ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ: ସୂର୍ଯ୍ୟକୁମାର, ଈଶାନ, ସଞ୍ଜୁ ଓ ଚହଲଙ୍କ ପ୍ରଦର୍ଶନ ଉପରେ ରହିବ ନଜର
ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ । ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବା ଟିମ୍ ଇଣ୍ଡିଆ । ଦିନିକିଆ ଦ୍ୱିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ବିଜୟ ଧାରା ବଜାୟ ରଖିବାକୁ ଚାହିଁବ ।
ଯଦିଓ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ, କିନ୍ତୁ ବିଶ୍ବକପ୍ ପାଇଁ ଭାରତୀୟ ଦଳର ଏହା ଭଲ ଅଭ୍ୟାସ ହେବ । ୨୦୦୬ ରେ ଭାରତ ବିପକ୍ଷରେ ଦିନିକିଆ ସିରିଜ୍ ଜିତିଥିଲା ୱେଷ୍ଟଇଣ୍ଡିଜ୍ । ସେବେଠାରୁ ଭାରତ, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ୧୨ ଟି ଦିନିକିଆ ସିରିଜ୍ ଜିତିଛି । ଏହି ସିରିଜ ଜିତି ଲଗାତାର ୧୩ଟି ସିରିଜ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ।

ଦିନିକିଆ ସିରିଜ୍ ପରେ ଟିମ୍ ଇଣ୍ଡିଆକୁ ମଧ୍ୟ ୫ଟି ଟି-୨୦ ମ୍ୟାଚ୍ ଖେଳିବାକୁ ପଡିବ । ଏହା ପୂର୍ବରୁ ଭାରତ ୧-୦ ରେ ଟେଷ୍ଟ ସିରିଜ ବିଜୟ ହୋଇଛି। ବିଶ୍ବକପ୍କୁ ଦୃଷ୍ଟିରେ ରଖି ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ସଞ୍ଜୁ ସାମସନ୍ ଓ ୟୁଝବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ଉପରେ ଅଧିକ ନଜର ରହିବ।
ସମ୍ଭାବ୍ୟ ଏକାଦଶ (ୱେଷ୍ଟଇଣ୍ଡିଜ୍) : ବ୍ରେଣ୍ଡନ୍ କିଙ୍ଗ, କାଇଲ୍ ମାୟର୍ସ, କେସି କାର୍ଟି, ଶାଇ ହୋପ୍ (C & wk), ଶିମରନ ହେଟମାୟର, ରୋଭମାନ ପାୱେଲ, ରୋମାରିଓ ଶେଖର, କେଭିନ ସିନ୍କ୍ଲେୟାର, ଅଲଜାରି ଜୋସେଫ, ଓଶାନ ଥୋମାସ, ଜୟଡେନ ସିଲ୍ସ / ୟାନିକ କାରିଆ
ସମ୍ଭାବ୍ୟ ଏକାଦଶ (ଭାରତ) : ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଇଶାନ କିଶନ / ସଞ୍ଜୁ ସାମସନ (wk), ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଉମରନ ମଲିକ, ମହମ୍ମଦ ସିରାଜ, ଜୟଦେବ ଉନାଦକତ / ମୁକେଶ କୁମାର












Click it and Unblock the Notifications