କେଉଁ କିକେଟରଙ୍କ ରୋଜଗାର କେତେ ? କେତେ ଆୟକର ଦିଅନ୍ତି ?
କେଉଁ କିକେଟରଙ୍କ ରୋଜଗାର କେତେ ? ସେମାନେ କେତେ ଆୟକର ଦିଅନ୍ତି ? ।]କ୍ରିକେଟରମାନେ କେବଳ ଖେଳରୁ ଅର୍ଥ ରୋଜଗାର କରନ୍ତି ନାହିଁ, ବିଜ୍ଞାପନରୁ ବି ପ୍ରଚୁର ଅର୍ଥ ଉପାର୍ଜନ କରିଥାଆନ୍ତି । ଏହାବ୍ୟତୀତ ୨୦୦୮ରେ ଆଇପିଏଲ ଆରମ୍ଭ ହେବା ପରଠାରୁ ଖେଳାଳିମାନଙ୍କ ଆୟ ବହୁଗୁଣିତ ହୋଇଛି।
ସେହି ଅନୁସାରେ ସେମାନେ ସରକାରଙ୍କୁ ଆୟକର ବାବଦରେ ଟିକସ ବି ପ୍ରଦାନ କରୁଛନ୍ତି।
ଫର୍ଚୁନ ଇଣ୍ଡିଆ ରିପୋର୍ଟ ଅନୁସାରେ, ବ୍ୟାଟିଂ ଆଇକନ ବିରାଟ କୋହଲି ଆୟକର ପ୍ରଦାନ ତାଲିକାରେ ସର୍ବାଗ୍ରେ ରହିଛନ୍ତି। କେବଳ କ୍ରିକେଟର ହିସାବରେ ନୁହନ୍ତି, ବରଂ ଭାରତୀୟ କ୍ରୀଡ଼ାବିତ୍ ଭାବେ ସେ ୨୦୨୩-୨୪ରେ ସର୍ବାଧିକ ଟିକସ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଲଣ୍ଡନରେ ଛୁଟି କାଟୁଥିବା କୋହଲି ଗତ ଆର୍ଥିକ ବର୍ଷ(୨୦୨୩-୨୪)ରେ ୬୬ କୋଟି ଟଙ୍କାର ଆୟକର ଦେଇଛନ୍ତି। ତାଙ୍କ ପଛକୁ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଯିଏକି ୩୮ କୋଟି ଟଙ୍କା ଆୟକର ଦେଇଛନ୍ତି। ୩ୟ ସ୍ଥାନରେ ରହିଛନ୍ତି ସଚିନ ତେନ୍ଦୁଲକର। ସଚିତ ବିଗତ ଆର୍ଥିକ ବର୍ଷରେ ୨୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଫର୍ଚୁନ ଇଣ୍ଡିଆର ସେଲିବ୍ରିଟି ଟିକସଦାତା ତାଲିକାରେ ସୌରଭ ଗାଙ୍ଗୁଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ବି ସାମିଲ ହୋଇଛି। ସୌରଭ ୨୩ କୋଟି ଏବଂ ପାଣ୍ଡ୍ୟା ୧୩ କୋଟି ଟଙ୍କା ଆୟକର ଦେଇଛନ୍ତି। ତେବେ ସେଲିବ୍ରିଟି ଟିକସଦାତା ତାଲିକାର ଶୀର୍ଷରେ ରହିଛନ୍ତି ବଲିଉଡ୍ ସୁପରଷ୍ଟାର ସାହରୁଖ ଖାନ। ସେ ସର୍ବାଧିକ ୯୨ କୋଟି ଟଙ୍କାର ଟିକସ ପ୍ରଦାନ କରିଛନ୍ତି।












Click it and Unblock the Notifications