ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲା ୱେଷ୍ଟଇଣ୍ଡିଜ
West Indies Cricket Team: ୨୦୨୩ ବିଶ୍ୱକପ୍ ପୂର୍ବରୁ ୨ଥର ବିଶ୍ୱ ଚାମ୍ପିୟନ ହୋଇଥିବା ୱେଷ୍ଟଇଣ୍ଡିଜ ଟିମକୁ ବଡ ଝଟକା ଲାଗିଛି । ୨୦୨୩ ବିଶ୍ୱକପରୁ ବାଦ୍ ପଡ଼ିଛି ୱେଷ୍ଟଇଣ୍ଡିଜ୍ ଟିମ୍ । ବିଶ୍ୱ କ୍ରିକେଟରେ ପାଖାପାଖି ୩୦ ବର୍ଷ ରାଜ୍ କରିଥିବା ୱେଷ୍ଟଇଣ୍ଡିଜ ଟିମ୍ ୨ ଥର ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା ।
ୱେଷ୍ଟଇଣ୍ଡିଜ୍ ପ୍ରଥମ ଥର ପାଇଁ ବିଶ୍ୱକପ୍ ମ୍ୟାଚ ଖେଳିବାରୁ ବାଦ ପଡି଼ଛି । ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ମୁକାବିଲାରେ ଏଥର ୱେଷ୍ଟଇଣ୍ଡିଜ ଅଂଶ ଗ୍ରହଣ କରିବ ନାହିଁ । ଏଥର ବିଶ୍ୱକପ୍ ପାଇଁ ୱେଷ୍ଟଇଣ୍ଡିଜ୍ ଇଣ୍ଡିଜ ଟିମ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇନାହିଁ ।

୨୦୨୩ ବିଶ୍ୱକପ୍ ପାଇଁ ଜିମ୍ବାୱେ ଠାରେ ଅନୁଷ୍ଠିତ ହୋଇ ଯାଇଛି ଆଇସିସି ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଶନିବାର ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସ୍କଟଲ୍ୟାଣ୍ଡ ଟିମ୍ ୱେଷ୍ଟଇଣ୍ଡିଜ ଦଳକୁ ୭ ୱିକେଟରେ ପରାସ୍ତ କରିଛି । ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଇଣ୍ଡିଜ କ୍ରିକେଟ ଟିମ ପ୍ରଥମ ଏକଦିବସୀୟ ବିଶ୍ୱକପ୍ ମୁକାବିଲାରେ ଅଂଶଗ୍ରହଣ କରିବ ନାହିଁ । ୱେଷ୍ଟଇଣ୍ଡିଜ ଟିମ୍ ସ୍କଟଲ୍ୟାଣ୍ଡ ଦଳକୁ ୧୮୨ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା । ଯାହାକୁ ସ୍କଟଲ୍ୟାଣ୍ଡ ୩୯ ବଲ ବାକି ଥାଇ ହାସଲ କରି ନେଇଥିଲା ।
ତେବେ ୧୯୭୫ ଓ ୧୯୭୯ରେ ୱେଷ୍ଟଇଣ୍ଡିଜ ଟିମ୍ ବିଶ୍ୱକପ୍ ଜିତିଥିବା ବେଳେ ୧୯୮୩ରେ ଫାଇନାଲରେ ପହଂଚିଥିଲା । କେବଳ ଏକଦିବସୀୟ ନୁହେଁ ୱେଷ୍ଟଇଣ୍ଡିଜ ଟିମ ୨ଥର ଟି-୨୦ ବିଶ୍ୱକପ ମଧ୍ୟ ଜିତିଛି । ଯଦି ବିଶ୍ୱକପ କଥା କହିବା ତେବେ ଅଷ୍ଟ୍ରେଲିଆ ପରେ ସବୁଠାରୁ ଅଧିକ ସଫଳ ହୋଇଥିବା ଟିମ୍ ହେଉଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ।












Click it and Unblock the Notifications