ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜର ସହଜ ବିଜୟ: ୬ ୱିକେଟରେ ଜିତିଲା ଦଳ

WI vs IND : ୬ ୱିକେଟରେ ଜିତିଲା ୱେଷ୍ଟଇଣ୍ଡିଜ। ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଭାରତ ପ୍ରଥମେ ବ୍ୟାଟିଂ କରି ୧୮୧ ରନରେ ଅଲଆଉଟ୍ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ ୪ ୱିକେଟ ହରାଇ ଏହି ମ୍ୟାଚରେ ବିଜୟଲାଭ କରିଛି।

ୱେଷ୍ଟଇଣ୍ଡିଜ ପକ୍ଷରୁ ସାଇ ହୋପ ୬୩ ରନ କରି ଅପରାଜିତ ଥିଲେ। ସେହିପରି ଅନ୍ୟମାନଙ୍କ ଭିତରେ କାର୍ଟି ୪୮ ରନ କରିଥିଲା ବେଳେ ମେୟର୍ସ ୩୬ ରନରେ ଅପରାଜିତ ଥିଲେ। ଭାରତ ପକ୍ଷରୁ ସାର୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ ନେଇଥିଲେ।

ସେହିପରି ଦୁଇ ଓପନରଙ୍କ ଦମଦାର ଆରମ୍ଭ ସତ୍ତ୍ଵେ ବି ନିଜର ଖ୍ୟାତି ଅନୁସାରେ ସ୍କୋର କରି ପାରିନି ଭାରତୀୟ ଦଳ। ଭାରତ ପକ୍ଷରୁ ଇଶାନ କିଷନ ସର୍ବାଧିକ ୫୫ ରନ କରିଥିବା ବେଳେ ଶୁଭମନ ଗିଲ୍ ୩୪ ରନ କରିଥିଲେ। ଏକଦା ୯୦ ରନରେ ଗୋଟିଏ ଓ୍ଵିକେଟ୍ ହରାଇ ନ ଥିବା ଭାରତ ଶେଷ ୯ ଓ୍ଵିକେଟ୍ ୮୧ ରନରେ ହରାଇଛି।

ind_vs_wi

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ଗୁଡାକେଶ ମୋଟି ଏବଂ ରୋମାରିଓ ସେଫାର୍ଡ ୩ଟି ଲେଖାଏ ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ଓ୍ଵେଷ୍ଟଇଣ୍ଡିଜ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସାଇ ହୋପ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ।

ସେପଟେ ଏହି ପ୍ରଦର୍ଶନ କୋଟି କୋଟି କ୍ରୀଡ଼ାପ୍ରେମୀଙ୍କୁ ଆଘାତ ଦେଇଛି। ବିଶ୍ବକପ୍ ପାଇଁ ଭାରତ ପ୍ରସ୍ତୁତ ହେଉଥିବା ବେଳେ ଓ୍ଵେଷ୍ଟଇଣ୍ଡିଜଠୁ ଏକ ତରଫା ହାରିବା ଏକ ପ୍ରକାରର ନିନ୍ଦନୀୟ। ସିରିଜ ୧-୧ ରେ ବରାବର ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+