ବର୍ଷା ହେଲେ ୫ ଓଭରରେ ପାର୍ ସ୍କୋର କେତେ ?
ଅହମଦାବାଦ: ବର୍ଷା ହେଲେ କଣ ହେବ ? କିଏ ଜିତିବ ଫାଇନାଲ ? ବର୍ଷା ହେବା ହେତୁ ଯଦି ଏବେଠୁ ମ୍ୟାଚ୍ ନ ହୁଏ ତେବେ ଗୁଜୁରାଟ ଚମ୍ପିୟାନ ହେବ। ଗ୍ରୁପ୍ ଷ୍ଟେଜ ମ୍ୟାଚରେ ଗୁଜୁରାଟ ଟେବୁଲ୍ ଟପ୍ପର ଥିବାରୁ ଏପରି ହେବ। ତେବେ ଯଦି ମ୍ୟାଚ୍ ସର୍ବନିମ୍ନ ୫ ଓଭରର ହେବ ଜାଣନ୍ତୁ କଣ ରହିବ ଟାର୍ଗେଟ।

ଚେନ୍ନାଇକୁ ୫ ଓଭରରେ ବିନା ୱିକେଟରେ ୪୩ ରନ କରିବାକୁ ପଡ଼ିବ। ସେହିପରି ଗୋଟେ ୱିକେଟ ଗଲେ ୪୯, ଦୁଇଟି ୱିକେଟ ଗଲେ ୫୬ , ତିନୋଟି ୱିକେଟ ଗଲେ ୬୫ ରନ କରିବାକୁ ପଡ଼ିବ। ଯାହାକି ପାର ସ୍କୋର ରହିଛି। ତେବେ ପୁରା ମ୍ୟାଚ ହେଲେ ଚେନ୍ନାଇକୁ ଜିତିବାକୁ ୨୧୫ ରନ କରିବାକୁ ପଡିବ। ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୨୧୪ ରନ କରିଛି।
ଗତକାଲି ବର୍ଷା ଯୋଗୁଁ ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ହୋଇ ପାରିନଥୁଲା। ଫଳରେ ଆଜି ରିଜର୍ଭ ଡେରେ ଟାଇଟଲ୍ ମୁକାବିଲା ଖେଳାଯାଉଛି।ଚେନ୍ନାଇ ୧୦ ଥର ଆଇପିଏଲ ଫାଇନାଲ ଖେଳୁଥିବା ବେଳେ ଗୁଜୁରାଟ ୨ ଥର ଫାଇନାଲ ଖେଳୁଛି। ଚେନ୍ନାଇ ୪ଟି ଟ୍ରଫି ଜିତିଥିବା ବେଳେ ଗୁଜୁରାଟ ଗୋଟେ ଟ୍ରଫି ଜିତିଛି। ସେହିପରି ଧୋନୀ ସର୍ବାଧିକ ୧୧ ଥର ଆଇପିଏଲ ଫାଇନଲ ଖେଳୁଛନ୍ତି












Click it and Unblock the Notifications