ ଜଣଙ୍କ କିଏ ? ଯାହାଙ୍କ ସହ ଦୀପକ ଚହର ଏଇ ଲୁଚାଛପା ଆଫେୟାର ଚାଲଥିଲା ।

ଜାଣନ୍ତୁ, ଦୀପକ ଚହରଙ୍କ ରହସ୍ୟମୟୀ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ...

ସୂଚନାଯୋଗ୍ୟ ଯେ ଦୀପକ ଚହର ଯେଉଁ ରହସ୍ୟମୟୀ ଯୁବତୀକୁ ପ୍ରପୋଜ କରିଛନ୍ତି, ସେ ହେଉଛନ୍ତି ଜୟା ଭରଦ୍ୱାଜ୍ । ଜୟା ଦିଲ୍ଲୀର ଏକ କର୍ପୋରେଟ ଫାର୍ମରେ କାମ କରନ୍ତି ଏବଂ ସୋସିଆଲ ମିଡିଆରେ ନିଜର ଚମତ୍କାର ଶୈଳୀ ପାଇଁ ଅନେକ ସମୟରେ ସମ୍ବାଦରେ ଥାଆନ୍ତି । ଉଭୟ ପ୍ରାୟ 2 ବର୍ଷ ପରସ୍ପର ସହିତ ସମ୍ପର୍କ ରଖିଥିଲେ ଏବଂ ଦୀର୍ଘ ସମୟ ଧରି ଏହି ସମ୍ପର୍କର ନାମ ରଖିବାକୁ ଚେଷ୍ଟା କରୁଥିଲେ । ଆଗ୍ରାରେ ଜନ୍ମିତ ଦୀପକ ଚହର ତାଙ୍କ ଗାର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ପରିବାର ସହିତ ଏକାଠି କରି ଭାରତୀୟ ଦଳର ସାଥୀ ଖେଳାଳିଙ୍କ ସହ ପରିଚିତ କରାଇଥିଲେ।

Deepak Chahar Girlfriend

ବିଗ୍ ବସ୍ ସହିତ ମଧ୍ୟ ଏକ ବିଶେଷ ସଂଯୋଗ ଅଛି

ସୂଚନାଯୋଗ୍ୟ ଯେ, ପ୍ରସିଦ୍ଧ ରିଆଲିଟି ସୋ ବିଗ୍ ବସ୍ ସହିତ ଜୟା ଭରଦ୍ୱାଜଙ୍କର ମଧ୍ୟ ଏକ ବିଶେଷ ସଂଯୋଗ ରହିଛି। ସେ ରିୟଲିଟି ସୋ'ର ପ୍ରତିଯୋଗୀ ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ । ୟୁଏଇରେ ଖେଳାଯିବାକୁ ଥିବା ଟି-20 ବିଶ୍ୱକପ୍ ସମାପ୍ତ ହେବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Who is Deepak Chahar Girlfriend Jaya Bhardwaj
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X