For Quick Alerts
Turn On Notification  
For Daily Alerts
Oneindia App Download

Odisha Sports: ଭାରତୀୟ କ୍ରୀଡାର ମୁଖ୍ୟ ସ୍ତମ୍ଭ ଓଡିଶା, ଜାଣନ୍ତୁ ଗତ 6 ବର୍ଷରେ କ୍ରୀଡା କ୍ଷେତ୍ରରେ ଓଡିଶାର ଅବଦାନ

ବିଭିନ୍ନ କ୍ରୀଡାରେ ଜାତୀୟ ଦଳର ପ୍ରାୟୋଜକ ହେଉ କି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା, ସବୁଥିରେ ଦମ ଦେଖାଇଛନ୍ତି ଏବଂ ସଫଳ ମଧ୍ୟ ହୋଇଛନ୍ତି ଓଡିଶା ସରକାର ।

|

ଭୁବନେଶ୍ୱର: ଦେଶର ସ୍ପୋର୍ଟ୍ସ ହବ ଓଡିଶା । ଭାରତୀୟ କ୍ରୀଡା ଭିତ୍ତିଭୂମିର ମୁଖ୍ୟ ସ୍ତମ୍ଭ ସାଜିଛନ୍ତି ଓଡିଶା ସରକାର । ବିଭିନ୍ନ କ୍ରୀଡାରେ ଜାତୀୟ ଦଳର ପ୍ରାୟୋଜକ ହେଉ କି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା, ସବୁଥିରେ ଦମ ଦେଖାଇଛନ୍ତି ଏବଂ ସଫଳ ମଧ୍ୟ ହୋଇଛନ୍ତି ଓଡିଶା ସରକାର । ଏଥିପାଇଁ ବିଭିନ୍ନ କ୍ରୀଡା ସମ୍ନାନରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ (ଓଡିଶା ସ୍ପୋର୍ଟ୍ସ)କୁ ସମ୍ନାନିତ ମଧ୍ୟ କରାଯାଇଛି ।

ବର୍ତ୍ତମାନର କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ସମୟରେ ଓଡିଶା ଆୟୋଜନ କରିଛି ଏକାଧିକ ମେଗା ଟୁର୍ଣ୍ଣାମେଣ୍ଟ । ତେବେ ଆସନ୍ତୁ ଜାଣିବା ଗତ 6 ବର୍ଷ ମଧ୍ୟରେ ଦେଶର କ୍ରୀଡା କ୍ଷେତ୍ରରେ କଣ ରହିଛି ଓଡିଶାର ଅବଦାନ ।

What Odisha has Contributed to Indian Sports in Last 6 years

ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ:

  • ହକି ଚାମ୍ପିଅନ୍ସ ଟ୍ରଫି-2014
  • ପୁରୁଷ FIH ହକି ୱାର୍ଲ୍ଡ ଲିଗ- 2017
  • ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍-2017
  • ପୁରୁଷ ହକି ବିଶ୍ୱ କପ-2018
  • ଏସୀୟ ମହିଳା ରଗବୀ ଚାମ୍ପିଅନସିପୟ-2018
  • ହକି ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ- 2019
  • ଏଫଆଇଏଚ ପ୍ରୋ ଲିଗ୍-2019
  • ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ-2020

ତେବେ କୋଭିଡ ମହାମାରୀ କାରଣରୁ ଚଳିତ ବର୍ଷ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଆଉ ମେଗା ଇଭେଣ୍ଟ ଫିଫା ଅଣ୍ଡର-17 ମହିଳା ବିଶ୍ୱକପ ବାତିଲ ହୋଇଯାଇଛି ।


ବିଭିନ୍ନ କ୍ରୀଡାରେ ଜାତୀୟ ଦଳର ପ୍ରାୟୋଜକ:

  • ଭାରତୀୟ ଜାତୀୟ ହକି ଦଳର ପ୍ରାୟୋଜକ
  • ଭାରତୀୟ ଜାତୀୟ ରଗବୀ ଦଳର ପ୍ରାୟୋଜକ
  • ହକି ଇଣ୍ଡିଆ ଲିଗ୍ ପାଇଁ କଳିଙ୍ଗ ଲାନ୍ସର୍ସର ପ୍ରାୟୋଜକ
  • ହିରୋ i-Leagueରେ 'ଇଣ୍ଡିଆନ ଆରୋ' ପାଇଁ ସମର୍ଥନ
  • ହିରୋ ଆଇଏସଏଲରେ ଓଡିଶା ଏଫସିର ମିଳିତ ମାଲିକାନା

