ଇସ୍ତଫା ଦେଲେ ୱାସିମ ଜାଫର, ଶ୍ରୀକାନ୍ତ ନୂଆ କୋଚ
ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ପଦରୁ ପୂର୍ବତନ କ୍ରିକେଟର ୱାସିମ ଜାଫର ଇସ୍ତଫା ଦେଇଛନ୍ତି । ଗତ ୨ଟି ସିଜିନ ଓସିଏ ସହ ରହିବା ପରେ ସେ ମୁଖ୍ୟ କୋଚ୍ ପଦ ଛାଡ଼ିଛନ୍ତି ।
କଟକ: ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ପଦରୁ ପୂର୍ବତନ କ୍ରିକେଟର ୱାସିମ ଜାଫର ଇସ୍ତଫା ଦେଇଛନ୍ତି । ଗତ ୨ଟି ସିଜିନ ଓସିଏ ସହ ରହିବା ପରେ ସେ ମୁଖ୍ୟ କୋଚ୍ ପଦ ଛାଡ଼ିଛନ୍ତି । ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି (ଶନିବାର) ୱାସିମଙ୍କ ଇସ୍ତଫା ପତ୍ରକୁ ଓସିଏ (ଓଡ଼ିଶା କ୍ରିକେଟ ଆସୋସିଏସନ) ଗ୍ରହଣ କରିଛି ।

ସେ ଏବେ ବାଙ୍ଗଳାଦେଶ ୧୯ ବର୍ଷରୁ କମ୍ ଟିମର କୋଚ୍ ଦାୟିତ୍ୱ ଗ୍ରହଣ କରିବେ । ତେବେ ଓସିଏ ଏବେ ଆର. ଶ୍ରୀକାନ୍ତଙ୍କୁ ଆଗାମୀ ୨୨-୨୩ ସିଜିନ ପାଇଁ କୋଚ୍ ଦାୟିତ୍ୱ ଦେଇଛି । ଶ୍ରୀକାନ୍ତ ପୂର୍ବରୁ ଓଡ଼ିଶା ପାଇଁ ରଣଜୀ ମ୍ୟାଚ୍ ଖେଳିଥିଲା ବେଳେ ୨୦ ବର୍ଷର ପ୍ରଶିକ୍ଷକ ଅଭିଜ୍ଞତା ରଖିଛନ୍ତି । ଶ୍ରୀକାନ୍ତ ଏବେ ଓଡ଼ିଶା କ୍ରିକେଟ ଏକାଡେମୀର ବୈଷୟକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ଶ୍ରୀକାନ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଲେଭଲ-୩ ସାର୍ଟିଫାଏଡ କୋଚ୍ ଭାବେ ମାନ୍ୟତା ପାଇଛନ୍ତି ।
ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଓଡିଶା କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଥିଲେ । କିଛି ଦିନ ଧରି ସେ ଓସିଏ ଛାଡିବା ନେଇ ଆଲୋଚନା ହେଉଥିଲା । ଓସିଏ ସହ ହୋଇଥିବା ଚୁକ୍ତି ଆସନ୍ତା ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିଥାନ୍ତା । କିନ୍ତୁ ଏହା ପୂର୍ବରୁ ଓ୍ବାସିମ ଜାଫର ଓସିଏ ସହିତ ନିଜର ସମ୍ପର୍କକୁ ଛିନ୍ନ କରିଛନ୍ତି ।












Click it and Unblock the Notifications