ଜାଣନ୍ତୁ, ଦୀପକ ଚହରଙ୍କ ଗାର୍ଲଫ୍ରେଣ୍ଡ ଜୟା ଭରଦ୍ବାଜଙ୍କ ବିଷୟରେ...
ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହା ପରେ ପ୍ରଶଂସକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଚାଲିଛି ଯେ, ଏହି ରହସ୍ୟମୟ ଯୁବତୀ ଜଣଙ୍କ କିଏ ? ଯାହାଙ୍କ ସହ ଦୀପକ ଚହର ଏଇ ଲୁଚାଛପା ଆଫେୟାର ଚାଲଥିଲା ।
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 14 ତମ ସିଜନର 53 ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ଦଳ ମଧ୍ୟରେ ଖେଳାଯାଇଥିଲା । ଯେଉଁଠାରେ ସିଏସକେ ଦଳ ପଏଣ୍ଟ ଟେବୁଲରେ 20 ପଏଣ୍ଟ ଜିତିବାର ସୁଯୋଗ ପାଇ ନଥିଲେ । ଯଦିଓ ଏହା ହୋଇ ପାରିଲା ନାହିଁ । କିନ୍ତୁ ମ୍ୟାଚ୍ ପରେ ଚେନ୍ନାଇର ଅଲରାଉଣ୍ଡର ଦୀପକ ଚହର ଏହି ମ୍ୟାଚକୁ ସ୍ମରଣୀୟ କରିପାରିଛନ୍ତି।

ମ୍ୟାଚ୍ ପରେ ଦୀପକ ଚହର ଷ୍ଟାଣ୍ଡରେ ପହଞ୍ଚିଥିଲେ । ଯେଉଁଠାରେ ସେ ତାଙ୍କ ପ୍ରେମିକାଙ୍କୁ ପ୍ରୋପୋଜ କରି ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଦୀପକ ଚହର ତାଙ୍କ ପ୍ରେମିକାଙ୍କୁ ଚଳଚ୍ଚିତ୍ର ଶୈଳୀରେ ଆଣ୍ଠୁ ମାଡି ବସି ବିବାହ ପାଇଁ ପ୍ରୋପୋଜ କରିଥିଲେ । ତେବେ ସେ ହଁ କହିବା ପରେ ଦୁହେଁ ପରସ୍ପରକୁ ରିଙ୍ଗ ପିନ୍ଧାଇଥିଲେ ।

ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହା ପରେ ପ୍ରଶଂସକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଚାଲିଛି ଯେ, ଏହି ରହସ୍ୟମୟ ଯୁବତୀ ଜଣଙ୍କ କିଏ ? ଯାହାଙ୍କ ସହ ଦୀପକ ଚହର ଏଇ ଲୁଚାଛପା ଆଫେୟାର ଚାଲଥିଲା ।
ଜାଣନ୍ତୁ, ଦୀପକ ଚହରଙ୍କ ରହସ୍ୟମୟୀ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ...
ସୂଚନାଯୋଗ୍ୟ ଯେ ଦୀପକ ଚହର ଯେଉଁ ରହସ୍ୟମୟୀ ଯୁବତୀକୁ ପ୍ରପୋଜ କରିଛନ୍ତି, ସେ ହେଉଛନ୍ତି ଜୟା ଭରଦ୍ୱାଜ୍ । ଜୟା ଦିଲ୍ଲୀର ଏକ କର୍ପୋରେଟ ଫାର୍ମରେ କାମ କରନ୍ତି ଏବଂ ସୋସିଆଲ ମିଡିଆରେ ନିଜର ଚମତ୍କାର ଶୈଳୀ ପାଇଁ ଅନେକ ସମୟରେ ସମ୍ବାଦରେ ଥାଆନ୍ତି । ଉଭୟ ପ୍ରାୟ 2 ବର୍ଷ ପରସ୍ପର ସହିତ ସମ୍ପର୍କ ରଖିଥିଲେ ଏବଂ ଦୀର୍ଘ ସମୟ ଧରି ଏହି ସମ୍ପର୍କର ନାମ ରଖିବାକୁ ଚେଷ୍ଟା କରୁଥିଲେ । ଆଗ୍ରାରେ ଜନ୍ମିତ ଦୀପକ ଚହର ତାଙ୍କ ଗାର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ପରିବାର ସହିତ ଏକାଠି କରି ଭାରତୀୟ ଦଳର ସାଥୀ ଖେଳାଳିଙ୍କ ସହ ପରିଚିତ କରାଇଥିଲେ।

ବିଗ୍ ବସ୍ ସହିତ ମଧ୍ୟ ଏକ ବିଶେଷ ସଂଯୋଗ ଅଛି
ସୂଚନାଯୋଗ୍ୟ ଯେ, ପ୍ରସିଦ୍ଧ ରିଆଲିଟି ସୋ ବିଗ୍ ବସ୍ ସହିତ ଜୟା ଭରଦ୍ୱାଜଙ୍କର ମଧ୍ୟ ଏକ ବିଶେଷ ସଂଯୋଗ ରହିଛି। ସେ ରିୟଲିଟି ସୋ'ର ପ୍ରତିଯୋଗୀ ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ । ୟୁଏଇରେ ଖେଳାଯିବାକୁ ଥିବା ଟି-20 ବିଶ୍ୱକପ୍ ସମାପ୍ତ ହେବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications