ଟି-ଟ୍ବେଣ୍ଟି ବିଶ୍ବକପ୍ ଫାଇନାଲ: କାନ୍ଦିଲେ ରୋହିତ ଶର୍ମା, କାନ୍ଧରେ ହାତ ପକାଇଲେ କୋହଲି, ଦେଖନ୍ତୁ ଭିଡ଼ିଓ
ଆସନ୍ତାକାଲି ଟି-ଟ୍ବେଣ୍ଟି ବିଶ୍ବକପ୍ ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା । ଏପର୍ଯ୍ୟନ୍ତ ପୂରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଅପରାଜୟ ରହିଛି । ବିଶ୍ବବିଜେତା ହେବାଠାରୁ ଆଉ ମାତ୍ର ଗୋଟେ ପାଦେ ଦୂରରେ ରହିଛି ମେନ୍ ଇନ୍ ବ୍ଲୁ। ତେବେ ସେମି ଫାଇନାଲ ବିଜୟ ପରେ ଖୁସିରେ କାନ୍ଦିଥିଲେ କ୍ୟାପଟେନ୍ ରୋହିତ ଶର୍ମା । ଯାହାକି ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
Rohit Sharma crying 😭😭😭😭 pic.twitter.com/Hj09KDCGjb
— shubzzzzzzzzzz_45 (@Iconic_ro_45) June 27, 2024
ଇଂଲଣ୍ଡ ବିପକ୍ଷରେ ବିଜୟ ପରେ ଯେତେବେଳେ ସମସ୍ତ ଖେଳାଳି ଡ୍ରେସିଂ ରୁମ ଆଡକୁ ଯାଉଥିଲେ । ରୋହିତ ଶର୍ମା ଡ୍ରେସିଂ ରୁମ୍ କବାଟ ପାଖରେ ଥିବା ଏକ ଚେୟାରରେ ବସିଥିଲେ । ଏହି ସମୟରେ ସେ ଗୋଟିଏ ହାତରେ ମୁହଁ ଦେଇଥିଲେ ଏବଂ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ସେ ବୋଧହୁଏ ଭାବପ୍ରବଣ ହୋଇପଡିଥିଲେ କାରଣ ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି । ଭାରତ ଟ୍ରଫି ଜିତିବାର ଆଉ ଏକ ସୁଯୋଗ ପାଇଛି । ବିଦାୟ ନେବାବେଳେ ବିରାଟ କୋହଲି ତାଙ୍କ ଉପରେ ହାତ ରଖି ଭିତରକୁ ଯାଇଥିଲେ । ଗତ ଟି-୨୦ ବିଶ୍ୱକପ୍ର ସେମିଫାଇନାଲରେ ଇଂଲଣ୍ଡ ଭାରତୀୟ ଦଳକୁ ପରାସ୍ତ କରିଥିଲା। ଏବେ ଭାରତ ସେହି ପରାଜୟର ପ୍ରତିଶୋଧ ନେଇଛି ।

ଟ୍ବେଣ୍ଟି ବିଶ୍ବକପ୍ ଫାଇନାଲରେ ଭାରତ । ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ଏଣ୍ଟ୍ରି ମାରିଛି ମେନ୍ ଇନ୍ ବ୍ଲୁ । ଭାରତୀୟ ଦଳ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୦୭ ଏବଂ ୨୦୧୪ର ଫାଇନାଲରେ ପ୍ରବେଶ କରିଥିଲା। ୨୦୦୭ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଭାରତ ଟାଇଟଲ ଜିତିଥିଲା। ୨୦୧୪ରେ, ଶ୍ରୀଲଙ୍କା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକା ଦଳକୁ ଭେଟିବ ।
The pitch was hard for batting but he made easy runs.
He lost Kohli and Pant soon but he didn't lose the temperament.
He played with 3 spinners and proved himself as a captain too.
Now crying like a child after a great Victory over England.
Rohit Sharma the legend.… pic.twitter.com/YRNifbKs8U
— Sunanda Roy 👑 (@SaffronSunanda) June 27, 2024
ଦକ୍ଷିଣ ଆଫ୍ରିକା ବନାମ ଭାରତ ଫାଇନାଲ
ବର୍ତ୍ତମାନ ଜୁନ୍ ୨୯ ରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଏହି ମ୍ୟାଚ୍ କେନ୍ସିଙ୍ଗଟନ୍ ଓଭାଲ୍ ବାରବାଡୋସରେ ଖେଳାଯିବ । ପ୍ରଥମ ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ସେହିପରି ୬୮ ରନରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ। ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ଭାରତୀୟ ସମୟ ରାତି ୮ ଟାରୁ ଆରମ୍ଭ ହୋଇଥିବାବେଳେ ଟସ୍ ଅଧା ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୭:୩୦ ରେ ହେବ ।












Click it and Unblock the Notifications