ସେ ମୋ ଭଲ ବନ୍ଧୁ ନୁହନ୍ତି ! ଅର୍ଶଦ ନଦୀମଙ୍କୁ ନେଇ ଏଭଳି କହିଲେ ନୀରଜ

ଅର୍ଶଦ ମୋର ଭଲ ବନ୍ଧୁ ନୁହନ୍ତି। ଏମିତି କହିଲେ ନୀରଜ ଚୋପ୍ରା । ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା, ପାକିସ୍ତାନର ଜାଭେଲିନ୍ ଥ୍ରୋଅର୍ ଅର୍ଶଦ ନଦୀମଙ୍କ ସହ ଥିବା ସମ୍ପର୍କକୁ ନେଇ ଏଭଳି କହିଛନ୍ତି ।

ଅର୍ଶଦ ନଦୀମ୍ ତାଙ୍କର କେବେ ଘନିଷ୍ଠ ବନ୍ଧୁ ନଥିଲେ ବୋଲି ସେ କହିଛନ୍ତି । କିଛି ଦିନ ତଳେ ପହଲଗାମ୍‌ରେ ଆତଙ୍କୀ ଆକ୍ରମଣ ହେବା ପୂର୍ବରୁ ନୀରଜ, ଅର୍ଶଦଙ୍କୁ ଭାରତରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ । ହେଲେ ଏମଧ୍ୟରେ ପହଲଗାମ୍‌ରେ ଆତଙ୍କୀ ଆକ୍ରମଣ ହେବାରୁ ଅର୍ଶଦ ଭାରତ ଆସିବାକୁ ମନା କରିଦେଇଥିଲେ । ଏହି ଖବର ଆସିବା ପରେ ନୀରଜଙ୍କୁ ଟ୍ରୋଲ କରାଯିବା ସହ ତାଙ୍କ ପରିବାରକୁ ଧମକ ଦିଆଯାଇଥିଲା।

Neeraj Chopra on Arshad Nadeem

ଏହି ବିବାଦ ପରେ ଏବେ ମୁହଁ ଖୋଲିଛନ୍ତି ନୀରଜ। ସେ କହିଛନ୍ତି ଯେ, "ସାମ୍ବାଦିକ ସମ୍ମିଳନୀ ସମୟରେ ନୀରଜ ଚୋପ୍ରା କହିଥିଲେ, 'ପ୍ରଥମେ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋର ଅର୍ଶଦ ନଦୀମଙ୍କ ସହ ବହୁତ ଘନିଷ୍ଠ ସମ୍ପର୍କ ନାହିଁ। ଆମେ କେବେ ଘନିଷ୍ଠ ବନ୍ଧୁ ନଥିଲୁ। ଏବେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁଁ ଆମ ମଧ୍ୟରେ କଥାବାର୍ତ୍ତା ଆଉ ପୂର୍ବ ପରି ହେବ ନାହିଁ। କିନ୍ତୁ ଯଦି କେହି ମୋ ସହିତ ସମ୍ମାନର ସହିତ କଥା ହୁଅନ୍ତି, ତେବେ ମୁଁ ମଧ୍ୟ ତାଙ୍କ ସହିତ ସମ୍ମାନର ସହିତ କଥା ହେବି।"

Neeraj Chopra on Arshad Nadeem

ସେ ଆହୁରି କହିଛନ୍ତି ଯେ, "ଖେଳାଳି ଭାବରେ, ଆମକୁ କଥା ହେବାକୁ ପଡିବ। କେବଳ ଜାଭେଲିନ୍ ଥ୍ରୋ ନୁହେଁ ବରଂ ଅନ୍ୟାନ୍ୟ ଖେଳରେ ମଧ୍ୟ ସାରା ବିଶ୍ୱରେ ମୋର କିଛି ଭଲ ବନ୍ଧୁ ଅଛନ୍ତି। ଯଦି କେହି ମୋ ସହିତ ସମ୍ମାନର ସହିତ କଥା ହୁଅନ୍ତି, ତେବେ ମୁଁ ମଧ୍ୟ ତାଙ୍କ ସହିତ ପୂର୍ଣ୍ଣ ସମ୍ମାନର ସହିତ କଥା ହେବି। ଜାଭେଲିନ୍ ଥ୍ରୋରେ ବହୁତ କମ ଖେଳାଳି ଅଛନ୍ତି। ସମସ୍ତେ ନିଜ ଦେଶ ପାଇଁ ପ୍ରତିଯୋଗିତା କରୁଛନ୍ତି ଏବଂ ସମସ୍ତେ ନିଜର ଶ୍ରେଷ୍ଠ ଦେବାକୁ ଚାହାଁନ୍ତି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+