What Odisha has Contributed to Indian Sports in Last 6 years

କ୍ରୀଡା କ୍ଷେତ୍ରରେ ଅନ୍ୟ କିଛି ଉପଲବ୍ଧି:

  • ଭୁବନେଶ୍ୱରରେ ଏସିଆର ପ୍ରଥମ କ୍ରୀଡ଼ା ସାହିତ୍ୟିକ ଫେଷ୍ଟ
  • ଆନ୍ତର୍ଜାତୀୟ ଇଭେଣ୍ଟରେ ପଦକ ପାଇଁ ସର୍ବୋଚ୍ଚ ମୂଲ୍ୟର ନଗଦ ​​ପୁରସ୍କାର
  • କଟକରେ ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ ଏବଂ କମନୱେଲଥ୍ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍
  • ପୁରୁଷ ହକି ବିଶ୍ୱକପ 2023କୁ ଓଡିଶାରେ ଆୟୋଜନ
  • ଅନ୍ତର୍ଜାତୀୟ ସ୍ଥରର 11ଟି ହାଇ ପ୍ରଫର୍ମାନ୍ସ ସେଣ୍ଟର
  • ବିଶ୍ବର ଶ୍ରେଷ୍ଠ-4 ହକି ଷ୍ଟାଡିୟମ୍ ମଧ୍ୟରେ କଳିଙ୍ଗ ଷ୍ଟାଡିୟମର ନାମ
  • ସୁନ୍ଦରଗଡର ପ୍ରତ୍ୟେକ ବ୍ଲକରେ ହକି ପାଇଁ ଅଷ୍ଟ୍ରୋ-ଟର୍ପ
  • ଅଣ୍ଡର-17 ଜାତୀୟ ଫୁଟବଲ ଦଳ ପାଇଁ ସମର୍ଥନ
  • ବାର୍ଷିକ ଆଦିବାସୀ କ୍ରୀଡା ମିଟ୍ ମାଧ୍ୟମରେ ଆଦିବାସୀ କ୍ରୀଡ଼ାବିତ୍ତମାନଙ୍କୁ ସମର୍ଥନ
  • କଳିଙ୍ଗ ଷ୍ଟାଡିୟମ୍ ବର୍ତ୍ତମାନ ଏକ ଖେଲୋ ଇଣ୍ଡିଆ ସେଣ୍ଟର ଅଫ୍ ଏକ୍ସଲେନ୍ସ, ଯାହା ଭାରତରେ ପ୍ରଥମ
  • କ୍ରୀଡ଼ା ପ୍ରୋତ୍ସାହନ ଏବଂ ଭିତ୍ତିଭୂମି ବିକାଶ ନୀତି ପାଇଁ ଓଡିଶାକୁ ଭାରତର କ୍ରୀଡ଼ା ରାଜଧାନୀ ଭାବରେ ସମ୍ମାନିତ

ତେଣୁ ଭାରତୀୟ କ୍ରୀଡାକୁ ଖୁବ କମ ସମୟ ମଧ୍ୟରେ ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଓଡିଶା ଭରପୁର ସହଯୋଜ କରିଛି । କ୍ରୀଡା ଓ କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହିତ କରି ଦେଶର ସବୁ ରାଜ୍ୟ ଭିତରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି ଓଡ଼ିଶା । ଖାଲି ସେତିକି ନୂହେଁ କ୍ରୀଡାର ବିକାଶ କରିବା ସହ ଅନ୍ତର୍ଜାତୀୟ କିଛି ଟପ୍ କ୍ରୀଡାବିତଙ୍କୁ ପ୍ରସ୍ତୁତ କରିଛି ଓଡିଶା । ବର୍ତ୍ତମାନ ସମୟରେ ଯାହାଙ୍କ ଭିତରେ ରହିଛନ୍ତି ଦୌଡରାଣୀ ଦୂତିଚାନ୍ଦ, ବିଶ୍ୱର ନମ୍ବର ୱାନ ପାରା ବ୍ୟାଡମିଣ୍ଟନ ଚାମ୍ପିଅନ ପ୍ରମୋଦ ଭଗତ, ହକିରେ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସଙ୍କ ଭଳି ଅନେକ ଖେଳାଳି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
What Odisha has Contributed to Indian Sports in Last 6 years
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X