ବିଜୟ ପରେ ରୋହିତ ଶର୍ମାଙ୍କୁ କଣ କହିଲେ ମୋଦି

ଟି-୨୦ ବିଶ୍ୱକପ ବିଜେତା ଟିମ ଇଣ୍ଡିଆକୁ ସ୍ୱାଗତ କରିବା ପାଇଁ ଗୁରୁବାର ଜନସମୁଦ୍ର ପାଲଟିଥିଲା ମୁମ୍ବାଇର ମେରାଇନ ଡ୍ରାଇଭ। ୱାଙ୍ଖଡେ ଷ୍ଟାଡିୟମ ଭିତରେ ମଧ୍ୟ ହଜାର ହଜାର ଲୋକ ଉପସ୍ଥିତ ରହି ବିଜୟ ସମ୍ବର୍ଦ୍ଧନାର ମୁଖସାକ୍ଷୀ ବନିଥିଲେ।

narendra modi

ତେବେ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ଟିମ ଇଣ୍ଡିଆ ବାର୍ବଡସରୁ ସିଧା ଦିଲ୍ଲୀରେ ଅବତରଣ କରିଥିଲା। ସେଠାରେ ଟିମର ସଦସ୍ୟମାନେ ନିଜ ପରିବାର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ।

ବିଶ୍ୱ ବିଜେତା ଦଳର ସଦସ୍ୟମାନଙ୍କ ପାଇଁ ମୋଦି ବ୍ରେକଫାଷ୍ଟର ଆୟୋଜନ କରିଥିଲେ। ଏଥିସହ ସବୁ ଖେଳାଳି ଓ ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡଙ୍କ ବେଶ କିଛି ସମୟ କଥାବାର୍ତ୍ତା ହୋଇଥିଲେ।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ମାଟିର ସ୍ୱାଦ ସମ୍ପର୍କରେ ପ୍ରଶ୍ନ କରିଥିଲେ। ମାଟିର ସ୍ୱାଦ କେମିତି ବୋଲି ମୋଦି ତାଙ୍କୁ ପଚାରିଥିଲେ।

ବାର୍ବଡସରେ ଭାରତ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ଜିତିଥିଲା। ସେହିପରି ଦଳ ୧୧ ବର୍ଷ ପରେ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା। ତେଣୁ ଏହି ଐତିହାସିକ ବିଜୟକୁ ଅଧିନାୟକ ରୋହିତ ଭିନ୍ନ ଅନ୍ଦାଜରେ ସ୍ମରଣୀୟ କରିଥିଲେ। ସେ ବିଜୟ ପରେ ମ୍ୟାଚ୍‌ ଖେଳା ଯାଉଥିବା ବାର୍ବଡସ୍‌ ପିଚ୍‌ର ମାଟିକୁ ଆଣି ଖାଇଥିଲେ। ଏହାର ଭିଡିଓ ମଧ୍ୟ ବେଶ ଭାଇରାଲ ହୋଇଥିଲା।

ଚାମ୍ପିୟନ ହେବା ପରେ ଟେନିସ ତାରକା ନୋଭାକ ଜୋକଭିଚ୍‌ ସମାନ ଢଙ୍ଗରେ କୋଟରେ ଥିବା ମାଟିକୁ ଖାଇ ନିଜର ବିଜୟ ସେଲିବ୍ରେସନ କରନ୍ତି। ଅନୁରୂପ ଭାବେ ରୋହିତ ମଧ୍ୟ ବାର୍ବଡସରେ ମାଟି ଖାଇଥିଲେ। ତେଣୁ ମୋଦି ତାଙ୍କୁ ଥଟାମଜାରେ ମାଟିର ସ୍ୱାଦ କେମିତି ବୋଲି ପ୍ରଶ୍ନ କରିଥିଲେ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଫାଇନାଲ ମ୍ୟାଚ ପୂର୍ବରୁ ମାନସିକ ସ୍ଥିତି କେମିତି ଥିଲା ବୋଲି ପ୍ରଶ୍ନ କରିଥିଲେ। ଟି-୨୦ ବିଶ୍ୱକପରେ ବିରାଟଙ୍କ ବ୍ୟାଟ ଆଦୌ ଚାଲୁ ନଥିଲା। କିନ୍ତୁ ଫାଇନାଲ ମ୍ୟାଚ୍‌ରେ ସେ ୭୬ ରନ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ଅକ୍ଷର ପଟେଲ ଟପ ଅର୍ଡରରେ ବ୍ୟାଟିଂ କରିବାକୁ ଆସି ୪୭ ରନ କରିଥିଲେ। ଏହି ସମୟରେ ତାଙ୍କ ଭାବନା କେମିତି ଥିଲା, ସେକଥା ମୋଦି ତାଙ୍କୁ ପଚାରିଛନ୍ତି।

ଦକ୍ଷିଣ ଆଫ୍ରିକା ଚେସର ଶେଷ ୪ ଓଭର ବୋଲିଂ କରିବା ବେଳେ ଯଶପ୍ରୀତ ବୁମ୍ରା ଓ ହାର୍ଦ୍ଦିକ ପାଣ୍ଡ୍ୟା କ'ଣ ଚିନ୍ତା କରିଥିଲେ ବୋଲି ମଧ୍ୟ ମୋଦି ଉଭୟଙ୍କ ଠାରୁ ପଚାରି ବୁଝିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+