Get Updates
Get notified of breaking news, exclusive insights, and must-see stories!

ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍

ଉପସାଗରୀୟ ଯୁଦ୍ଧର ଏକ ବଡ଼ ପ୍ରଭାବ ଇଂଲଣ୍ଡର କ୍ରିକେଟ୍‌ ଉପରେ ପଡ଼ିବା ଆରମ୍ଭ କରିଛି। ତାହା ହେଉଛି ଡ୍ୟୁକ୍‌ ବଲ୍‌ର ଅଭାବ। ଯୁଦ୍ଧ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଥିବାରୁ ଭାରତୀୟ ଉପମହାଦେଶରୁ ଇଂଲଣ୍ଡକୁ ବଲ୍‌ ଠିକ୍‌ ସମୟରେ ପହଞ୍ଚିପାରୁନାହିଁ। ଆସନ୍ତା ଏପ୍ରିଲ ୩ରୁ ଇଂଲଣ୍ଡରେ କାଉଣ୍ଟି ଋତୁ ଆରମ୍ଭ ହେଉଥିବାବେଳେ ଯେତିକି ବଲ୍‌ ଆବଶ୍ୟକ ତାହାର ଅଧା ରହିଛି।

Cricket ball

ଆହୁରି ମଧ୍ୟ ଇଂଲିସ୍‌ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଚଳିତ ଋତୁଠାରୁ ସମସ୍ତ କାଉଣ୍ଟି କ୍ରିକେଟ୍‌ ଲିଗ୍‌ କ୍ରିକେଟ୍‌ରେ କୋକାବୁରା ବଲ୍‌ ବ୍ୟବହାର ବନ୍ଦ କରାଯାଇ କେବଳ ଡ୍ୟୁକ୍‌ କମ୍ପାନି ଦ୍ବାରା ଉତ୍ପାଦିତ ବଲ୍‌ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯିବା ପରେ ସ୍ଥିତି ଅଧିକ ଜଟିଳ ହୋଇଛି। ଏହାକୁ ଦେଖି ଇସିବି ପକ୍ଷରୁ ସୀମିତ ସଂଖ୍ୟକ ବଲ୍‌ରେ ଖେଳ ପରିଚାଳନା କରିବାକୁ କୁହାଯାଇଛି।

ଏ ସମ୍ପର୍କରେ ଡ୍ୟୁକ୍‌ ବଲ୍‌ ଉତ୍ପାଦନ କରୁଥିବା କମ୍ପାନି ବ୍ରିଟିସ୍‌ କ୍ରିକେଟ୍‌ ବଲ୍ସ ଲିମିଟେଡ୍‌ର ମୁଖ୍ୟ ତଥା ପ୍ରବାସୀ ଭାରତୀୟ ବ୍ୟବସାୟୀ ଦିଲୀପ ଜାଜୋଡିଆ କହିଛନ୍ତି ଯେ ଉପମହାଦେଶରେ ଥିବା କାରଖାନାଗୁଡ଼ିକରେ ଯଥେଷ୍ଟ ସଂଖ୍ୟକ ବଲ୍‌ ରହିଛି। କିନ୍ତୁ ସମସ୍ୟା ହେଉଛି ସେଗୁଡ଼ିକୁ ରପ୍ତାନି କରିବା। କାରଣ ଅଧିକାଂଶ ରପ୍ତାନି ମଧ୍ୟପ୍ରାଚ୍ୟ ଦେଇ ହୋଇଥାଏ। କିନ୍ତୁ ଯୁଦ୍ଧ ଯୋଗୁଁ ଏହି ରୁଟ୍‌ରେ ବିମାନଗୁଡ଼ିକ ପ୍ରଭାବିତ ହୋଇଛନ୍ତି ଓ ଯେତିକି ବିମାନ ଚଳାଚଳ କରୁଛି ସେମାନେ ପରିବହନ ଖର୍ଚ୍ଚ ବଢାଇଦେଇଛନ୍ତି। ପୂର୍ବରୁ ୧୨୦ଟି ବଲ୍‌ ଥିବା ଏକ ବାକ୍ସର ପରିବହନ ମୂଲ୍ୟ କିଲୋଗ୍ରାମ ପିଛା ୫ ଡଲାର ଆସୁଥିବାବେଳେ ଏବେ ତାହା ୧୫ ଡଲାରକୁ ବୃଦ୍ଧି ପାଇଛି। ସେହିପରି ଆଉ କିଛି ବଲ୍‌ ଇଂଲଣ୍ଡରୁ ଯାଇଥିବା ଚମଡା ବ୍ୟବହାର କରି ଦକ୍ଷିଣ ଆଫ୍ରିକାରେ ତିଆରି ହୋଇଥାଏ। କିନ୍ତୁ ସେଠାରୁ ବି ଆସିବାରେ ସମସ୍ୟା ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+