୨୦୦୦ ମସିହାରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଥିଲେ କଣ ହୋଇଥିଲା ?
ଆସନ୍ତା ୯ ତାରିଖରେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଲଢେଇ । ୨୫ ବର୍ଷ ପରେ ଟ୍ରଫି ଟକ୍କରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ ।
୨୦୦୦ ମସିହା ଫାଇନାଲ ହାରିବାର ଦୁଃଖ ଦୂର କରି ପୁରୁଣା ହିସାବ ନେବ ଇଣ୍ଡିଆ । ୫ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଖେଳିବ ଭାରତ । ଏଥର ଟ୍ରଫି ଜିତିଲେ ଭାରତ କିଛି ଖାସ୍ ରେକର୍ଡ କରିବ ।

ଜାଣନ୍ତୁ ୨୦୦୦ ମସିହାରେ ଯେବେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ କଣ ହୋଇଥିଲା ?
୨୦୦୦ରେ କପ୍ ଛଡାଇ ନେଇଥିଲା କିୱି ଦଳ । ଶେଷ ଥର ପାଇଁ ଦୁଇ ଦଳ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫିରେ ଭେଟାଭେଟି ହୋଇଥିଲେ । କେନିଆର ନାଇବେରିଆରେ ଫାଇନାଲ ମ୍ୟାଚ ହୋଇଥିଲା । ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତ ୬ ୱିକେଟ ହରାଇ ୨୬୪ରନ କରିଥିଲା । କ୍ୟାପ୍ଟେନ୍ ଗାଙ୍ଗୁଲି ଶତକୀୟ ପାଳି ଖେଳିଥିଲେ । ସଚିନ ୬୯ରନ କରିଥିଲେ । ୨୬୫ ଟାର୍ଗେଟ ପିଛା କରି ମ୍ୟାଚକୁ ୪ ୱିକେଟରେ ଜିତି ନେଇଥିଲା ନ୍ୟୁଜିଲାଣ୍ଡ । କେର୍ଣ୍ଣସଙ୍କ ୧୦୨ରନ ପାଳି ଖେଳି ଭାରତ ହାତରୁ ମ୍ୟାଚ ଛଡାଇ ନେଇଥିଲେ । ନାଇବେରିଆରେ କପ୍ ଛଡାଇ ନେଇଥିଲା କିୱି ଦଳ । କ୍ରିକେଟ ଇତିହାସରେ ନ୍ୟୁଜିଲାଣ୍ଡର ଏହା ପ୍ରଥମ ଆଇସିସି ଟ୍ରଫି ଥିଲା । ଏଥର କିୱି ଦଳ ତୃତୀୟ ଥର ଫାଇନାଲରେ ପ୍ରବେଶ କରିଛି । ଏଥର ଭାରତ ନ୍ୟୁଜିଲାଣ୍ଡକୁ ହରାଇ ୨୫ ବର୍ଷ ପୁରୁଣା ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।
ପଞ୍ଚମ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ୯ରେ ଚାମ୍ପିଅନ୍ସ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ୨୫ ବର୍ଷ ପୂର୍ବେ ଚକମା ଖାଇଥିଲା ଏଥର ଭାରତ ବିଜୟ ମୁକୁଟ ପିନ୍ଧିବାର ଆଶା ରହିଛି । ୨୦୧୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ପ୍ରଥମ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ସେପଟେ ନ୍ୟୁଜିଲାଣ୍ଡ ଲିଗ୍ ମ୍ୟାଚରେ କେବଳ ଭାରତଠୁ ପରାସ୍ତ ହୋଇଥିଲା । ଅନ୍ୟ ସବୁ ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଛି । କିୱି ଦଳ ଏଥର ଅଢେଇ ଦଶନ୍ଧିର ଆଇସିସି ଟ୍ରଫି ମରୁଡି ଦୂର କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ରବିବାର ଏକ ହାଇଭୋଲ୍ଟେଜ ମ୍ୟାଚ ଦେଖିବା ଅପେକ୍ଷାରେ ରହିଛନ୍ତି କ୍ରିକେଟପ୍ରେମୀ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications