ମଙ୍ଗଳବାର ଫିଟ୍, ସୋମବାର ଅନଫିଟ୍: ଭଡକିଲେ ଫ୍ୟାନ୍ସ , କେବେ ହେବ ବୁମରାଙ୍କ ବାପସି୍ ?

ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ ପାଉଥିବା ବେଳେ କ୍ରିକେଟ ପ୍ରେମୀମାନେ ପ୍ରଶ୍ନ କରିଛନ୍ତି, ସତରେ... କେବେ ହେବ ବୁମରାଙ୍କ ବାପସି୍ ?

Jasprit Bumrah News: 27 ଡିସେମ୍ବର 2022, ଶ୍ରୀଲଙ୍କା ବିପକ୍ଷରେ ଘରୋଇ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୁଏ । ଦଳରୁ ବାଦ୍ ପଡନ୍ତି ଦଳର ଭରସାଯୋଗ୍ୟ ବୋଲର ଜସପ୍ରୀତ ବୁମରା । ପରେ 3 ଜାନୁଆରୀ, 2023 (ମଙ୍ଗଳବାର), ବୁମରା ଫିଟ୍ ଅଛନ୍ତି ଏବଂ ଦିନିକିଆ ଦଳରେ ଯୋଗ ଦେବେ ବୋଲି ଘୋଷଣା କରେ ବିସିସିଆଇ । ଆଉ ଆଜି (9 ଜାନୁଆରୀ 2023) ଦିନିକିଆ ଦଳରୁ ବୁମରା ବାଦ୍ ପଡଛନ୍ତି ପୁଣି ଥରେ ଘୋଷଣା କଲା ବିସିସିଆଇ । ତେବେ ବୁମରାଙ୍କ ଏମିତି ସାମିଲ ହେବା ଓ ବାଦ୍ ପଡିବାକୁ ନେଇ ଭଡକିଛନ୍ତି ଭାରତୀୟ କ୍ରିକେଟ୍ ପ୍ରେମୀ । ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ ପାଉଥିବା ବେଳେ କ୍ରିକେଟ ପ୍ରେମୀମାନେ ପ୍ରଶ୍ନ କରିଛନ୍ତି, ସତରେ... କେବେ ହେବ ବୁମରାଙ୍କ ବାପସି୍ ?

ଉଲ୍ଲେଖଥାଉ କି, ଭାରତ ଓ ଶ୍ରୀଲଙ୍କା (ଭାରତ ବନାମ ଶ୍ରୀଲଙ୍କା) ବିପକ୍ଷରେ ଟି-20 ସିରିଜକୁ ଘରୋଇ ଦଳ 2-1ରେ ଜିତିବା ପରେ ବର୍ତ୍ତମାନ ଦିନିକିଆ ସିରିଜ୍ ପାଇଁ ପ୍ରସ୍ତୁତି ଚାଲିଛି । ଦୁଇ ଦଳ ମଧ୍ୟରେ ଜାନୁଆରୀ 10 (ଆସନ୍ତାକାଲି)ଠୁ ଆରମ୍ଭ ହେବ ଦିନିକିଆ ସିରିଜି । ଆଉ ଠିକ୍ ଗୋଟିଏ ଦିନ ପୂର୍ବରୁ ଖେଳାବା ପାଇଁ ବୁମରା ଫିଟ୍ ନଥିବା ବିସିସିଆଇ ଘୋଷଣା କରିଛି ।

Jasprit Bumrah

ଗତ ବର୍ଷ ସେପ୍ଟେମ୍ବର ମାସଠୁ ବୁମରା ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରରେ ରହିଛନ୍ତି । ଟି-20 ବିଶ୍ୱକପ ଦଳରେ ତାଙ୍କୁ ମଧ୍ୟ ନାମିତ କରାଯାଇଥିଲା । କିନ୍ତୁ ଯେତେବେଳେ ସେ ବିଶ୍ୱକପ ପୂର୍ବରୁ ବୋଲିଂ କରିବାକୁ ଆସିଥିଲେ, ସେତେବେଳେ ସେ ଶତ ପ୍ରତିଶତ ଫିଟ୍‌ ନଥିଲେ । ଏହା ପରେ ତାଙ୍କୁ ପୁନର୍ବାର ଏନିସିଏ ପଠାଗଲା । ଏଥି ସହିତ, ବର୍ତ୍ତମାନ ବିସିସିଆଇର ନିଷ୍ପତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି ।

ପୂର୍ବତନ ଭାରତୀୟ ଭେଟେରାନ ଇରଫାନ ପଠାନ ଏହି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି । ତାଙ୍କ ବୋଲିଂରେ ତାଙ୍କ ଆଘାତର ପ୍ରଭାବ ଅଧିକ ଆସିବ ନାହିଁ ବୋଲି ସେ ଆଶା ପ୍ରକଟ କରିଛନ୍ତି । ସମସ୍ତଙ୍କ ମନରେ ପ୍ରଶ୍ନ ହେଉଛି ବୁମରା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ କିମ୍ବା ବର୍ଡର ଗାଭାସ୍କର ଟ୍ରଫିରେ ପ୍ରତ୍ୟାବର୍ତ୍ତନ କରିବେ କି ? କିନ୍ତୁ ଏହି କେବଳ ସମୟ ସହିତ ସ୍ଥିର ହେବ।

ଇର୍ଫାନ୍ ପଠାନ୍ କହିଛନ୍ତି ଯେ, ମୁଁ ଜସପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବହୁତ ଭୟଭୀତ ଅଟେ। ମୁଁ ଆଶା କରୁଛି ଯେ ଆଘାତ ତାଙ୍କ ବୋଲିଂ ଉପରେ ଅଧିକ ପ୍ରଭାବ ପକାଇବ ନାହିଁ । କିନ୍ତୁ ମୁଁ ପ୍ରକୃତରେ ଆଶା କରେ ସେ ସମ୍ପୂର୍ଣ୍ଣ ଫିଟ୍, 100 ପ୍ରତିଶତରୁ ଅଧିକ ଫିଟ୍, ଯାହା ମୁଁ ଚାହୁଁଛି ।

ଇର୍ଫାନ୍ ପଠାନ୍ କହିଛନ୍ତି, ତାଙ୍କ ପାଇଁ କ୍ରମାଗତ ଖେଳିବା ଏବଂ ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ପାଇଁ ବୁମରା ଭଳି ଖେଳାଳି ଆହତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବୁମରା ତାଙ୍କ ଶରୀରକୁ ଫିଟ୍ ରଖିବା ଏବଂ ତାଙ୍କ ଫିଟନେସ୍ ସ୍ତରକୁ ଶୀର୍ଷରେ ରଖିବା ଆବଶ୍ୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+