Get Updates
Get notified of breaking news, exclusive insights, and must-see stories!

Gautam Gambhir: ଟିମ୍‌ ଇଣ୍ଡିଆର ନୂଆ ହେଡ୍ କୋଚ୍‌ ଘୋଷଣା ହେବା ପରେ କଣ କହିଲେ ଗୌତମ ଗମ୍ଭୀର

ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ନୂଆ ହେଡ୍ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି । ମଙ୍ଗଳବାର ବିସିସିଆଇ ସଚିବ ଅମିତ ଶାହ ଏନେଇ ଘୋଷଣା କରିଥିଲେ । ୪୨ ବର୍ଷୀୟ ଏହି କ୍ରିକେଟରଙ୍କ ନିଯୁକ୍ତି ନେଇ ଘୋଷଣା ହେବା ପରେ ଗମ୍ଭୀର ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଗମ୍ଭୀର କହିଛନ୍ତି, ଭାରତ ମୋର ପରିଚୟ, ନିଜ ଦେଶର ସେବା କରିବା ମୋ' ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ ରହିଆସିଛି । ଭିନ୍ନ ଭୂମିକାରେ ଭାରତୀୟ ଟିମ୍‌କୁ ଫେରି ନିଜକୁ ସମ୍ମାନିତ ଅନୁଭବ କରୁଛି। ହେଲେ ଏବେ ବି ମୋର ଲକ୍ଷ୍ୟ ପୂର୍ବଭଳି ଭାରତୀୟଙ୍କୁ ଗୌରବାନ୍ବିତ କରିବା ରହିବ। ନୀଳ ରଙ୍ଗର ଜର୍ସି ପିନ୍ଧି ଥିବା ଖେଳାଳିଙ୍କ ଉପରେ ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ରହିଛି ଏବଂ ମୁଁ ସେହି ସ୍ବପ୍ନକୁ ସାକାର କରିବା ଲାଗି ନିଜ ତରଫରୁ ସବୁପ୍ରକାର ଚେଷ୍ଟା କରିବି ବୋଲି ସେ କହିଛନ୍ତି ।

ପ୍ରକାଶ ଯେ, ଟି୨୦ ବିଶ୍ୱକପ୍‌ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଏବେ ଗମ୍ଭୀର ତାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ଭାରତୀୟ ଦଳ ଚାମ୍ପିୟନ ହେବାର ୧୧ ଦିନ ପରେ ଏନେଇ ଘୋଷଣା କରିଛନ୍ତି ।

Gautam Gambhir

ଗମ୍ଭୀର ୨୦୧୧ ବିଶ୍ୱକପ ଦଳର ସଦସ୍ୟ ରହିଥିଲେ । ଏହାସହ ତାଙ୍କ ଦମଦାର ପ୍ରଦର୍ଶନ ପାଇଁ ଭାରତ ବିଶ୍ୱକପ ଜିତିବାରେ ସଫଳ ହୋଇପାରିଥିଲା । ସେହିପରି ଗମ୍ଭୀର ଟିମ ଇଣ୍ଡିଆ ପାଇଁ ୫୮ ଟେଷ୍ଟ ମ୍ୟାଚ ଖେଳି ୪ ହଜାର ୧୫୪ ରନ କରିଛନ୍ତି । ୧୪୭ ଦିନିକିଆ ଖେଳି ୫ ହଜାର ୨୩୮ ରନ କରିଛନ୍ତି । ଟି-୨୦ରେ ୩୭ ମ୍ୟାଚ ଖେଳି ୯୩୨ ରନ କରିପାରିଛନ୍ତି । ତେବେ ଆଇପିଏଲରେ କୋଲକାତାକୁ ୩ ଥର ଚାମ୍ପିୟନ କରାଇବାରେ ଗମ୍ଭୀରଙ୍କ ଅନେକ ଭୂମିକା ରହିଛି । ୨ଥର ଅଧିନାୟକ ଭାବେ ଚାମ୍ପିୟନ କରାଇଥିବା ବେଳେ ଥରେ କୋଚ ଭାବେ ସଫଳତା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+