IND Vs ENG: ଖେଳାଳିଙ୍କୁ ଖାଇବେ ଓଡ଼ିଆ ଖାଦ୍ୟ, ଦେଶୀ ଚିକେନ୍‌କୁ,ମାଛ ତରକାରୀ…, ଜାଣନ୍ତୁ ଆଉ କଣ

ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ବାରବାଟୀରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ଇଂଲଣ୍ଡ । ରବିବାର ଦିନିକିଆ ଲଢ଼େଇ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଦଳର ଖେଳାଳି । ଏମାନଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

BARABATI stadium

ଖେଳାଳିମାନେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଜୋରଦାର ସ୍ବାଗତ କରାଯିବ । ମେ ଫେୟାର ହୋଟେଲରେ ଖେଳାଳିଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଖେଳାଳି ଓ ଟିମ ରହିବା ପାଇଁ ୯୬ଟି ରୁମ ବୁକ ହୋଇଛି । ଖେଳାଳିମାନେ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟ ଖାଇବେ । ଖାଇବା ମେନୁରେ ମିଲେଟ ଆଇଟମ ରହିଛି । ଖାଦ୍ୟରେ ଦେଶୀ ଚିକେନ, ମସରୁମ ପକୋଡ଼ା, ମାଛ ତରକାରୀ, ଡାଲେମା, ପନିର, ସାଧା ବେସର ରହିଛି । ଏଥି ସହ ଛେନାପୋଡ଼, ରସଗୋଲା, ମଣ୍ଡା ପିଠା, ବରା, କାକରା ଆଦି ଖାଇବେ ଖେଳାଳି ।

ସେପଟେ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି । ରୁଟ ଲାଇନରେ ହେବ ପୋଲିସ ଛାଉଣୀ । ଏଥିପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଖେଳାଳି ରହିବା ସ୍ଥଳରେ ଚାରିପଟେ ପୋଲିସ ମୁତୟନ ହେବେ। ସୁରକ୍ଷା ଦାୟିତ୍ବରେ ଦୁଇ ଜଣ ଆଡ଼ିସନାଲ ଡିସିପି, ୪ ଜଣ ଏସିପି ରହିବେ । କାଲି ବାରବାଟୀରେ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି । ପଡ଼ିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+